Advertisment

ଫେରିଲା କରୋନା! ପୁଣି ମାସ୍କ ପିନ୍ଧିବାକୁ ପରାମର୍ଶ

କେରଳରୁ ପ୍ରଥମେ ଭାରିଏଣ୍ଟ ଜେଏନ୍‌.୧ରେ ଜଣେ ମହିଳା ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଏବେ ଏହା ବିଭିନ୍ନ ରାଜ୍ୟକୁ ଏହା ବ୍ୟାପିବାରେ ଲାଗିଲାଣି।

Covid Returns

Covid Returns

Advertisment

ପୁଣି କଡ଼ ଲେଉଟାଇଛି କରୋନା। ଦେଶରେ ପୁଣି ଥରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ମହାମାରୀ କୋଭିଡ-୧୯। ଦେଶରେ ଦିନକରେ ୩ଶହରୁ ଅଧିକ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେବା ସହ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ଦେଖି ବେଳେ ଚାରିଆଡେ ଲୋକଙ୍କ ମଧ୍ୟରେ ଛନକା ପଶିଛି। କେବଳ ସେତିକି ପ୍ରଶାସନ ମଧ୍ୟ ସଜାଗ ହୋଇଉଠିଛି। ଲୋକଙ୍କୁ ପୁଣି ଥରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।

Advertisment

କରୋନା ମହାମାରୀର ନୂଆ ଘାତକ ସବ୍‌-ଭାରିଏଣ୍ଟ ଜେଏନ୍‌.୧ ଚିହ୍ନଟ ହୋଇଛି। କେରଳରୁ ପ୍ରଥମେ ଏହି ଭାରିଏଣ୍ଟରେ ଜଣେ ମହିଳା ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଏବେ ଏହା ବିଭିନ୍ନ ରାଜ୍ୟକୁ ଏହା ବ୍ୟାପିବାରେ ଲାଗିଲାଣି। ଏହକୁ ଦୃଷ୍ଟିରେ ରଖି ପଡୋଶୀ ରାଜ୍ୟ କର୍ଣ୍ଣାଟକ ସଜାଗ ହୋଇଉଠିଛି। ସମସ୍ତ ବୟସ୍କ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବା ପାଇଁ କର୍ଣ୍ଣାଟକ ସରକାର ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି।

କର୍ଣ୍ଣାଟକ ସ୍ୱାସ୍ତ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ 'ରୋଗରେ ପୀଡିତ ବ୍ୟକ୍ତି ଓ ସମସ୍ତ ବୟସ୍କ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ କହିଛନ୍ତି। ଅଯଥା ଭୟଭୀତ ହେବା ଉଚିତ ନୁହେଁ, କିନ୍ତୁ ସତର୍କ ରହିବା ଜରୁରୀ। ଯେଉଁମାନଙ୍କ ବୟସ ୬୦ ବର୍ଷ, ଯେଉଁମାନଙ୍କ ହୃଦ୍‌ ସମ୍ବନ୍ଧିୟ ସମସ୍ୟା ରହିଛି ଓ ବିଭିନ୍ନ ପ୍ରକାର ରୋଗରେ ପୀଡିତ ବ୍ୟକ୍ତି ମାସ୍କ ପିନ୍ଧିବା ଜରୁରୀ ବୋଲି ସେ କହିଛନ୍ତି।

Advertisment

ସମସ୍ତ ସରକାରୀ ହସ୍ପିଟାଲ ପ୍ରସ୍ତୁତ ରହିଛି। ଅଧିକ ବେଡ୍‌ ସଂଖ୍ୟା ମଧ୍ୟ ବଢ଼ାଇ ଦିଆଯାଇଛି। କେରଳର ସୀମାବର୍ତ୍ତୀ ଅଞ୍ଚଳ ମାଙ୍ଗାଲୋର, ଚାମନଜନଗର ଓ କୁଡାଗୁ ଆଦି ଅଞ୍ଚଳରେ ଆଲର୍ଟ ଜାରି କରାଯାଇଛି। ଟେଷ୍ଟିଂ ମଧ୍ୟ ବଢ଼ାଇ ଦିଆଯାଇଛି। ଯେଉଁମାନଙ୍କ ଠାରେ ଶ୍ୱାସ ସମ୍ବନ୍ଧୀୟ ଦେଖାଦେଉଛି, ସେମାନେ କୋଭିଡ ପରୀକ୍ଷା କରିବାକୁ ବାଧ୍ୟ ବୋଲି କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

Karnataka Covid19
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe