Advertisment

୫୦ ଘଣ୍ଟା ବିତିଲାଣି: ସରୁନି ଏନକାଉଣ୍ଟର, ଜଣେ ଯବାନ ନିଖୋଜ

ଚି ଥିବା ଆତଙ୍କବାଦୀମାନଙ୍କୁ ଠାବ କରିବା ପାଇଁ ସେନା ପକ୍ଷରୁ ଗୁଳିମାଡ଼ କରି ପାରୁଥିବା ହେରୋନ ଡ୍ରୋନ ସମେତ ଅନେକ ନୂଆ ପିଢ଼ିର ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଉଛି।

army

army

Advertisment

ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆରମ୍ଭ ହୋଇଥିବା ଏନକାଉଣ୍ଟରକୁ ୫୦ ଘଣ୍ଟାରୁ ଅଧିକ ସମୟ ବିତି ଗଲାଣି। ତଥାପି ସେଠାରେ ଗୁଳି ବିନିମୟ ଜାରି ରହିଛି। ଡ୍ରୋନ ଠାରୁ ଆରମ୍ଭ କରି ସେନା ପକ୍ଷରୁ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଉଥିଲେ ହେଁ ଲୁଚି ରହିଥିବା ଆତଙ୍କୀଙ୍କ ପତ୍ତା ମିଳୁନି। ସେମାନେ ଘଞ୍ଚ ଜଙ୍ଗଲ ମଧ୍ୟରେ ଲୁଚି ରହି ବାରମ୍ବାର ବିସ୍ଫୋରଣ କରୁଥିବା ବେଳେ ଗୁଳିମାଡ଼ ଜାରି ରଖିଛନ୍ତି।

Advertisment

ବୁଧବାର ସକାଳୁ ଆରମ୍ଭ ହୋଇଥିବା ଏନକାଉଣ୍ଟରରେ ପୂର୍ବରୁ ୪ ଜଣ ସୁରକ୍ଷାକର୍ମୀ ସହିଦ ହୋଇ ସାରିଛନ୍ତି। ଆଜି ଅପରେସନ ବେଳେ ଆଉ ଜଣେ ଯବାନ ହଠାତ ନିଖୋଜ ହୋଇ ଯାଇଛନ୍ତି। ସେହିପରି ଆଉ ୨ ଜଣ ଆହତ ହୋଇଛନ୍ତି। ନିଖୋଜ ଯବାନଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଚାଲିଛି। ତଥାପି ଏଯାଏ ତାଙ୍କର କୌଣସି ପ୍ରକାରର ପତ୍ତା ମିଳିନାହିଁ।

ମିଳିଥିବା ସୂଚନା ଅନୁସାରେ, କୋକେରନାଗର ଘଞ୍ଚ ଜଙ୍ଗଲ ମଧ୍ୟରେ ଲୁଚି ଥିବା ଆତଙ୍କବାଦୀମାନଙ୍କୁ ଠାବ କରିବା ପାଇଁ ସେନା ପକ୍ଷରୁ ଗୁଳିମାଡ଼ କରି ପାରୁଥିବା ହେରୋନ ଡ୍ରୋନ ସମେତ ଅନେକ ନୂଆ ପିଢ଼ିର ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଉଛି। ଘଟଣାସ୍ଥଳରୁ ବରିଷ୍ଠ ଅଧିକାରୀଙ୍କ ସମେତ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ପଠା ଯାଇଛି।

Advertisment

ସେପ୍ଟେମ୍ବର ୧୨-୧୩ ରାତିରୁ ଆର୍ମି ଓ ଜମ୍ମୁ-କଶ୍ମୀର ପୁଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଗାରୋଲ ଗାଁରେ କିଛି ଆତଙ୍କୀ ଲୁଚି ଥିବାରୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ କର୍ଡନ କରାଯାଇଥିଲା। ତଥାପି ଆତଙ୍କବାଦୀମାନେ ଘଞ୍ଚ ଜଙ୍ଗଲକୁ ଖସି ଯାଇ ହମଲା ଆରମ୍ଭ କରି ଦେଇଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା।

କର୍ଣ୍ଣେଲ ମନପ୍ରୀତ ସିଂହ ଓ ମେଜର ଆଶିଷ ଧୋନଚାକ ମିଳିତ ଭାବେ ପୂରା ଟିମ ସହ ପାହାଡ଼ିଆ ଅଞ୍ଚଳ ଓ ଛୋଟ ଝରଣା ଦେଇ ଜଙ୍ଗଲରେ ଆଗକୁ ବଢ଼ିଥିଲେ। କିନ୍ତୁ ବୁଧବାର ମଧ୍ୟାହ୍ନ ସମୟରେ ସେମାନେ ଆତଙ୍କବାଦୀଙ୍କ ଗୁଳିମାଡ଼ର ଶିକାର ହୋଇଥିଲେ। ଏହି ଟିମରେ ଡିଏସ୍‌ପି ହିମାୟୁନ ଭଟ ମଧ୍ୟ ରହିଥିଲେ।

ଆତଙ୍କବାଦୀଙ୍କ ଗୁଳିମାଡ଼ ଯୋଗୁ ଏହି ୩ ଅଫିସର ଓ ୨ ଜଣ ଯବାନ ଆହତ ହୋଇଥିଲେ। ପରବର୍ତ୍ତୀ ଅବସ୍ଥାରେ କର୍ଣ୍ଣେଲ ମନପ୍ରୀତ ସିଂହ, ମେଜର ଆଶିଷ ଧୋନଚାକ ଓ ଡିଏସ୍‌ପି ହିମାୟୁନ ସହିଦ ହୋଇଥିଲେ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସେମାନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

Terror Attack Jammu And Kashmir Encounter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe