Advertisment

ମନଇଚ୍ଛା ରାଜ୍ୟରେ ପଶି ପାରିବନି ସିବିଆଇ: ସହମତି ପ୍ରତ୍ୟାହାର କଲେ ସରକାର

ଏଣିକି କୌଣସି ସରକାରୀ କାମରେ ସିବିଆଇ ଅଧିକାରୀ ଯଦି କର୍ଣ୍ଣାଟକା ସୀମାରେ ପ୍ରବେଶ କରନ୍ତି, ତା’ହେଲେ ଏଥିପାଇଁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିବ।

author-image
Hemant Lenka
CBI

CBI

ଏଣିକି କର୍ଣ୍ଣାଟକାରେ ମନଇଚ୍ଛା ପ୍ରବେଶ କରିପାରିବ ନାହିଁ ସିବିଆଇ। ରାଜ୍ୟରେ ସିବିଆଇର ଅନାୟସ ପ୍ରବେଶ ଓ ତଦନ୍ତ ଉପରେ କଟକଣା ଜାରି କରିଛନ୍ତି କର୍ଣ୍ଣାଟକା ସରକାର। ଏଣିକି କୌଣସି ସରକାରୀ କାମରେ ସିବିଆଇ ଅଧିକାରୀ ଯଦି କର୍ଣ୍ଣାଟକା ସୀମାରେ ପ୍ରବେଶ କରନ୍ତି, ତା’ହେଲେ ଏଥିପାଇଁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିବ। ସିବିଆଇ ପ୍ରବେଶ ନେଇ ରହିଥିବା ସହମତି ପ୍ରଦାନ ବ୍ୟବସ୍ଥାକୁ ଆଜି କର୍ଣ୍ଣାଟକା ସରକାର ପ୍ରତ୍ୟାହାର କରି ନେଇଥିବା ଆଇନ ମନ୍ତ୍ରୀ ଏଚକେ ପାଟିଲ ସୂଚନା ଦେଇଛନ୍ତି।

Advertisment

ଆଇନ ମନ୍ତ୍ରୀ ପାଟିଲଙ୍କ କହିବା କଥା ଯେ ସିବିଆଇ ପକ୍ଷପାତିତା କରୁଛି। ତେଣୁ ରାଜ୍ୟରେ ସିବିଆଇ ତଦନ୍ତ ପାଇଁ ଥିବା ଖୋଲା ସହମତିକୁ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ସିବିଆଇର ଅପବ୍ୟବହାର କରାଯାଉଥିବା ନେଇ ଆମେ ଆମର ଚିନ୍ତା ବ୍ୟକ୍ତି କରୁଛୁ। ସେମାନେ ପକ୍ଷପାତିତା କରୁଛନ୍ତି। ଏଥିପାଇଁ ସହମତି ପ୍ରତ୍ୟାହାର କରାଯାଇଛି।

ଏହା ମୁଦା ପ୍ରସଙ୍ଗ ପାଇଁ ନୁହେଁ। ଆମେ ସିବିଆଇକୁ ଅନେକ ମାମଲା ପଠାଇଛୁ। କିନ୍ତୁ ସେମାନେ ଚାର୍ଜଶିଟ ଫାଇଲ କରୁ ନାହାନ୍ତି। କେବଳ ମାମଲାକୁ ପକାଇ ରଖିଛନ୍ତି। ଆମେ ପଠାଇଥିବା ମାମଲା ଗୁଡ଼ିକର ତଦନ୍ତ କରିବାକୁ ମଧ୍ୟ ସେମାନେ ମନା କରୁଛନ୍ତି। ଏପରି ଅନେକ ଘଟଣା ରହିଛି ବୋଲି ସେ କହିଛନ୍ତି।

Advertisment

ବିରୋଧୀ ଦଳର ନେତାଙ୍କୁ ଟାର୍ଗେଟ କରିବା ପାଇଁ କେନ୍ଦ୍ରର କ୍ଷମତାସୀନ ବିଜେପି ସରକାର ସିବିଆଇକୁ ବ୍ୟବହାର କରୁଥିବା ଅଭିଯୋଗ ହୋଇ ଆସୁଛି। ନିକଟରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ମଧ୍ୟ ମୁଦା ଦୁର୍ନୀତିରେ ଫସିଛନ୍ତି।

ଏହାର ଲୋକାୟୁକ୍ତ ତଦନ୍ତ ଆରମ୍ଭ ହୋଇଥିବେ ବେଳେ ସିବିଆଇ ଏଥିରେ ପଶିବାର ଆଶଙ୍କା ରହିଛି। ସମ୍ଭବତଃ ଏହି କାରଣ ପାଇଁ କର୍ଣ୍ଣାଟକା ସରକାର ସିବିଆଇ ଉପରେ କଟକଣା ଲଗାଇ ଥିବା କୁହାଯାଉଛି।

କର୍ଣ୍ଣାଟକା ପ୍ରଥମ ରାଜ୍ୟ ଭାବେ ସିବିଆଇ ଉପରେ କଟକଣା ଲଗାଇ ନାହିଁ। ଏହାପୂର୍ବରୁ ଅନେକ ଅଣ ବିଜେପି ରାଜ୍ୟ ଗୁଡ଼ିକ ମଧ୍ୟ ସିବିଆଇ ବିରୋଧରେ ପକ୍ଷପାତିତାର ଅଭିଯୋଗ ଆଣି ସହମତି ପ୍ରସ୍ତାବକୁ ପ୍ରତ୍ୟାହାର କରିଥିଲେ।

ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଓ ପଞ୍ଜାବର ସରକାର ୨୦୨୦ ନଭେମ୍ବର ମାସରୁ ସିବିଆଇ ଉପରେ କଟକଣା ଲଗାଇଛନ୍ତି। ନିକଟରେ ଆନ୍ଧ୍ର ପ୍ରଦେଶ ସରକାର ମଧ୍ୟ ସିବିଆଇର ମନଇଚ୍ଛା ପ୍ରବେଶ ଉପରେ ରୋକ ଲଗାଇଥିଲେ। ସେତେବେ ଆନ୍ଧ୍ରରେ ଜଗନ ମୋହନ ସରକାର ଚାଲିଥିଲା।

Karnataka CBI