/odisha-reporter/media/post_attachments/uploadimage/library/16_9/16_9_0/Suicide_1719995613.jpg)
Suicide
କୋଟି କୋଟି ଟଙ୍କାର ଦୁର୍ନୀତିରେ ସାମିଲ ହେବା ନିମନ୍ତେ ଉଚ୍ଚ ପଦସ୍ଥ ଅଧିକାରୀ ପକାଉଥିବା ଚାପ ଅସହ୍ୟ ହେବାରୁ ଆତ୍ମହତ୍ୟା କରିଥିବା ବାଙ୍ଗାଲୁରୁ ନିଗମର ଅଧିକାରୀଙ୍କ ପରିବାରକୁ ମିଳିବ ଅନୁକମ୍ପାମୂଳକ ରାଶି। । ଏଥିରେ ଅତିଷ୍ଠ ହୋଇ ବାଙ୍ଗାଲୁରୁ ନିଗମରେ କାର୍ଯ୍ୟରତ ଥିବା ୫୦ ବର୍ଷୀୟ ସରକାରୀ ଅଧିକାରୀ ଚନ୍ଦ୍ରଶେଖରନ ପି ଆତ୍ମହତ୍ୟାର ବାଟ ବାଛି ନେଇଥିବା ବେଳେ ତାଙ୍କ ପତ୍ନୀଙ୍କୁ ମିଳିବ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ । କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏହା ଘୋଷଣା କରିଛନ୍ତି।
କର୍ଣ୍ଣାଟକାର ମହର୍ଷି ବାଲ୍ମିକି ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ (KMVSTDC)ରେ ଚନ୍ଦ୍ରଶେଖର ପି ସୁପରିଣ୍ଟେଣ୍ଡେଣ୍ଟ ଭାବେ କାର୍ଯ୍ୟରତ ଥିଲେ। ଉକ୍ତ ବିଭାଗରେ ହୋଇଥିବା ୮୯ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଚନ୍ଦ୍ରଶେଖର ପିଙ୍କୁ ଫସାଇବାକୁ ଉପରିସ୍ଥ ଅଧିକାରୀ ଷଡଯନ୍ତ୍ର କରୁଥିଲେ। ଏହା ଅସହ୍ୟ ହେବାରୁ ଚନ୍ଦ୍ରଶେଖର ପି ଏକ ୬ ପୃଷ୍ଠାର ସୁଇସାଇଡ ନୋଟ୍ ଲେଖି ନିଜ ଘରେ ଝୁଲି ପଡ଼ିଥିଲେ। ସ୍ୱାମୀଙ୍କ ମୃତ୍ୟୁ ପଛରେ ଷଡଯନ୍ତ୍ର ଥିବା ନେଇ ଚନ୍ଦ୍ରଶେଖରଙ୍କ ପତ୍ନୀ କବିତା ଗତ ମେ’ ୩୧ ତାରିଖରେ ଅଭିଯୋଗ କରିଥିଲେ।
ମହର୍ଷି ବାଲ୍ମିକି ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗରେ ୮୯ କୋଟିର ଦୁର୍ନୀତି ହୋଇଥିବା ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି। ତଦନ୍ତ ପରେ ଏଥିରେ ବିଭାଗର ଏମ୍ଡି ମୁଖ୍ୟ ଅଭିଯୁକ୍ତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତର ସହ ନେଇ ଏହାର SIT ତଦନ୍ତ ନିର୍ଦ୍ଦେଶ ଦେଇ ସାରିଛନ୍ତି। ED ବି ଏହି ମାମଲାର ତଦନ୍ତ କରୁଛି।
୮୯ କୋଟିର ଏହି ଘୋଟାଲା ମାମଲାରେ ଏଯାବତ ୮୫ କୋଟି ଜବତ ହୋଇ ସାରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା। SIT ଟିମ୍ ଏହି ମାମଲାରେ ସମୁଦାୟ ୧୨ ଜଣଙ୍କୁ ଗିରଫ କରି ସାରିଥିବା ବେଳେ ୩୪ କୋଟି ଟଙ୍କା ଜବତ କରି ସାରିଲାଣି । ଏଥିସହ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ୪୬ କୋଟି ଟଙ୍କା ଟ୍ରାନ୍ସଫର ହୋଇଥିବା ବେଳେ ଉକ୍ତ ଆକାଉଣ୍ଟ ସବୁ ଫ୍ରିଜ୍ କରି ଦିଆଯାଇଛି। ଏହାବାଦ ୫ କୋଟି ମୂଲ୍ୟର ସୁନା ଓ କାର୍ ଆଦି ଜବତ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
