Advertisment

ବଡ଼ ଅଫର୍‌, ଗ୍ୟାଙ୍ଗଷ୍ଟର୍‌ ଲରେନ୍ସଙ୍କୁ ଗୁଳି କଲେ ମିଳିବ ୧ କୋଟି

କରଣୀ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡଃ. ରାଜ ଶେଖାବତ ୧ କୋଟି ୧୧ ଲକ୍ଷ ୧୧ ହଜାର ୧୧୧ ଟଙ୍କା ଦେବାକୁ ଘୋଷଣା କରିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Karni Sena and Lawrance

Karni Sena and Lawrance

ବଡ଼ ଅଫର୍‌। ଯିଏ ଜେଲ୍‌ରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଏନ୍‌କାଉଣ୍ଟର କରିବ ତାକୁ ମିଳିବ କୋଟିଏ ଟଙ୍କା। ଏଭଳି କିଛି ପୁରସ୍କାର ରାଶି ଘୋଷଣା କରିଛନ୍ତି ଗୁଜରାଟ କ୍ଷେତ୍ରୀୟ କରଣୀ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ।

Advertisment

ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ଏବଂ ଅଭିନେତା ସଲମାନ ଖାନ୍‌ଙ୍କୁ ଧମକ ପରଠାରୁ ଚର୍ଚ୍ଚାରେ ରହିଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ। ଏହାରି ଭିତରେ ଯେଉଁ ପୁଲିସକର୍ମୀ ଲରେନ୍ସ ବିଷ୍ଣୋଇଙ୍କୁ ଏନ୍‌କାଉଣ୍ଟର କରିବେ ତାଙ୍କ ପାଇଁ ବଡ଼ ପୁରସ୍କାର ରାଶି ଘୋଷଣା ହୋଇଛି। କରଣୀ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡଃ. ରାଜ ଶେଖାବତ ୧ କୋଟି ୧୧ ଲକ୍ଷ ୧୧ ହଜାର ୧୧୧ ଟଙ୍କା ଦେବାକୁ ଘୋଷଣା କରିଛନ୍ତି।

ରାଜ ଶେଖାବତ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଜାରି କରିଛନ୍ତି। ଏଥିରେ ସେ ଲରେନ୍ସ ବିଷ୍ଣୋଇଙ୍କୁ ଏନ୍‌କାଉଣ୍ଟର କଲେ ପୁଲିସ ଅଧିକାରୀଙ୍କୁ ୧,୧୧,୧୧,୧୧୧ ଦେବି ବୋଲି କହିଛନ୍ତି। ଉକ୍ତ ପୁଲିସ କର୍ମଚାରୀଙ୍କ ପରିବାରର ସୁରକ୍ଷା ଦାୟିତ୍ୱ ସେ ନେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତ। ଏଥିସହ ଲରେନ୍ସ ବିଷ୍ଣୋଇ ଦେଶ ପାଇଁ ବିପଦ ଥିବା କହି ସେ ଗୁଜରାଟର ବିଜେପି ସରକାର ଉପରେ ବର୍ଷିଛନ୍ତି।

Advertisment

ସୋସିଆଲ ମିଡିଆରେ ଅପଲୋଡ୍ ହୋଇଥିବା ଏକ ଭିଡିଓରେ କରଣୀ ସେନା ମୁଖ୍ୟ କହିଛନ୍ତି ଯେ ଲରେନ୍ସ ବିଷ୍ଣୋଇ ମଧ୍ୟ ଆମର ଅନମୋଲ ରତ୍ନ ଏବଂ ଅମର ଶହୀଦ ସୁଖଦେବ ସିଂହ ଗୋଗାମେଡି ଜୀଙ୍କ ହତ୍ୟାକାରୀ।

୫ ଡିସେମ୍ବର ୨୦୨୩ରେ କରଣୀ ସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଡିଙ୍କୁ ଜୟପୁରରେ କିଛି ଅଜ୍ଞାତ ଆକ୍ରମଣକାରୀ ଗୁଳି ମାଡ଼ କରି ହତ୍ୟା କରିଥିଲେ। ଏହାର କିଛି ଘଣ୍ଟା ପରେ ଲରେନ୍ସ ଗ୍ୟାଙ୍ଗ ଏହି ହତ୍ୟା ପାଇଁ ନିଜକୁ ଦାୟୀ କରିଥିଲା।

ଲରେନ୍ସ ବିଷ୍ଣୋଇ ବର୍ତ୍ତମାନ ଗୁଜରାଟର ସାବରମତି ଜେଲରେ କଏଦ ଅଛି। ତା' ବିରୋଧରେ ସୀମା ପାର ହୋଇ ଡ୍ରଗ୍ ଚୋରା ଚାଲାଣ ମାମଲା ରୁଜୁ ହୋଇଛି। ଏପ୍ରିଲରେ ମୁମ୍ବାଇରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଗୁଳି ବିନିମୟ ମାମଲାରେ ମଧ୍ୟ ଲରେନ୍ସ ବିଷ୍ଣୋଇର ନା ସାମ୍ନାକୁ ଆସିଥିଲା। କିନ୍ତୁ ମୁମ୍ବାଇ ପୋଲିସ ତାକୁ ଗିରଫ କରିପାରି ନଥିଲା।

Encounter Lawrence Bishnoi Karni Sena