Advertisment

ଭୋଲେ ବାବାଙ୍କ ଆଶ୍ରମରେ ପଞ୍ଚତାରକା ସୁବିଧା, କାଶୀ ବିଶ୍ୱନାଥ ମନ୍ଦିରର କଳାକୃତି

ଦଳାଚକାଟରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସତସଙ୍ଗରେ ପ୍ରବଚନ ଦେଉଥିଲେ ଭୋଲେ ବାବା।

ଅଦ୍ୟତନ ହୋଇଛି
Bhole Baba's Ashram

Bhole Baba's Ashram

Advertisment

ଉତ୍ତର ପ୍ରଦେଶ ହାଥରସ ସତସଙ୍ଗରେ ପ୍ରବଚନ ଦେଉଥିବା ଆତ୍ମଘୋଷିତ ଭୋଲେ ବାବାଙ୍କ ବିଷୟରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି। ତାଙ୍କ ବିରୁଦ୍ଧରେ ଦୁଷ୍କର୍ମ ସହ ଏକାଧିକ ଅପରାଧିକ ମାମଲା ଥିବାବେଳେ ଏବେ ତାଙ୍କ ସମ୍ପତି ଏବଂ ବିଳାସ ବ୍ୟସନ ଜୀବନ ସମ୍ବନ୍ଧରେ ଖୁଲାସା କରିଛି ପୁଲିସ।

Advertisment

ଆତ୍ମଘୋଷିତ ଭୋଲେ ବାବା ଆକା ନାରାୟଣ ସରକାର ହରି ଓରଫ ସୁରଜ ପାଲଙ୍କର ଆଶ୍ରମରେ ଫାଇବ୍ ଷ୍ଟାର୍ ହୋଟେଲର ସୁବିଧା ସାଙ୍ଗକୁ କାଶୀ ବିଶ୍ୱନାଥ ମନ୍ଦିର ଶୈଳୀରେ ଡିଜାଇନ ହୋଇଛି। ଭୋଲେ ବାବାଙ୍କର ଉତ୍ତର ପ୍ରଦେଶରେ ଅନେକ ଆଶ୍ରମ ଥିବାବେଳେ କାନପୁରର ବିଧନୁ ଅଞ୍ଚଳରେ ଥିବା 6 ଏକର ଜମିର ଆଶ୍ରମରେ ଏହି ସୁବିଧା ରହିଛି, ଯାହାକୁ ଦେଖିଲେ ଆଖି ଖୋସି ହୋଇଯିବ। 

କାନପୁର ସହରଠାରୁ ପ୍ରାୟ 25 କିଲୋମିଟର ଦୂରରେ ଏହି ଆଶ୍ରମ ରହିଛି, ଯେଉଁଥିରେ ବାରାଣାସୀର ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିର ଭଳି ବିରାଟକାୟ ଫାଟକ ଏବଂ ତିନୋଟି ଗମ୍ବୁଜ ରହିଛି। ଫାଟକଗୁଡ଼ିକରେ ଅତ୍ୟାଧୁନିକ କାରୁକାର୍ଯ୍ୟ ସାଙ୍ଗକୁ ଅନ୍ୟାନ୍ୟ ଡିଜାଇନ୍ ମଧ୍ୟ ହୋଇଛି।

Advertisment

ଭୋଲେ ବାବାଙ୍କୁ ସେବା ଯୋଗାଉଥିବା କିଛି ସେବକ ଏହି ଆଶ୍ରମରେ ରହିବା ସହ ଏହାର ରକ୍ଷଣାବେକ୍ଷଣ କରନ୍ତି। ଆଶ୍ରମ ବାହାରେ ଭୋଲେ ବାବା ଏବଂ ତାଙ୍କ ପତ୍ନୀ ଦେବୀ ମାଆଙ୍କର ଫୁଲରେ ସଜ୍ଜିତ ଏକ ବିରାଟ ଜୁଗଳ ଫଟୋ ଲାଗିଛି। ଏଥିସହ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଫାଟକ ବାହାରେ କିଛି ଧାର୍ମିକ ଉଦ୍ଧୃତି ମଧ୍ୟ ଲେଖାଯାଇଛି। 

ଆଶ୍ରମ ପରିସରରେ ଏକ ବିରାଟ ବଗିଚା ଅଛି, ଯେଉଁଠାରେ ପନିପରିବା ଏବଂ ଫୁଲ ଚାଷ କରାଯାଏ। ସେଠାରେ ଏକ ବିରାଟ ଗୁହାଳ ମଧ୍ୟ ଅଛି। ଆଶ୍ରମରେ ଯେଉଁ ସୁବିଧା ରହିଛି, କୌଣସି ଫାଇଭ୍ ଷ୍ଟାର୍ ହୋଟେଲଠୁ କମ୍ ନୁହେଁ। ସବୁ ରୁମରେ ଏସି ଲାଗିଥିବା ବେଳେ ବାଲକୋନୀରେ ବିଶାଳ କୁଲର୍ ଲାଗିଛି। 

ଆଶ୍ରମର କେନ୍ଦ୍ରରେ ଏକ ବିଳାସପୂର୍ଣ୍ଣ 'ସତସଙ୍ଗ ଭବନ' ରହିଛି। ଏହିଠାରେ ଧାର୍ମିକ ସମାବେଶ ଅନୁଷ୍ଠିତ ହୋଇଥାଏ। ଏହି ହଲରେ ବି ବଡ଼ ବଡ଼ କୁଲର୍ ଓ ସ୍ପିକର୍ ଲଗାଯାଇଛି।

ଆଶ୍ରମରେ ଥିବା ଜଣେ ସେବକ କହିଛନ୍ତି, "ଭୋଲେ ବାବା ହେଉଛନ୍ତି ଭଗବାନଙ୍କ ଅବତାର। ଅନେକ ଭକ୍ତ ବାବାଙ୍କ ଚମତ୍କାରିତା ଦେଖିଛନ୍ତି। ଭୋଲେ ବାବା ଯେଉଁ ମାଟି ଉପରେ ଚାଲନ୍ତି, ସେ ମାଟି ଅତ୍ୟନ୍ତ ଶୁଭ। ଏହାକୁ ଛୁଇଁଲେ ସମସ୍ତ ରୋଗ ଭଲ ହୋଇଯାଏ।"

ପ୍ରକାଶ ଥାଉକି, ହାଥରସରେ ହୋଇଥିବା ସତସଙ୍ଗରେ ଭୋଲେ ବାବାଙ୍କ ପାଦ ଧୂଳି ଆଣିବାକୁ ଯାଇ ଲୋକଙ୍କ ମଧ୍ୟରେ ଦଳାଚକଟା ହୋଇଥିଲା। ଏଥିରେ 121 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ଏହି ସତସଙ୍ଗରେ ଲକ୍ଷ ଲକ୍ଷ ଲୋକ ଯୋଗ ଦେଇଥିଲେ।

କସୁଇ ଗାଁର ଜଣେ ବ୍ୟକ୍ତି କହିଛନ୍ତି, ଭୋଲେ ବାବା ବାସ୍ତବରେ କୌଣସି ଅବତାର ନୁହନ୍ତି, "ବରଂ ଜଣେ ଠକ। ସେ ଲୋକମାନଙ୍କୁ ବୋକା ବନାଇ ସେମାନଙ୍କ ଜମି ହଡ଼ପ କରି ଆଶ୍ରମ ତିଆରି କରିଛନ୍ତି। ଯଦି ସେ ଭଗବାନଙ୍କ ଅବତାର, ତେବେ ହାଥରସରେ ଯେଉଁମାନଙ୍କ ମୃତ୍ୟୁ ଘଟିଛି ସେମାନଙ୍କୁ ବଞ୍ଚାଇ ଦେଉନାହାନ୍ତି।" 

ପ୍ରକାଶଥାଉକି ହାଥରସ ଦୁର୍ଘଟଣା ପରେ ଭୋଲେ ବାବା ଫେରାର୍ ଅଛନ୍ତି। ତାଙ୍କର 20 ଜଣ ସେବକଙ୍କୁ ଗିରଫ କରି ତଦନ୍ତ କରୁଛି ପୁଲିସ। 

Bhole Baba's Ashram ଭୋଲେ ବାବାଙ୍କ ଆଶ୍ରମର ଭିତର ଦୃଶ୍ୟ
Hathras Stampede Bhole Baba UP Stampede News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe