Advertisment

ହୁକ୍କା ବାର୍ ବ୍ୟାନ୍ କରିବ ଏହି ରାଜ୍ୟ, ତମାଖୁ କ୍ରୟ ପାଇଁ ବଢ଼ିବ ବୟସ ସୀମା

ଯୁବପିଢ଼ିଙ୍କୁ ନିଶାରୁ ଦୂରେଇ ରଖିବା ପାଇଁ କର୍ଣ୍ଣାଟକ ସରକାର ଆପଣାଇବାକୁ ଯାଉଛନ୍ତି ଯୁଗାନ୍ତକାରୀ ପଦକ୍ଷେପ।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ସମାଜ ନିମିଷକେ କଳୁଷିତ ହୋଇଯିବ ଯଦି ଯୁବପିଢି ବିପଥଗାମୀ ହେବେ। ସେଥିପାଇଁ ତ କୁହାଯାଏ, 'ଆଜିର ଶିଶୁ କାଲିର ଭବିଷ୍ୟତ।' ଯଦି ଭବିଷ୍ୟତ ଆଜିଠୁ ପଥଭ୍ରଷ୍ଟ ହୁଏ, ତେବେ ଆସନ୍ତାକାଲି ଯେ ଅଭିଶପ୍ତ ତାହା ଅନୁମେୟ। ବର୍ତ୍ତମାନର ଯୁବପିଢି ବିଭିନ୍ନ ପ୍ରକାର ନିଶାରେ କବଳିତ ହେବା ଏପରି ଏକ ଆଶଙ୍କାକୁ ଇଙ୍ଗିତ କରୁଛି। ଏସବୁ ମଧ୍ୟରେ କର୍ଣ୍ଣାଟକ ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି।

Advertisment

ଯୁବପିଢିଙ୍କୁ ନିଶାରୁ ଦୂରେଇ ରଖିବା ପାଇଁ ରାଜ୍ୟରେ ହୁକ୍କା ବାରଗୁଡିକୁ ବ୍ୟାନ୍ କରିବାକୁ ଯୋଜନା କରୁଛନ୍ତି କର୍ଣ୍ଣାଟକ ସରକାର। ଏଥିସହ ତମାଖୁ କ୍ରୟ କରିବାର ବୟସ ସୀମା ମଧ୍ୟ ବୃଦ୍ଧି କରିବା କର୍ଣ୍ଣାଟକ ସରକାରଙ୍କ ଯୋଜନାରେ ରହିଛି।

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ କହିଛନ୍ତି ଯେ, ଏହି ପରିବର୍ତ୍ତନ ଆଣିବା ପାଇଁ ସରକାର ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଉତ୍ପାଦ ଆଇନରେ ସଂଶୋଧନ କରିବାକୁ ଯୋଜନା କରୁଛନ୍ତି। ବର୍ତ୍ତମାନ ଯୁବକମାନେ ହୁକ୍କା ବାର୍ ପ୍ରତି ଆକର୍ଷିତ ହେଉଛନ୍ତି। ଯାହା ଫଳରେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡୁଛି। ତମାଖୁ ଦ୍ରବ୍ୟ କ୍ରୟ ପାଇଁ ରାଜ୍ୟ ସରକାର ସର୍ବନିମ୍ନ ବୟସକୁ ୧୮ରୁ ୨୧ ବର୍ଷକୁ ବୃଦ୍ଧି କରିବେ ବୋଲି ସେ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, "ଆମେ ଆଇନରେ ସଂଶୋଧନ ଆଣିବା ଉପରେ ଆଲୋଚନା କରିଛୁ। ଆଗାମୀ ଦିନରେ ଏ ବାବଦରେ ଏକ ସରକାରୀ ଆଦେଶ ଦେବା ଉପରେ ଆଲୋଚନା ମଧ୍ୟ ହୋଇଛି। ଏହି ପରିବର୍ତ୍ତନ ପାଇଁ ଆଇନଗତ ଦିଗ ଉପରେ ଆଲୋଚନା ହେବ ଏବଂ ନିଷ୍ପତ୍ତି ନିଆଯିବ।"

ନିଶା ସେବନ ହେତୁ ଅନେକ ଯୁବକଙ୍କ ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରି ମନ୍ତ୍ରୀ ରାଓ କହିଛନ୍ତି, ବେଆଇନ କାର୍ଯ୍ୟକଳାପକୁ ମୂଳୋତ୍ପାଟନ କରିବା ପାଇଁ ରାଜ୍ୟ ଦୃଢ଼ ନିଷ୍ପତ୍ତି ନେଇଛି। ସିଗାରେଟ୍ ପରି ତମାଖୁ ଦ୍ରବ୍ୟର ନିଶା ଅନେକ ସମୟରେ ଡ୍ରଗ୍ସ ଭଳି ନିଶାକୁ ଆକୃଷ୍ଟ କରେ। ତେଣୁ ପ୍ରାରମ୍ଭରୁ ଏସବୁକୁ ଦୂର କରିବା ପାଇଁ ଚେଷ୍ଟା କରୁଛୁ। ବର୍ତ୍ତମାନ ରାଜ୍ୟରେ ବିଦ୍ୟାଳୟ ବ୍ୟତୀତ ମନ୍ଦିର, ମସଜିଦ, ଶିଶୁ ଯତ୍ନ କେନ୍ଦ୍ର ଏବଂ ଡାକ୍ତରଖାନା ପରିସରରେ ତମାଖୁ ଦ୍ରବ୍ୟ ବିକ୍ରୟ ତଥା ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇ ଥିବା ମନ୍ତ୍ରୀ ରାଓ କହିଛନ୍ତି।

Karnataka Plans To Ban Hookah Bars Tobacco Purchasing Age Karnataka Govt Rule