beggar
ଉତ୍ତରପ୍ରଦେଶର ଧାର୍ମିକ ସ୍ଥଳ କାଶୀ ଖୁବଶୀଘ୍ର ଭିକାରୀ ମୁକ୍ତ ହେବ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନରେ ବିଭିନ୍ନ ବିଭାଗ ଓ ଏନଜିଓ ସଂସ୍ଥା ସାମିଲ ହୋଇଛନ୍ତି। ଭିକ୍ଷାବୃତ୍ତି ମୁକ୍ତ କାଶୀ ନାଁରେ ପ୍ରଶାସନ ପକ୍ଷରୁ ଏପରି ଅଭିଯାନ ଆରମ୍ଭ ହୋଇଛି। ପ୍ରଶାସନ ଆରମ୍ଭ କରିଥିବା ଏହି ଅଭିଯାନର ପ୍ରଭାବ ମଧ୍ୟ ଧୀରେଧୀରେ ଦେଖିବାକୁ ମିଳିଲାଣି।
ପ୍ରସିଦ୍ଧ ଧର୍ମାନୁଷ୍ଠାନ ଓ ପର୍ଯ୍ୟଟସ୍ଥଳରେ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ଏବେ ଦେଖିବାକୁ ମିଳୁନି। ବିଶେଷ କରି ଦଶଶ୍ୱାମେଧା ଘାଟ, ସଙ୍କଟମୋଚନ ମନ୍ଦିର ଓ ସିଟି ରୋଡ ଓ ବିଭିନ୍ନ କ୍ରସିଂରେ କେହି ଭିକ ମାଗୁ ନାହାନ୍ତି।
ଏହି ଅଭିଯାନ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଡିଏମ ଏସ୍ ରାଜାଲିଙ୍ଗମ କହିଛନ୍ତି, “ଏହି ମନ୍ଦିରର ସହରକୁ ୧୫ ଦିନ ମଧ୍ୟରେ ଭିକାରୀ ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। କାଶୀରେ ଚାଲିଥିବା ୩ଟି ବର୍ଗର ଭିକ୍ଷାବୃତ୍ତିକୁ ଶେଷ କରିବା ପାଇଁ ଆମେ ଯୋଜନାବଦ୍ଧ ଭାବେ କାମ କରୁଛୁ।
ଜିଲ୍ଲା ପ୍ରଶାସନ, ସାମାଜିକ କଲ୍ୟାଣ ସଂଗଠନ, ବାରାଣସୀ ପୌରପାଳିକା, ପୁଲିସ୍ ଓ ଏନଜିଓଗୁଡ଼ିକ ଅଭିଯାନରେ ସାମିଲ ହୋଇଛନ୍ତି। ପ୍ରମଥମ ବର୍ଗରେ ନିରାଶ୍ରୟମାନେ ରହିଥିବା ବେଳେ ଦ୍ୱିତୀୟ ବର୍ଗରେ ରାକେଟ ଦ୍ୱାରା ଭିକ୍ଷାବୃତ୍ତି କରୁଥିବା ଲୋକ ଓ ଶେଷରେ ଗରିବ ଲୋକମାନେ ରହିଛନ୍ତି।”
ମନ୍ଦିର, ଧାର୍ମିକ ସ୍ଥଳ ଓ ପର୍ଯ୍ୟଟନସ୍ଥଳକୁଆସୁଥିବା ଲୋକମାନଙ୍କୁ କୌଣସି ପ୍ରକାରର ଜିନିଷ ଭିକ୍ଷା ଆକାରରେ ନ ଦେବାକୁ କୁହାଯାଉଛି। ଏଥିପାଇଁ ପୋଷ୍ଟର, ବ୍ୟାନର ଓ ଘୋଷଣା କରି ଲୋକଙ୍କୁ ସଚେତନ କରାଯାଉଛି। ଏବେ ପ୍ରଶାସନ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ କେବଳ କାଉନସେଲିଂ କରୁଛି। ସେମାନଙ୍କୁ ଏହି ବୃତ୍ତି ଛାଡ଼ିବାକୁ କୁହାଯାଇଛି। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯିବ ଓ ବିଭିନ୍ନ କେନ୍ଦ୍ରରେ ରଖାଯିବ ବୋଲି ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/beggar_1678875166.jpg)