Advertisment

ବନ୍ଦ ହେବ ହୁକା ବାର୍‌, ୨୧ ବର୍ଷ ହୋଇ ନଥିଲେ ସିଗାରେଟ ମନା: ବିଲ୍‌ ପାସ୍

ବିଲ୍‌ରେ କୁହାଯାଇଛି ରାଜ୍ୟରେ ଆଉ କୌଣସି ସ୍ଥାନରେ ହୁକା ବାର୍‌ ଚାଲି ପାରିବ ନାହିଁ। ଯଦି କେହି ଏହି ନିୟମକୁ ଉଲ୍ଲଙ୍ଘନ କରନ୍ତି, ତା’ହେଲେ ସେମାନଙ୍କୁ ଗୋଟିଏ ବର୍ଷରୁ ୩ ବର୍ଷ ଯାଏ ଜେଲ ଓ ୧ ଲକ୍ଷ ଟଙ୍କା ଯାଏ ଜୋରିମାନା ଦେବାକୁ ପଡ଼ିବ।

author-image
Hemant Lenka
hookah bar

hookah bar

ପୂରା ରାଜ୍ୟରେ ବ୍ୟାନ ହେବ ହୁକା ବାର। ଉଲ୍ଲଙ୍ଘନକାରୀଙ୍କୁ ଜେଲ ସହ ମିଳିବ ଆର୍ଥିକ ଦଣ୍ଡ। ସେହିପରି ୨୧ ବର୍ଷରୁ କମ ବୟସ୍କଙ୍କୁ କେହି ବି ସିଗାରେଟ କିମ୍ବା କୌଣସି ଗୁଟଖା ବିକ୍ରି କରିପାରିବେ ନାହିଁ।

Advertisment

ଏପରି କଡ଼ା ନିୟମ ପ୍ରଣୟନ କରିବାକୁ ଯାଉଛନ୍ତି କର୍ଣ୍ଣାଟକା ସରକାର। ଏହା ସହ ଜଡ଼ିତ ଗୋଟିଏ ବିଲ ଆଜି କର୍ଣ୍ଣାଟକା ବିଧାନସଭାରେ ପାରିତ ହୋଇଛି।

ରାଜ୍ୟ ସରକାର ବର୍ତ୍ତମାନ ପ୍ରଚଳିତ ଥିବା Cigarettes and Other Tobacco Products Act (COTPA)ରେ ସଂଶୋଧନ କରିଛନ୍ତି। ଲୋକଙ୍କ ସ୍ୱାସ୍ଥ୍ୟ ଓ ତମ୍ବାକୁ ଦ୍ରବ୍ୟ ଜନିତ ରୋଗକୁ ଦୃଷ୍ଟିରେ ରଖି ସରକାର ବିଲ୍‌ ଦ୍ୱାରା କଟକଣା ଲଗାଇଛନ୍ତି।

Advertisment

ବିଲ୍‌ରେ କୁହାଯାଇଛି ରାଜ୍ୟରେ ଆଉ କୌଣସି ସ୍ଥାନରେ ହୁକା ବାର୍‌ ଚାଲି ପାରିବ ନାହିଁ। ଯଦି କେହି ଏହି ନିୟମକୁ ଉଲ୍ଲଙ୍ଘନ କରନ୍ତି, ତା’ହେଲେ ସେମାନଙ୍କୁ ଗୋଟିଏ ବର୍ଷରୁ ୩ ବର୍ଷ ଯାଏ ଜେଲ ଓ ୧ ଲକ୍ଷ ଟଙ୍କା ଯାଏ ଜୋରିମାନା ଦେବାକୁ ପଡ଼ିବ।

ଏହାବାଦ ୨୧ ବର୍ଷରୁ କମ ବୟସ୍କ ପିଲାଙ୍କୁ ସିଗାରେଟ ଓ ଅନ୍ୟ ତମ୍ବାକୁ ଜାତୀୟ ଦ୍ରବ୍ୟ ବିକ୍ରି ଉପରେ ମଧ୍ୟ ରୋକ ଲଗାଯାଇଛି। ସଂଶୋଧନ ଦ୍ୱାରା ନିୟମ ପ୍ରଣୟନ କରାଯାଇଛି ଯେ ସର୍ବସାଧାରଣରେ କେହି ତମ୍ବାକୁ ବ୍ୟବହାର କରିପାରିବେ ନାହିଁ। ପରିବେଶକୁ ସ୍ୱଚ୍ଛ ଓ ଧୂଆଁ ମୁକ୍ତ ରଖିବା ପାଇଁ ସରକାର ଏପରି ବ୍ୟବସ୍ଥା କରିଛନ୍ତି।

ଶିକ୍ଷାନୁଷ୍ଠାନ ଠାରୁ ୧୦୦ ମିଟର ପରିସୀମା ମଧ୍ୟରେ କେହି ବି ସିଗାରେଟ କିମ୍ବା ଗୁଟଖା ଦୋକାନ ଖୋଲି ପାରିବେ ନାହିଁ। ଉଲ୍ଲଙ୍ଘନକାରୀଙ୍କୁ ଏଥିପାଇଁ ୧ ହଜାର ଟଙ୍କା ଫାଇନ ଦେବାକୁ ପଡ଼ିବ ବୋଲି କର୍ଣ୍ଣାଟକା ସରକାର କହିଛନ୍ତି।

କର୍ଣ୍ଣାଟକା ମନ୍ତ୍ରୀ ତଥା କଂଗ୍ରେସ ନେତା ପ୍ରିୟଙ୍କ ଖଡଗେ କହିଛନ୍ତି, “ଏସବୁ ନିଷ୍ପତ୍ତି ସରକାର ନେଇଛନ୍ତି। ଅନେକ କିଶୋର/କିଶୋରୀ ଏସବୁ ସ୍ଥାନକୁ ଯାଉଛନ୍ତି। ସରକାର ସମସ୍ତଙ୍କର ସ୍ୱାସ୍ଥ୍ୟ ଓ ଆଇନ ଶୃଙ୍ଖଳା ସ୍ଥିତିକୁ ଦେଖି ଏପରି ନିଷ୍ପତ୍ତି ନେଇଛନ୍ତି।

୨୦୨୪ ଫେବୃଆରୀ ମାସରେ ତେଲଙ୍ଗାନା ସରକାର ସମାନ ଢଙ୍ଗରେ ସମସ୍ତ ପ୍ରକାରର ହୁକା ବାର୍‌ ଉପରେ ବ୍ୟାନ ଲଗାଇଥିଲେ। ହୋଟେଲ, ରେଷ୍ଟୁରାଣ୍ଟ, ବାର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଗ୍ରାହକମାନଙ୍କୁ ହୁକା ନ ଦେବାକୁ ମଧ୍ୟ ହରିଆଣା ସରକାର ନିୟମ ପ୍ରଣୟନ କରିଛନ୍ତି।

Karnataka Hookah Bar