ବିଜେପି ଆଣିଥିବା ଧର୍ମାନ୍ତରୀକରଣ ବିରୋଧୀ ଆଇନକୁ ଉଚ୍ଛେଦ କରିବେ ସିଦ୍ଦରମୈୟା

ତେବେ କଂଗ୍ରେସ କ୍ଷମତାକୁ ଆସିବା ପରେ ଏହା ଉପରେ ସମୀକ୍ଷା କରିବ ଓ ଦରକାର ପଡ଼ିଲେ ଏହାକୁ ଉଚ୍ଛେଦ କରିବ ବୋଲି କହିଥିଲା। ପ୍ରତିଶ୍ରୁତି ମୁତାବକ ଏବେ କ୍ଷମତାସୀନ ସରକାର ଧର୍ମ ପରିବର୍ତ୍ତନ ବିରୋଧୀ ଆଇନକୁ ଉଚ୍ଛେଦ ପାଇଁ ନିଷ୍ପତ୍ତି ନେଇଛି।

AntiConversionLaw

representational image

Hemant Lenka
  • Published: Thursday, 15 June 2023
  • Updated: 15 June 2023, 08:18 PM IST

କର୍ଣ୍ଣାଟକାରେ କ୍ଷମତାସୀନ ସିଦ୍ଦରମୈୟାଙ୍କ କଂଗ୍ରେସ ସରକାର ରାଜ୍ୟରେ ଲାଗୁ ହୋଇଥିବା ଧର୍ମାନ୍ତରୀକରଣ ବିରୋଧୀ ଆଇନକୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ରାଜ୍ୟରେ କ୍ଷମତାରେ ଥିବା ବିଜେପି ସରକାର ଧର୍ମାନ୍ତରୀକରଣ ବିରୋଧୀ ଆଇନ ଲାଗୁ କରିଥିଲେ।

Also Read

ଆଇନକୁ ଉଚ୍ଛେଦ କରିବା ନିଷ୍ପତ୍ତି ଆଜି କର୍ଣ୍ଣାଟକା କ୍ୟାବିନେଟ ନେଇଛି। ଏଥିସହ ସ୍କୁଲ ଇତିହାସର ସିଲାବସ୍‌ରେ ହୋଇଥିବା ପରିବର୍ତ୍ତନକୁ ହଟାଇ ଦିଆଯାଇଛି।ଏହାବାଦ କୃଷି ବଜାର ପାଇଁ ନୂଆ ଆଇନ ଆସିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା ରାଜ୍ୟର ଆଇନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏଚକେ ପାଟିଲ ସୂଚନା ଦେଇଛନ୍ତି।

ଏକାଧିକ ବିଜେପି ଶାସିତ ରାଜ୍ୟ ଭଳି ଗତବର୍ଷ ମେ’ ମାସରେ କର୍ଣ୍ଣାଟକାରେ ମଧ୍ୟ ଧର୍ମ ପରିବର୍ତ୍ତନ ବିରୋଧୀ ଆଇନକୁ ଅଧ୍ୟାଦେଶ ଜରିଆରେ ଲାଗୁ କରାଯାଇଥିଲା। ଏହାପରେ ସେପ୍ଟେମ୍ବର ମାସରେ ଗୋଟିଏ ବିଲ୍‌ ଦ୍ୱାରା ଏହାକୁ ବିଧାନସଭାରେ ଉପସ୍ଥାପନ କରାଯାଇଥିଲା। ଏହି ଆଇନ କଂଗ୍ରେସ ଓ ବିଜେପି ମଧ୍ୟରେ ତିକ୍ତତା ସୃଷ୍ଟି କରିବା ସହ ମୁଖ୍ୟ ରାଜନୀତିକ ପ୍ରସଙ୍ଗ ପାଲଟିଥିଲା। ସଂଖ୍ୟାଲଘୁଙ୍କୁ ହଇରାଣ କରିବା ପାଇଁ ବିଜେପି ସରକାର ଏପରି ଆଇନ ଆଣିଥିବା ବିରୋଧୀ ଅଭିଯୋଗ ମଧ୍ୟ କରିଥିଲେ।

ଗତବର୍ଷ ସିଦ୍ଦରମୈୟା କହିଥିଲେ, “ବର୍ତ୍ତମାନ ରାଜ୍ୟରେ ପ୍ରଚଳିତ ଥିବା ଆଇନ ଧମକ ଓ ଆର୍ଥିକ ଲୋଭରେ କରାଯାଉଥିବା ଧର୍ମ ପରିବର୍ତ୍ତନକୁ ରୋକିବା ପାଇଁ ସକ୍ଷମ। ଏପରି ସ୍ଥିତିରେ ନୂଆ ଆଇନ ଲାଗୁ କରିବାର ଅର୍ଥ କ’ଣ? କେବଳ ସଂଖ୍ୟାଲଘୁଙ୍କୁ ଧମକ ଓ ହଇରାଣ କରିବା ପାଇଁ ଅଣାଯାଇଛି।”

ମାମଲା କୋର୍ଟକୁ ମଧ୍ୟ ଯାଇଥିଲା। କୋର୍ଟରେ ଖ୍ରୀଷ୍ଟିୟାନ ସଂଗଠନ ଯୁକ୍ତି କରିଥିଲା ଯେ ନୂଆ ଆଇନ ସମ୍ବିଧାନରେ ଦିଆଯାଇଥିବା ଧାର୍ମିକ ସ୍ୱାଧୀନତାର ଅଧିକାରକୁ ଉଲ୍ଲଙ୍ଘନ କରୁଛି। ଏହାକୁ ନେଇ ସେବେଠାରୁ ହିଁ ବିବାଦ ଲାଗି ରହିଛି।

ଆଜି ପାଟିଲ କହିଛନ୍ତି, ସ୍କୁଲ ଇତିହାସ ବହିରୁ ଭିଡି ସବରକର ଓ କେବେ ହେଡଗେୱରଙ୍କ ଉପରେ ଥିବା ବିଷୟବସ୍ତକୁ ହଟାଇବାକୁ ନିଷ୍ପତ୍ତି ନେଇଛି। ଗତବର୍ଷ ଏହାକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରାଯାଇଥିଲା। ସେହିପରି ବିଜେପି ସରକାର ବେଳେ ସିଲାବସ୍‌ରେ ହୋଇଥିବା ସମସ୍ତ ପରିବର୍ତ୍ତନ ଉପରେ ରୋକ ଲଗାଯାଇଛି। ଏବେ ପିଲାମାନେ ସାବିତ୍ରୀବାଈ ଫୁଲେ, ବିଏ ଆମ୍ବେଦକର ଓ ନେହରୁଙ୍କ ଉପରେ ପଢ଼ିବେ। 

ସ୍କୁଲ ଓ କଲେଜରେ ହେଉଥିବା ପ୍ରାର୍ଥନା ସମୟରେ ପିଲାମାନେ ସମ୍ବିଧାନର ପ୍ରସ୍ତାବନାକୁ ପଢ଼ିବାକୁ ବାଧ୍ୟ। କୃଷି ବଜାରକୁ ନେଇ ମଧ୍ୟ ନୂଆ ଆଇନ ଆସିବ। ଏହି ସବୁ ବିଷୟବସ୍ତୁ ଉପରେ କ୍ୟାବିନେଟ ଆଜି ମୋହର ମାରିଥିବା ପାଟିଲ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story