Advertisment

ହ୍ୱାଟସ୍ଆପ୍‌ରେ ହାଇକୋର୍ଟର ୬ ବିଚାରପତିଙ୍କୁ ହତ୍ୟା ଧମକ, ଟଙ୍କା ଦେବାକୁ ନିର୍ଦ୍ଦେଶ

ପିଆରଓ କେ ମୁରଲୀଧର ଦାଖଲ କରିଥିବା ଅଭିଯୋଗ ଅନୁଯାୟୀ, ତାଙ୍କୁ ଜୁଲାଇ ୧୨ ତାରିଖ ସନ୍ଧ୍ୟା ୭ଟା ବେଳେ ଅଜଣା ନମ୍ବରରୁ ବିଚାରପତିଙ୍କୁ ହତ୍ୟା କରାଯିବା ନେଇ ଧମକପୂର୍ଣ୍ଣ ମେସେଜ ଆସିଥିଲା। ଧମକ ମେସେଜ ହିନ୍ଦୀ, ଉର୍ଦ୍ଦ୍ୱୁ ଓ ଇଂରାଜୀରେ ରହିଥିଲା।

HC

HC

Advertisment

କର୍ଣ୍ଣାଟକା ହାଇକୋର୍ଟର ୬ ଜଣ ବିଚାରପତିଙ୍କୁ ହତ୍ୟା କରିବାକୁ ମିଳିଛି ଧମକ। କର୍ଣ୍ଣାଟକା ହାଇକୋର୍ଟର ଜଣେ ପିଆରଓଙ୍କୁ ହ୍ୱାଟସଆପ୍‌ରେ କେହି ବିଚାରପତିମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଛି। ଏନେଇ ଅଭିଯୋଗ ହେବା ପରେ ବେଙ୍ଗାଲୁରୁ ପୁଲିସ୍‌ ଗୋଟିଏ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Advertisment

ପିଆରଓ କେ ମୁରଲୀଧର ଦାଖଲ କରିଥିବା ଅଭିଯୋଗ ଅନୁଯାୟୀ, ତାଙ୍କୁ ଜୁଲାଇ ୧୨ ତାରିଖ ସନ୍ଧ୍ୟା ୭ଟା ବେଳେ ଅଜଣା ନମ୍ବରରୁ ବିଚାରପତିଙ୍କୁ ହତ୍ୟା କରାଯିବା ନେଇ ଧମକପୂର୍ଣ୍ଣ ମେସେଜ ଆସିଥିଲା। ଧମକ ମେସେଜ ହିନ୍ଦୀ, ଉର୍ଦ୍ଦ୍ୱୁ ଓ ଇଂରାଜୀରେ ରହିଥିଲା।

ଏଥିରେ ପିଆରଓ ମୁରିଲୀଧର, ଜଷ୍ଟିସ ମହମ୍ମଦ ନୱାଜ, ଜଷ୍ଟିସ ଏଚଟି ନରେନ୍ଦ୍ର ପ୍ରସାଦ, ଜଷ୍ଟିସ ଅଶୋକ ନିଜାଗାନ୍ନାନାଭାର, ଜଷ୍ଟିସ ଏଚପି ସନ୍ଦେଶ ଜଷ୍ଟି କେ ନଟରାଜନ ଓ ଜଷ୍ଟିସ ବୀରାପ୍ପାଙ୍କୁ ହତ୍ୟା ପାଇଁ ଧମକ ଦିଆଯାଇଛି।

Advertisment

ମେସେଜରେ ଦୁର୍ବୃତ୍ତମାନେ ମୁରଲୀଧରଙ୍କୁ ୫୦ ଲକ୍ଷ ଟଙ୍କା ମାଗିଛନ୍ତି। ଏହି ଟଙ୍କାକୁ ଜମା କରିବା ପାଇଁ ସେମାନେ ପାକିସ୍ତାନୀ ବ୍ୟାଙ୍କର ଆକାଉଣ୍ଟ ନମ୍ବର ଦେଇଛନ୍ତି। ଯଦି ମୁରଲୀଧର ୫୦ ଲକ୍ଷ ଟଙ୍କା ନ ଦେବେ, ତା’ହେଲେ ୬ ବିଚାରପତିଙ୍କୁ ଦୁବାଇର ଗ୍ୟାଙ୍ଗ ପକ୍ଷରୁ ହତ୍ୟା କରାଯିବ ବୋଲି କୁହାଯାଇଛି। ମେଜେସରେ କିଛି ନମ୍ବର ଦିଆଯିବା ସହ ସେମାନେ କୁଆଡ଼େ ଗ୍ୟାଙ୍ଗର ଭାରତୀୟ ଶୁଟର ବୋଲି ଦାବି କରାଯାଇଛି।

ମୁରଲୀଧରଙ୍କ ଅଭିଯୋଗ ପରେ ଆଇପିସି ଓ ଆଇଟି ଆକ୍ଟର ବିଭିନ୍ନ ଦଫାରେ ବେଙ୍ଗାଲୁରୁର ସିଇଏନ କ୍ରାଇମ ପୁଲିସ୍‌ ଷ୍ଟେସନରେ ମାମଲା ରୁଜୁ କରାଯାଇଛି। ପୁଲିସ୍‌ ମେସେଜ ଆସିଥିବା ନମ୍ବରର ଏବେ ଯାଞ୍ଚ ଆରମ୍ଭ କରିଛି।

Karnataka Social Media Threat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe