Advertisment

ହନୁମାନଙ୍କ ପତାକା ହଟାଇବାକୁ ନେଇ ହଙ୍ଗାମା, ଜୋରଦାର ବିକ୍ଷୋଭ

ବିକ୍ଷୋଭକାରୀମାନେ ରାସ୍ତା ଅବରୋଧ କରି ‘ଜୟ ଶ୍ରୀ ରାମ’ ସ୍ଲୋଗାନ ଦେଇଛନ୍ତି।

ଅଦ୍ୟତନ ହୋଇଛି
Protest over Hanuman Flag

Protest over Hanuman Flag

Advertisment

ହନୁମାନଙ୍କ ପତାକା ହଟାଇବାକୁ ନେଇ ଜୋରଦାର ହଙ୍ଗାମା ହୋଇଛି। କର୍ଣ୍ଣାଟକର ମାଣ୍ଡିଆ ଜିଲ୍ଲାରେ ଶତାଧିକ ବିଜେପି କର୍ମୀ ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି। ଫଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବିଜେପି ଏବଂ ଜନତା ଦଳ-ସିକ୍ୟୁଲାର୍‌ (ଜେଡିଏସ୍‌) ପକ୍ଷରୁ ଆଜି ଏକ ବିକ୍ଷୋଭ ରାଲି ପ୍ରଦର୍ଶନ ହେବା ପରେ ଉକ୍ତ ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

Advertisment

ସୋମବାର ସକାଳେ ବେଙ୍ଗାଲୁରୁରେ ବହୁ ସଂଖ୍ୟାରେ ବିକ୍ଷୋଭକାରୀ ପତାକା ହଟାଇବାକୁ ନେଇ ବିରୋଧ କରିଥିଲେ। ବିକ୍ଷୋଭକାରୀମାନେ ରାସ୍ତା ଅବରୋଧ କରି ‘ଜୟ ଶ୍ରୀ ରାମ’ ସ୍ଲୋଗାନ ଦେଇଥିଲେ। ସ୍ଥିତିକୁ ଆୟତ କରିବାକୁ ଯାଇ ବିକ୍ଷୋଭକାରୀଙ୍କୁ ପୁଲିସ ଅଟକ ରଖିଛି। ବିଜେପି ପକ୍ଷରୁ ଏହାକୁ ବିରୋଧ କରି ଜିଲ୍ଲାପାଳଙ୍କ ଅଫିସ ଯାଏ ବିରୋଧ ରାଲି କରିବାକୁ ଆହ୍ୱାନ ଦିଆଯାଇଛି। ଏହକୁ ନେଇ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। 

ସୂଚନା ମୁତାବକ, କର୍ଣ୍ଣାଟକର କେରାଗୋଡୁ ଗ୍ରାମରେ ରବିବାର ଅଧିକାରୀମାନେ ୧୦୮ ଫୁଟ ଉଚ୍ଚ ସ୍ତମ୍ବରୁ ହନୁମାନଙ୍କ ପତାକା କାଢ଼ି ନେଇଥିଲେ। ଏହାକୁ ନେଇ ବିବାଦ ଉପୁଜିଥିଲା। ଏହି ଘଟଣା ପରେ ରାଜ୍ୟ ସରକାର ଏବଂ ବିରୋଧୀ ଦଳ ମଧ୍ୟରେ ରାଜନୈତିକ ବିବାଦ ଆରମ୍ଭ ହୋଇଥିଲା। ପତାକା ହଟାଇବାକୁ ବିଜେପି ନେତା ତଥା ହିନ୍ଦୁ କାର୍ଯ୍ୟକର୍ତ୍ତାମାନେ ଦୃଢ଼ ନିନ୍ଦା କରିଛନ୍ତି।

Advertisment

ଗ୍ରାମ ପଞ୍ଚାୟତ ଦ୍ୱାରା ଉକ୍ତ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଅନୁମତି ଦିଆଯାଇଥିଲା। କିନ୍ତୁ ଏକ ଗୋଷ୍ଠୀ ତ‌ାହା ନକରି ସେହି ସ୍ଥାନରେ ୧୦୮ ଫୁଟ୍‌ର ଏକ ହନୁମାନ ପତାକା ଲଗାଇଥିଲେ। ଏହାକୁ ନେଇ ବିବାହ ସୃଷ୍ଟି ହୋଇଛି। ଏପରିକି ବିବାଦକୁ ରୋକିବା ପାଇଁ ପୁଲିସ୍‌ ଲାଠି ଚାଳନା ବି କରିଥିଲା।

Karnataka Protest Hanuman Flag
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe