Kashmir
କଶ୍ମୀରରେ ଆତଙ୍କବାଦର ଇତିହାସ ଭାଗ ୩ରେ ଆମେ ୧୯୮୯ ମସିହା ଶୀତ ସମୟର କଥା କହିବୁ। କଶ୍ମିରୀଙ୍କ ରକ୍ତ ପୂରା ଉପତ୍ୟକାରେ ବହିଥିଲା। ଏହା ସ୍ୱାଧୀନ ଭାରତର ସବୁଠାରୁ ବଡ଼ ପଳାୟନର ମୁଖସାଖୀ ପାଲଟିଥିଲା।
ମକ୍କାରେ ହଜ ତୀର୍ଥଯାତ୍ରୀ ପାଳନ କରୁଥିବା ପବିତ୍ର ନୀତିକାନ୍ତ ପାଳନ କରୁଥିବା ଦୁଇଟି ପାହାଡ଼ ମଧ୍ୟରୁ ଗୋଟିଏ ହେଲା ଅଲ ସଫା। କିନ୍ତୁ କଶ୍ମିରୀ ପଣ୍ଡିତଙ୍କ ପାଇଁ ସଫା ବା ପବିତ୍ରର ଅର୍ଥ ଗୋଟିଏ ଭୟାବହ ସକାଳ ଥିଲା।
ଶୀତୁଆ ସକାଳରେ ସୂର୍ଯ୍ୟ ଶ୍ରୀନଗରରେ ଉଇଁ ଥିଲେ। ମଧ୍ୟାହ୍ନ ସମୟରେ ଡାଲ ଲେକରେ ସୂର୍ଯ୍ୟଙ୍କ କିରଣ ବିଛୁରିତ ହୋଇ ପଡ଼ିଥାଏ ଓ ଲଞ୍ଚ ସମୟର କିଛି ଘଣ୍ଟା ପରେ ସୂର୍ଯ୍ୟ ଜବାରୱାନ ପାହାଡ଼ରେ ଲୁଚି ଯାଆନ୍ତି। ୧୯୯୦ ମସିହା ଜାନୁଆର ୪ ତାରିଖ ସକାଳ ଶ୍ରୀନଗର ଇତିହାସର ସବୁଠାରୁ ନିରାଶଜନକ ରହିଥିଲା।
କଶ୍ମୀର
ସ୍ଥାନୀୟ ଖବରକାଗଜ ଅଲ ସଫା ଓ ଅଫତାବର ମର୍ଣ୍ଣିଂ ସଂସ୍କରଣରେ କଶ୍ମୀର ପଣ୍ଡିତଙ୍କୁ ଦିଆଯାଇଥିଲା ଧମକ। ପଣ୍ଡିତ ହେଉଛନ୍ତି ହିନ୍ଦୁ ପୂଜାରୀ ଓ ମେଧାବୀ। ଏମାନଙ୍କ ବଂଶଜ ପ୍ରାୟ ୩୦୦୦ ବର୍ଷ ପୂର୍ବେ ଉପତ୍ୟକାକୁ ଆସିଥିଲେ। ହେଲେ ସେମାନଙ୍କୁ ଖବରକାଗଜ ଜରିଆରେ- ଇସଲାମର ମାଟିରୁ ଚାଲି ଯିବାକୁ ଧମକ ଦିଆଯାଇଥିଲା।
ଏପରି ନିର୍ଦ୍ଦେଶ ହିଜବୁଲ ମୁଜାଦ୍ଦିନ ପକ୍ଷରୁ ମିଳିଥିଲା। ଏହି ସଂଗଠନ ଟାର୍ଗେଟ କିଲିଂ କରି ପୂର୍ବରୁ ଲୋକଙ୍କ ମନରେ ତଙ୍କ ସୃଷ୍ଟି କରି ସାରିଥିଲା। ଏବେ ସେମାନେ ପଣ୍ଡିତଙ୍କୁ କଶ୍ମୀର ଛାଡ଼ିବାକୁ କହିଥିଲେ। କିନ୍ତୁ ଅଧିକାଂଶ ପଣ୍ଡିତ ପୂର୍ବରୁ ଇସଲାମିକ ଶାସକମାନଙ୍କ ଦଣ୍ଡାଦେଶ ସମ୍ପର୍କରେ ଜାଣିଥିବାରୁ ହିଜବୁଲର ଧମକକୁ ଗୁରୁତ୍ୱର ସହ ନେଇ ନଥିଲେ। ନିଜର ପୂର୍ବଜଙ୍କ ଭିଟା ମାଟିରେ ସେମାନେ ସୁରକ୍ଷିତ ବୋଲି ଭାବି ନେଇଥିଲେ।
କଶ୍ମୀର ଅଭିଶାପର ଇତିହାସ
କଶ୍ମୀର ଉପତ୍ୟକାର ନାଁ କଶ୍ୟପରୁ ଆସିଥିବା ବିଶ୍ୱାସ କରାଯାଏ। ୧୪ତମ ଶତାବ୍ଦୀ ଯାଏ ହିନ୍ଦୁ ଓ ବୌଦ୍ଧ ଧର୍ମର ଦବଦବା ଏଠାରେ ଚାଲିଥିଲା। ବାରମ୍ବାର ଆସୁଥିବା ଇସଲାମର ଲହର ଘାଟିକୁ ପାର କରି ଯାଉଥିଲା କିମ୍ବା ଗନ୍ଧାରର ହିନ୍ଦୁ ଶାହି ଶାସକ, ବିଶେଷ କରି ଲୋହାରା ବଂଶଜର ରାଣୀ ଦିଦା(୯୨୪-୧୦୦୩)ଙ୍କ ଦ୍ୱାରା ଏହାକୁ ଏଠାରେ ତିଷ୍ଠିବାକୁ ଦିଆଯାଉ ନଥିଲା। ଗନ୍ଧାର ଗୋଟିଏ ଏମିତି ରାଜ୍ୟ ଥିଲା, ଯାହାର ସମ୍ପର୍କ କଶ୍ମୀର ସହ ବେଶ ନିବିଡ଼ ଥିଲା।
ରାଣୀ ଦିଦାଇସଲାମର ପ୍ରଥମ ଲହର ସେତେବେଳେ ଆସିଥିଲା ଯେତେବେଳେ ତିବ୍ଦତ ପ୍ରିନ୍ସ ରିନଚାନା ନିଜ ଧର୍ମ ଛାଡ଼ି ସୁଫି ସନ୍ଥ ବୁଲବୁଲ ଶାହଙ୍କ କଥାରେ ଇସଲାମ ଗ୍ରହଣ କରିଥିଲେ। ଶାହ ମୀର ବେଶ ଚତୁରତାର ସହ ରିନଚାନାଙ୍କ ପୁଅ ଓ ପତ୍ନୀଙ୍କୁ ବନ୍ଦୀ କରି ନିଜେ ଶାସନ ଆରମ୍ଭ କରିଥିଲେ। ସେବାଠାରୁ ଇସଲାମିକ ବଂଶବାଦ ଆରମ୍ଭ ହୋଇଥିଲା। ସାମାଜିକ ସ୍ଥିତି, ଜମି ଓ ଅନ୍ୟ ଉପାୟରେ ଧର୍ମାନ୍ତିକରଣ ଆରମ୍ଭ ହୋଇଥିଲା। ଦଣ୍ଡ ଭୟରେ ମଧ୍ୟ ଅନେକ ଧର୍ମ ବଦଳାଇଥିଲେ। ଇସଲାମର ୬ଷ୍ଠ ଶାସକ ସିକନ୍ଦର ଶାହ କ୍ଷମତାକୁ ଆସିବା ବେଳକୁ ୬୦% ଲୋକ ଇସଲାମ ଧର୍ମକୁ ଗ୍ରହଣ କରି ସାରିଥିଲେ। ସିକନ୍ଦର ମନ୍ଦିର ଭାଙ୍ଗିବା ସହ ମୂର୍ତ୍ତିଗୁଡ଼ିକ ଧ୍ୱଂସ କରିଥିବା ଅଭିଯୋଗ ହୋଇଥାଏ। ସେ ୧୪୩୧ରେ ପ୍ରାଣ ହରାଇଥିଲେ।
କଶ୍ମୀରରେ ବ୍ରାହ୍ମଣମାନେ କିଛି ହିନ୍ଦୁ ଜନସଂଖ୍ୟାକୁ ବଞ୍ଚାଇ ରଖିବାକୁ ସକ୍ଷମ ହୋଇଥିଲେ। ଐତିହାସିକଙ୍କ ମତରେ ସେମାନେ କଶ୍ମୀରରେ ସାଧାରଣତଃ ୩ଟି କାମ- ପୂଜାପାଠ, ଜ୍ୟୋତିଷ ଓ କାର୍କୁନସ(ସରକାରୀ କର୍ମଚାରୀ) ଭୂମିକାରେ ରହୁଥିଲେ। ସେମାନଙ୍କ ଉପରେ ସିକନ୍ଦରଙ୍କ ଅତ୍ୟାଚାର ବଢ଼ିଥିଲା। ଭୟରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଜମ୍ମୁ କିମ୍ବା ଅନ୍ୟ ସ୍ଥାନକୁ ଚାଲି ଯାଇଥିଲେ। ସେମାନଙ୍କୁ ସେଠାରେ ସ୍ୱାଗତ କରାଯାଇଥିଲା।
କଶ୍ମୀରନିଜର ଧର୍ମ ପରିତ୍ୟାଗ କରିଥିଲେ ହେଁ ଅଧିକାଂଶ ଲୋକ ନିଜ ମୂଳ ଜଡ଼ ସହ ଯୋଡ଼ି ହୋଇ ରହିଥିଲେ। ଧର୍ମ ପରିବର୍ତ୍ତନ କରିଥିବା ଭଟ, ଧାର ଓ ବଣିଆ ନିଜର ଇସଲାମ ଅବତାରରେ ବୁଟ୍ଟ, ଡାର ଓ ୱାନି ଭାବେ ପରିଚିତ ହୋଇଥିଲେ। ଏହା ସେମାନଙ୍କୁ ନୂଆ ପରିଚୟ ଦେଇଥିଲା ଓ ସେମାନଙ୍କ ଅତୀତର ମୂଳପୋଛ କରିଥିଲା।
କଶ୍ମୀରବନ୍ଧୁ ବନିଗଲେ ଶତ୍ରୁ
୧୯୮୯ ମସିହା ସେପ୍ଟେମ୍ବର ୧୪ ପ୍ରଖ୍ୟାତ ଓକିଲ ତଥା କଶ୍ମିରୀ ପଣ୍ଡିତ ତିକା ଲାଲ ତାପଲୋ ହାଇକୋର୍ଟକୁ ଯାଉଥିଲେ। ଏହି ସମୟରେ ଜଣେ ଯୁବତୀ ଘର ସାମ୍ନାରେ ଛିଡ଼ା ହୋଇ କାନ୍ଦୁ ଥିବା ଦେଖି ସେ ଅଟକି ଯାଇଥିଲେ। ଝିଅଟି ସହ ସେ କଥା ହେବାକୁ ଯାଉଥିବା ବେଳେ ଦୁଇ ଜଣ ମୁଖା ପିନ୍ଧା ଯୁବକ ତାଙ୍କୁ ଅଟକାଇଥିଲେ। କେହି କିଛି ବୁଝିବା ଆଗରୁ ତାଙ୍କ ଉପରେ ୩ ରାଉଣ୍ଡ ଗୁଳି ଚଳାଇଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଦୁଇ ହତ୍ୟାକାରୀଙ୍କ ମଧ୍ୟରୁ ଜଣେ ଥିଲା ଜାଭେଦ ଅହମଦ ମୀର। ସେ ଜେକେଏଲଏଫ ପାଇଁ କାମ କରୁଥିଲା।
ଜଷ୍ଟିସ ନୀଳକଣ୍ଠତିକା ଲାଲଙ୍କ ପରେ ହତ୍ୟାର ଧାରା ଆରମ୍ଭ ହୋଇଥିଲା। ନଭେମ୍ବର ୪ରେ ଜଷ୍ଟିସ ନୀଲକଣ୍ଠ ଗଞ୍ଜୋଙ୍କୁ ଗୁଳି କରାଯାଇଥିଲା। ଜଷ୍ଟିସ ନୀଳକଣ୍ଠ ୧୯୬୬ ମସିହା ସିଆଇଡି ଇନସପେକ୍ଟର ଚାନ୍ଦଙ୍କ ହତ୍ୟା ଘଟଣାରେ ଆତଙ୍କୀ ମକବୁଲ ଭଟକୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲେ। ଦିଲ୍ଲୀରୁ ଫେରିବା ଦିନ ଠାରୁ ଜଷ୍ଟିସ ନୀଳକଣ୍ଠଙ୍କ ପିଛା ହତ୍ୟାକାରୀ କରୁଥିଲେ। ଏହାପରେ ତାଙ୍କୁ ନଭେମ୍ବର ୪ରେ ଶ୍ରୀନଗରର ଜନଗହଳୀ ପୂର୍ଣ୍ଣ ରାସ୍ତାରେ ହତ୍ୟା କରିଥିଲେ।
ଡିସେମ୍ବର ୨୭ରେ ଓକିଲ ତଥା ସାମ୍ବାଦିକ ପ୍ରେମ ନାଥ ଭଟଙ୍କୁ ଆତଙ୍କବାଦୀମାନେ ଅନନ୍ତନାଗ ସ୍ଥିତ ତାଙ୍କୁ ଘରୁ ଘୋଷାଡ଼ି ନେଇ ଗୁଳି ମାରିଥିଲେ। ତାଙ୍କୁ ମାରିବା ସହ ଦକ୍ଷିଣ କଶ୍ମୀରରେ ରହୁଥିବା କିଛି ହାତ ଗଣତି ପଣ୍ଡିତଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିଲେ ଆତଙ୍କୀ। ସେହିବର୍ଷ ଶୀତ ସମୟରେ ୬ରୁ ଅଧିକ ଆତଙ୍କୀ ସଂଗଠନ କଶ୍ମୀର ରେ ସକ୍ରିୟ ରହିଥିଲେ। କିନ୍ତୁ ଅଧିକାଂଶ ଟାର୍ଗେଟ କିଲିଂ ଜେକେଏଲଏଫ ଦ୍ୱାରା କରାଯାଉଥିଲା। ପାକିସ୍ତାନ ଆଇଏସଆଇ ସହାୟତାରେ ଅମନୁଲ୍ଲା ଖାନ ଏହାକୁ ପ୍ରତିଷ୍ଠା କରିଥିଲା।
କଶ୍ମୀରଜେକଏଲଏଫର ପ୍ରମୁଖ ସଦସ୍ୟ ଥିଲା ଫାରୁକ ଅହମଦ ଦାର ଓରଫ ବିଟା କରାଟେ। ସେ ୧୯୮୯ରୁ ୯୦ ମଧ୍ୟରେ ପ୍ରାୟ ୨୦ ଜଣ କଶ୍ମୀର ପଣ୍ଡିତଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା। ସଂଗଠନ ଟପ କମାଣ୍ଡର ଅଶଫାକ ଅହମଦ ୱାନିର ନିର୍ଦ୍ଦେଶରେ ସେ ଏପରି କରିଥିଲା। ଏହି ଟାର୍ଗେଟ କଲିଂ ରାକ୍ଷସଙ୍କ ଭିଡ଼ ପାଇଁ ମୂଳଦୁଆ ପକାଇଥିଲା।
କଶ୍ମୀରପତନ ଦିଗରେ ଗୋଟିଏ ସଂପ୍ରଦାୟ
ବଦଳୁଥିବା ସମୟ କଶ୍ମିରୀ ପଣ୍ଡିତଙ୍କୁ ନିଜ ଜନ୍ମ ମାଟିରେ କେବେ ହେଲେ ସ୍ଥିର ହୋଇ ରହିବାକୁ ଦେଇ ନଥିଲା। ଲଗାତାର ମୁସଲିମ ଶାସକଙ୍କ ଯୋଗୁ ସେମାନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୧୫%ରୁ କମରେ ପହଞ୍ଚି ଯାଇଥିଲା। ଏଥିଯୋଗୁ ମହାରାଜ ରଣଜୀତ ସିଂହଙ୍କ ଶିଖ ସାମ୍ରାଜ୍ୟରେ ସେମାନଙ୍କୁ କୌଣସି ସଂରକ୍ଷଣ ମିଳି ନଥିଲା। ଫଳସ୍ୱରୂପ ସେମାନେ ୧୯ତମ ଶତାବ୍ଦୀର ମଧ୍ୟାନ୍ତର ଯାଏ ଅନ୍ୟତ୍ର ପଳାୟନ କରିଥିଲେ।
ଡୋଗ୍ରା ଶାସନ ସମୟରେ ସେମାନଙ୍କୁ ଆଶ୍ୱସ୍ତି ମିଳିଥିଲା। ୧୮୪୬ ମସିହା ଆଙ୍ଗଲୋ-ଶିଖ ଯୁଦ୍ଧ ସମୟରେ ଗୁଲାବ ସିଂହ ୭୫ ଲକ୍ଷ ନାନକସାହି ଟଙ୍କାର ଲୋକ ଦେଖା ବ୍ରିଟିଶଙ୍କ ଠାରୁ ଏହି ରାଜ୍ୟକୁ ଦଖଲ କରିଥିଲେ। ଏହାପରେ ଡୋଗ୍ରା ଶାସନ ଆରମ୍ଭ ହୋଇଥିଲା। ଡୋଗ୍ରା ଶାସନ ସମୟରେ ଉପତ୍ୟକାରେ ହିନ୍ଦୁ ଜନସଂଖ୍ୟା ୫ରୁ ୬% ମଧ୍ୟରେ ସ୍ଥିର ରହିଥିଲା।
କଶ୍ମୀର୧୯୪୭-୪୮ କଶ୍ମୀର ଯୁଦ୍ଧ ସମୟରେ ଆଉ ଏକ ପଳାୟନ ହୋଇଥିଲା। ପାକିସ୍ତାନ ଯେତେବେଳେ ବଡ଼ ଅଂଶକୁ ଦଖଲ କରିଥିଲା ସେତେବେଳେ ଏପରି ଘଟିଥିଲା। ୧୯୫୧ ମସିହା ଜମି ସଂସ୍କାର ଯୋଗୁ ଉପର ଅଞ୍ଚଳ ଯେତେବେଳେ ଫିକ୍ସ ହୋଇଥିଲା ସେତେବେଳେ ଅନେକ ପଣ୍ଡିତ ବାଧ୍ୟ ହୋଇ ଉପତ୍ୟକା ଛାଡ଼ିଥିଲେ। ୧୯୯୦ ମସିହା ଆସିବା ବେଳକୁ ଉପତ୍ୟକାରେ ପଣ୍ଡିତଙ୍କ ଜନସଂଖ୍ୟା ୪%ରୁ କମ ହୋଇ ସାରିଥିଲା। ଏହି ସଂଖ୍ୟାଲଘୁ ଲୋକଙ୍କୁ ମଧ୍ୟ କଶ୍ମୀରରୁ ବିଦା କରିବାକୁ ବିଚ୍ଛିନ୍ନତାବାଦୀ ଲାଗି ପଡ଼ିଥିଲେ।
କଶ୍ମୀରଧର୍ମ ବଦଳା, ଚାଲି ଯାଅ କିମ୍ବା ମର
ଜାନୁଆରୀ ୪ ତାରିଖରେ ପଣ୍ଡିତଙ୍କୁ ୱାର୍ଣ୍ଣିଂ ମିଳିବା ପରେ ଶ୍ରୀନଗର ପୂରା ଭୟରେ ଥରିବାକୁ ଲାଗିଥିଲା। ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ନ୍ୟାଶନାଲ କନଫରେନ୍ସ ସରକାର ଭୁଶୁଡ଼ିବା ସ୍ଥିତିରେ ପହଞ୍ଚି ଯାଇଥିଲା। ପ୍ରଭାବହୀନ, ବିଶୃଙ୍ଖଳିତ ଓ ଅକାମୀ ସ୍ଥିତିକୁ ସରକାର ଚାଲି ଆସିଥିଲା।
ଫାରୁକ ଓ ଜଗମୋହନ୧୯୯୦ ମସିହା ଜାନୁଆରୀ ୧୮ରେ ଭିପି ସିଂହ ସରକାର ତରଫରୁ ଅବଦୁଲ୍ଲାର ଚରୀ ଶତ୍ରୁ ଜଗମୋହନଙ୍କୁ ପୁଣି ରାଜ୍ୟପାଳ କରୁଥିବା ଖବର ପାଇଥିଲେ। ଏହି ନିଷ୍ପତ୍ତି ଅସ୍ଥିରତାକୁ ଆହୁରି ବଢ଼ାଇ ଦେଇଥିଲା। ଭିପି ସିଂହ ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରିବେ ଉଦ୍ଦେଶ୍ୟରେ ଫାରୁକ ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ଆତଙ୍କବାଦୀଙ୍କୁ ବେଶ ସହାୟକ ହୋଇଥିଲା।
କଶ୍ମୀରଲମ୍ବା ଛୁରୀର ରାତି
ଜାନୁଆରୀ ୧୯ ତାରିଖ ରାତି ଭୟଙ୍କର ସ୍ଥିତି ନେଇ ଶ୍ରୀନଗର ସହ ପିଟି ହୋଇଥିଲା। ରାତି ପ୍ରାୟ ୯ଟା ବେଳେ ଉପତ୍ୟକାରେ ଥିବା ସମସ୍ତ ମସଜିଦର ଲାଉଡସ୍ପିକର ବାଜି ଉଠିଥିଲେ। ଏହି ସ୍ପିକର ଗୁଡ଼ିକରୁ ବାହାରିଥିବା କେବଳ ବିଷର ମଞ୍ଜି। ପୂର୍ବରୁ ରେକର୍ଡ ହୋଇଥିବା ସ୍ଲୋଗାନ ପୂରା ପରିବେଶକୁ ବ୍ୟାପି ଯାଇଥିଲା। ଏଥିରେ କୁହାଯାଇଥିଲା ଯେ “କଶ୍ମୀରରେ ଯଦି ରହିବାକୁ ଚାହୁଁଛ, ତା’ହେଲେ ଆଲ୍ଲା ହୁ ଆକବର କହିବାକୁ ପଡ଼ିବ। ଏଠାରେ କ’ଣ ଚାଲିବ- ନିଜାମ-ଇ-ମୁସ୍ତାଫା ଆମେ ହିନ୍ଦୁ ମହିଳାଙ୍କ ସହ ପାକିସ୍ତାନ ଚାହୁଁଛୁ। କିନ୍ତୁ ମହିଳାଙ୍କ ସ୍ୱାମୀଙ୍କ ବିନା।”
କଶ୍ମୀରରାତି ପ୍ରାୟ ୯.୩୦ ବେଳକୁ ଏହି ନାରା ଭୟଙ୍କର ରୂପ ନେଇ ସାରିଥିଲା। ପଣ୍ଡିତମାନଙ୍କ ଘରେ ପରିବାରର ସଦସ୍ୟ ଭଙ୍ଗା ଦ୍ୱାର ନିକଟରେ ରହିଥିଲେ। ସେମାନଙ୍କ ରକ୍ତ ପାଦରେ ଶୁଖିବାକୁ ଲାଗିଥିଲା। ଘଣ୍ଟା କଣ୍ଟା ଯେତିକି ବୁଲୁଥାଏ, ସେମାନଙ୍କ ଶ୍ୱାସ ସେତିକି କମିବାରେ ଲାଗିଥାଏ। ଘର ଭିତରେ ସେମାନେ ଭୟରେ ଥରୁ ଥିବା ବେଳେ ବାହାରେ ମୁଖା ପିନ୍ଧା ଆତଙ୍କବାଦୀ ନାରା ବାଜି କରୁଥାଆନ୍ତି।
ଲଣ୍ଠନ ଆଲୁଅରେ ପଣ୍ଡିତଙ୍କ ଘରକୁ ନାଲି ରଙ୍ଗରେ ଚିହ୍ନଟ କରାଯାଉ ଥାଏ। ନିର୍ଦ୍ଦେଶ ପୂରା ସ୍ପଷ୍ଟ ଥିଲା- ଇସଲାମକୁ ମାନ, ମଦ ଛାଡ଼, ସିନେମା ବନ୍ଦ କର, ଘଣ୍ଟା କଣ୍ଟାକୁ ପାକିସ୍ତାନ ସମୟ ସହ ଯୋଡ଼, ଧର୍ମ ବଦଳାଅ, ଉପତ୍ୟକା ଛାଡ଼ ନଚେତ ମର। ସ୍ଥାନୀୟ ପୁଲିସ ଏହାକୁ ଦେଖି ଚାଲି ଯାଇଥିଲେ। ପ୍ରଶାସନର ଦେଖା ନଥିଲା। ସୁରକ୍ଷାକର୍ମୀଙ୍କ ଦେଖାଦର୍ଶନ ନଥିଲା। ବିନା ଉତ୍ତରରେ ଫୋନ ବାଜୁଥିଲା। ସାହାଯ୍ୟର ଚିତ୍କାର ବଢ଼ି ବଢ଼ି ଚାଲିଥିଲା।
କଶ୍ମୀରପଣ୍ଡିତମାନେ ଭୟରେ ଥରୁ ଥିବା ବେଳେ ଗୋଟିଏ ସମାନ୍ତରଳ ଝଡ଼ ସେମାନଙ୍କୁ ଉଡ଼ାଇ ନେଇଥିଲା। ସେମାନେ ଭାବୁଥିଲେ ଆତଙ୍କବାଦୀମାନେ ଏପରି କରୁଛନ୍ତି। ହେଲେ ହଠାତ୍ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଥିଲେ। ସେମାନେ ‘ଭାରତୀୟ କୁକୁମାନେ ଗୋ-ବ୍ୟାକ’, ଆଜାଦୀର ଅର୍ଥ କ’ଣ- ଲାଲ ଇଲ୍ଲାହି ଲିଲିଲ୍ଲା ନାରା ଦେଇଥିଲେ। ମସଜିଦଗୁଡ଼କୁ ସମସ୍ତଙ୍କୁ ରାସ୍ତାକୁ ଓହ୍ଲାଇ ନିର୍ଣ୍ଣାୟକ ଲଢ଼େଇ ଲଢ଼ିବାକୁ ଆହ୍ୱାନ ଦିଆଯାଇଥିଲା।
କଶ୍ମୀରପଳାୟନର ସୂର୍ଯ୍ୟ ଉଦୟ
ମଧ୍ୟରାତ୍ର ସୁଦ୍ଧା ପଣ୍ଡିତମାନେ ବୁଝି ସାରିଥିଲେ ଯେ ଏଠାରେ ସେମାନଙ୍କର ରହିବା ସମ୍ଭବ ନୁହେଁ। ତରବରିଆ ଭାବେ ସେମାନେ ନିଜର ଜିନିଷ ପ୍ୟାକ କରିଥିଲେ। ସେମାନେ ଲୁହ ଭିଜା ଆଖିରେ ପଳାୟନ ପାଇଁ ନିଷ୍ପତ୍ତି ନେଇଥିଲେ। ପରିଦିନ ଭୋର ସମୟରୁ ସେମାନେ ନିଜର ଭିଟା ମାଟିକୁ ଛାଡ଼ି ଅନ୍ୟତ୍ର ଯିବା ଆରମ୍ଭ କରିଥିଲେ। କିଛି ମାସ ମଧ୍ୟରେ ୧ ଲକ୍ଷରୁ ଦେଢ଼ ଲକ୍ଷ ଅର୍ଥାତ ପ୍ରାୟ ପୂରା ସଂପ୍ରଦାୟ ଉପତ୍ୟକା ଛାଡ଼ିଥିଲେ। ସେମାନେ ଶରଣାର୍ଥୀ କ୍ୟାମ୍ପରେ ରହିଥିଲେ। ସେଠାରେ ସେମାନେ ନୂଆ ଜୀବନ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ।
କଶ୍ମିରୀ ପଣ୍ଡିତ ସଂଘର୍ଷ ସମତି ଦାବି କରିଛି ଯେ ୧୯୯୦ରୁ ୨୦୧୧ ମଧ୍ୟରେ ୩୯୯ ଜଣ ପଣ୍ଡିତଙ୍କୁ ହତ୍ୟା କରାଯାଇଛି। କେବଳ ୧୯୯୦ରେ ଏହାର ତିନି ତୃତୀୟାଂଶ ଲୋକଙ୍କୁ ହତ୍ୟା କରାଯାଇଥିଲା।
କଶ୍ମୀରଜାନୁଆରୀ ୨୧ରେ ଲାଲ ଚୌକ ନିକଟ ଗାୱକାଡାଲ ବ୍ରିଜରେ ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପୂର୍ବରୁ ଗିରଫଦାରୀ ଓ ସୁରକ୍ଷାକର୍ମୀଙ୍କ ଦ୍ୱାରା ଅସଦାଚରଣ ଅଭିଯୋଗ ହୋଇଥିଲା। ବିକ୍ଷୋଭକାରୀମାନେ ଛୋଟା ବଜାର ନିକଟକୁ ଶୋଭାଯାତ୍ରାରେ ଯାଉଥିଲେ। ସେମାନେ ବ୍ରିଜ ଅତିକ୍ରମ କରୁଥିବା ବେଳେ ସିଆରପିଏଫ ପକ୍ଷରୁ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି କରାଯାଇଥିଲା। ଝେଲମ ନାଲି ହୋଇ ଯାଇଥିଲା।
୨୫ରୁ ୫୫ ଜଣ ପ୍ରାଣ ହରାଇଥିଲେ। କିଛି ଗୁଳି ଖାଇଥିବା ବେଳେ ଆଉ କିଛି ଝେଲମରେ ବୁଡ଼ି ଯାଇଥିଲେ। ଉପତ୍ୟକାରେ ଏହାକୁ ନେଇ ହିଂସା ବଢ଼ିବାରେ ଲାଗିଥିଲା। ବିକ୍ଷୋଭକାରୀ ପଥର ମାଡ଼ କରିବାରୁ ସୁରକ୍ଷାକର୍ମୀ ଗୁଳି ଚଳାଇଥିବା ପ୍ରଶାସନ କହିଥିଲା। ହେଲେ ସେତେବେଳେକୁ ହିଂସା ମଞ୍ଜି ପୂରା କଶ୍ମୀରରେ ବୁଣି ହୋଇ ସାରିଥିଲା। ଏହାର ସୁଯୋଗ ଆତଙ୍କବାଦୀମାନେ ଉଠାଇ ପୂରା କଶ୍ମୀର କୁ ପ୍ରଦୂଷିତ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Kashmir_1746022263.jpg)