Advertisment

କର୍ଣ୍ଣାଟକା ଡିଜିପି ହେଲେ ସିବିଆଇ ମୁଖ୍ୟ

ତାଲିକାରେ ପ୍ରବୀଣ ସୁଦଙ୍କ ବ୍ୟତୀତ ସୁଧୀର ସକ୍ସେନା(ଡିଜିପି ମଧ୍ୟପ୍ରଦେଶ) ଓ ତାଜ ହାସନଙ୍କ ନାଁ ରହିଥିଲା।

Praveen Sood

Praveen Sood

Advertisment

କର୍ଣ୍ଣାଟକା ଡିଜିପି ପ୍ରବୀଣ ସୁଦ ସିବିଆଇ ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି। ସେ ଦୁଇ ବର୍ଷ ପାଇଁ ଏହି ପଦରେ ରହିବେ। ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତି ଓ ଲୋକସଭାର ବିରୋଧୀ ଦଳର ନେତାଙ୍କୁ ନେଇ ଗଠିତ କମିଟି ତାଙ୍କ ନିଯୁକ୍ତି ଉପରେ ମୋହର ମାରିଛନ୍ତି।

Advertisment

କମିଟି ପକ୍ଷରୁ ଶନିବାର ସନ୍ଧ୍ୟାରେ ବୈଠକ ବସିଥିଲା। ଏଥିରେ ୩ ଜଣ ବରିଷ୍ଠ ଆଇପିଏସଙ୍କୁ ତାଲିକା ଭୁକ୍ତ କରାଯାଇଥିଲା। ତାଲିକାରେ ପ୍ରବୀଣ ସୁଦଙ୍କ ବ୍ୟତୀତ ସୁଧୀର ସକ୍ସେନା(ଡିଜିପି ମଧ୍ୟପ୍ରଦେଶ) ଓ ତାଜ ହାସନଙ୍କ ନାଁ ରହିଥିଲା। ଏବେ ପ୍ରବୀଣ ଅନ୍ୟ ଦୁଇ ଅଧିକାରୀଙ୍କୁ ପଛରେ ପକାଇ ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ସେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଦୁଇ ବର୍ଷ ଯାଏ ଏହି ପଦରେ ରହିବେ।

ବର୍ତ୍ତମାନ ସିବିଆଇ ନିର୍ଦ୍ଦେଶକ ଭାବେ କାମ କରୁଥିବା ସୁବୋଧ କୁମାର ଜୈସୱାଲଙ୍କ ୨ ବର୍ଷିଆ କାର୍ଯ୍ୟକାଳ ମେ’ ୨୫ରେ ଶେଷ ହେବ। ଏହାପରେ ପ୍ରବୀଣ ସୁଦ ନୂଆ ସିବିଆଇ ମୁଖ୍ୟ କାର୍ଯ୍ୟ ଆରମ୍ଭ କରିବେ।

Advertisment

ପ୍ରବୀଣ ହେଉଛନ୍ତି ୧୯୮୬ ଆପିଏସ୍‌ ବ୍ୟାଚ୍‌ର ଷ୍ଟେଟ କ୍ୟାଡର। ମାର୍ଚ୍ଚ ମାସରେ ପ୍ରବୀଣ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ। କର୍ଣ୍ଣାଟକା କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିବା ସହ ସେ କର୍ଣ୍ଣାଟକା ବିଜେପି ସରକାରଙ୍କୁ ଘଣ୍ଟ ଘୋଡ଼ାଉଥିବା କହିଥିଲେ। ଏଥିସହ ପ୍ରବୀଣ କଂଗ୍ରେସ ନେତାଙ୍କ ବିରୋଧରେ ମିଥ୍ୟା କେସ୍‌ କରୁଥିବାରୁ ତାଙ୍କ ଗିରଫ କରାଯାଉ ବୋଲି ଶିବକୁମାର ଦାବି କରିଥିଲେ।

ଏସବୁ ଭିତରେ ପ୍ରଧାନମନ୍ତ୍ରୀ, ସିଜେଆଇ ଓ ଲୋକସଭାର ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ କମିଟି ପ୍ରବୀଣଙ୍କୁ ସିବିଆଇ ମୁଖ୍ୟ ଭାବେ ନିଯୁକ୍ତ ଦେଇଛନ୍ତି। ସିବିଆଇ ମୁଖ୍ୟଙ୍କ କାର୍ଯ୍ୟକାଳ ସାଧାରଣତଃ ୨ ବର୍ଷ। କିନ୍ତୁ ଏହାକୁ ଅତି ବେଶୀରେ ୫ ବର୍ଷ ଯାଏ ବୃଦ୍ଧି କରାଯାଇ ପାରିବ।

CBI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe