Advertisment

ରାମ ମନ୍ଦିର ଫଟୋରେ ଲଗାଇଲେ ପାକିସ୍ତାନ ପତକା, ଜଣେ ଗିରଫ

ଫଟୋ ଭାଇରାଲ ହେବା ପରେ ଏହାକୁ ନେଇ ହିନ୍ଦୁ ସଙ୍ଗଠନ ରାଗି ଯାଇଛି।

ଅଦ୍ୟତନ ହୋଇଛି
Ayodhya Ram Mandir

Ayodhya Ram Mandir

Advertisment

ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍ସବର ମାହୋଲ ରହିଛି। କେବଳ ହିନ୍ଦୁ ନୁହେଁ ସବୁ ଧର୍ମର ଲୋକେ, ଯିଏ ରାମଙ୍କ ଠାରେ ଆସ୍ଥା ରଖନ୍ତି ସେମାନେ ଏହି ଅବସରରେ ଉତ୍ସାହିତ ହୋଇପଡିଛି। ଏସବୁ ଭିତରେ ଜଣେ ଦୁର୍ବୃତ୍ତ ସୋଶାଲ ମିଡିଆରେ ଆପତ୍ତିଜନକ ଫଟୋ ପୋଷ୍ଟ କରିଛନ୍ତି। ଏହାକୁ ନେଇ ହିନ୍ଦୁ ସଙ୍ଗଠନ ମଧ୍ୟରେ କ୍ରୋଧ ଦେଖିବାକୁ ମିଳିଛି।

Advertisment

ପ୍ରକୃତରେ କର୍ଣ୍ଣାଟକ ଗଡଗ ଜିଲ୍ଲାର ଜଣେ ଯୁବକ ରାମ ମନ୍ଦିରର ଫଟୋକୁ ଏଡିଟ୍ କରି ସେଥିରେ ପାକିସ୍ତାନର ତିନୋଟି ପତକା ଲଗାଇଛନ୍ତି। କେବଳ ସେତିକି ନୁହେଁ ଏହା ଉପରେ ବାବ୍ରି ମସଜିଦ ମଧ୍ୟ ଲେଖି ଫେସ୍‌ବୁକ୍‌ରେ ପୋଷ୍ଟ କରିଛନ୍ତି। ଏହି ଫଟୋ ଭାଇରାଲ ହେବା ପରେ ଏହାକୁ ନେଇ ହିନ୍ଦୁ ସଙ୍ଗଠନ ରାଗି ଯାଇଛି। ଉକ୍ତ ଭାଇରାଲ ଫଟୋକୁ ନେଇ ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ଆଧାରରେ ପୁଲିସ ଆକ୍ସନ ମୁଡ୍‌କୁ ଆସିଛି। ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବା ସହ ମାହୋଲ ବିଗାଡିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଏହାପରେ ଉକ୍ତ ପୋଷ୍ଟକୁ ପୁଲିସ ଡିଲିଟ୍‌ କରିଦେଇଛି। ଗିରଫ ଯୁବକକୁ ପୁଲିସ ପଚରାଉଚରା ଜାରି ରଖିଛି।

Advertisment

ଗଡଗ ଏସ୍‌ପି ବାବାସାବ ନେମାଗୌଡଙ୍କ କହିବା ମୁତାବକ, ଗିରଫ ଅଭିଯୁକ୍ତର ନାଁ ତାଜୁଦ୍ଦିନ ଦାଦେଦାର। ସେ ଗଡଗ ଜିଲ୍ଲାର ବାସିନ୍ଦା। ତାକୁ ଗିରଫ କରାଯାଇଛି। ସେ କାହିଁକି ଏଭଳି ପୋଷ୍ଟ କରିଥିଲା ସେ ନେଇ ତଦନ୍ତ ଜାରି ରହିଛି।

Karnataka Ayodhya Ram Mandir Youth Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe