Advertisment

Kashmir Times: ଖବରକାଗଜ ଅଫିସରେ ବଡ଼ ରେଡ୍‌, ମିଳିଲା ଏକେ ୪୭ର ଏକାଧିକ କ୍ୟାଟ୍ରିଜ୍‌

କଶ୍ମୀର ଟାଇମ୍ସ ଦେଶ ବିରୋଧୀ ତତ୍ତ୍ୱମାନଙ୍କୁ ଅଗ୍ରାଧିକାର ଦେଇ ଭାରତର ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରୁଥିବା ଅଭିଯୋଗ ହୋଇଥିଲା। ଏନେଇ କଶ୍ମୀର ଟାଇମ୍ସ ବିରୋଧରେ ଏଫଆଇଆର ମଧ୍ୟ ହୋଇଥିଲା।

Kashmir-Times

କଶ୍ମୀର ଟାଇମ୍ସ

Advertisment

ଜମ୍ମୁ-କଶ୍ମୀର(Jammu And Kashmir) ପୁଲିସ୍‌ର ଷ୍ଟେଟ ଇନଭେଷ୍ଟିଗେସନ ଏଜେନ୍ସି(ଏସ୍‌ଆଇଏ) ପକ୍ଷରୁ କଶ୍ମୀର ଟାଇମ୍ସ ନ୍ୟୁଜ ପେପରର ଜମ୍ମୁ ଅଫିସରେ ହୋଇଛି ବଡ଼ଧରଣର ରେଡ। ଏହି ସମୟରେ ଏକେ ରାଇଫଲ୍ସର ଏକାଧିକ କ୍ୟାଟ୍ରିଜ୍‌ ମିଳିଛି। ଏହାବାଦ ପିସ୍ତଲର ଏକାଧିକ ରାଉଣ୍ତ ଓ ହ୍ୟାଣ୍ଡଗ୍ରେନେଡରେ ବ୍ୟବହୃତ ହେଉଥିବା ପିନ୍‌ ଖବରକାଗଜର ‍ଅଫିସରୁ ମିଳିଥିବା ପୁଲିସ୍‌ ଦାବି କରିଛି।

Advertisment

ଏହି ଖବରକାଗଜ ସଂସ୍ଥା ଓ ଏହାର ପରିଚାଳନା ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷ ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ପ୍ରଥମେ ଅଭିଯୋଗ ହୋଇଥିଲା। ଏନେଇ ମାମଲା ରୁଜୁ ହେବା ପରେ ପୁଲିସ୍‌ ପକ୍ଷରୁ ଆଜି ଜମ୍ମୁ ସ୍ଥିତ ଅଫିସରେ ରେଡ କରାଯାଇଛି।

ଏସ୍‌ଆଇଏ ଟିମ ପକ୍ଷରୁ ଖବରକାଗଜ ଅଫିସକୁ ଭଲ ଭାବେ ଯାଞ୍ଚ କରାଯାଇଛି। ଅଫିସରେ ଥିବା କମ୍ପ୍ୟୁଟର ଗୁଡ଼ିକର ମଧ୍ୟ ଯାଞ୍ଚ କରାଯାଇଥିଲା। ଆଗକୁ ଏହାର ପ୍ରମୋଟର୍ସମାନଙ୍କୁ ଜେରା କରାଯିବାର ଯୋଜନା ରହିଛି। ରେଡ ବେଳେ ଏକେ ୪୭ର କ୍ୟାଟ୍ରିଜ୍ସ, ପିସ୍ତଲ ରାଉଣ୍ଡ୍ସ ଓ ଗ୍ରେନେଡର ୩ଟି ଲିଭର ମିଳିଛି। ଏବେ ବି ଅଫିସର ବିଭିନ୍ନ ଠକିଣାରେ ରେଡ ଜାରି ରହିଛି।

Advertisment

ଏହାପୂର୍ବରୁ କଶ୍ମୀର ଟାଇମ୍ସ ଦେଶ ବିରୋଧୀ ତତ୍ତ୍ୱମାନଙ୍କୁ ଅଗ୍ରାଧିକାର ଦେଇ ଭାରତର ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରୁଥିବା ଅଭିଯୋଗ ହୋଇଥିଲା। ଏନେଇ କଶ୍ମୀର ଟାଇମ୍ସ ବିରୋଧରେ ଏଫଆଇଆର ମଧ୍ୟ ହୋଇଥିଲା। ଏଫଆଇଆରରେ କଶ୍ମୀର ଟାଇମ୍ସର କାର୍ଯ୍ୟନିର୍ବାହୀ ସଂପାଦକ ଅନୁରାଧା ଭାସିନଙ୍କ ନାଁ ମଧ୍ୟ ରହିଥିବା ଜଣେ ଅଧିକାରୀ କହିଛନ୍ତି। 

କଶ୍ମୀର ଟାଇମ୍ସ ସବୁଠାରୁ ପୁରୁଣା ତଥା ଜମ୍ମୁ-କଶ୍ମୀରର ସବୁଠାରୁ ଲୋକପ୍ରିୟ ଖବରକାଗଜ। ଏହାକୁ ବେଦ ଭାସିନ ପ୍ରତିଷ୍ଠା କରିଥିଲେ। ୧୯୫୪ରେ ଏହା ସାପ୍ତାହିକ ରୂପରେ ପାଠକଙ୍କ ପାଖରେ ପହଞ୍ଚୁଥିଲା। ୧୯୬୪ ବେଳକୁ ଏହା ଦୈନିକ ଖବରକାଗଜରେ ପରିଣତ ହୋଇଥିଲା।

ବେଦ ଭାସିନ ଏକଦା ଜମ୍ମୁ ପ୍ରେସ କ୍ଲବର ସଭାପତି ରହିଥିଲେ। ବେଦଙ୍କ ଦେହାନ୍ତ ପରେ ତାଙ୍କ ଝିଅ ଅନୁରାଧ ଏହାର ଦାୟିତ୍ୱ ନେଇଛନ୍ତି। ଏଥିରେ ଅନୁରାଧାଙ୍କୁ ସ୍ୱାମୀ ପ୍ରବୋଧ ଜାମୱାଲ ମଧ୍ୟ ସହାୟତା କରନ୍ତି। ଉଭୟ ସଂପାଦକୀୟ ଓ ପରିଚାଳନା ଦାୟିତ୍ୱ ସ୍ୱାମୀ-ସ୍ତ୍ରୀଙ୍କ ହାତରେ ରହିଛି। 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅନୁରାଧା ଓ ପ୍ରବୋଧ ଏବେ ବିଦେଶରେ ରହିଛନ୍ତି। ଯଦିଓ ୨୦୨୧-୨୨ରୁ ଖବରକାଗଜର ପ୍ରିଣ୍ଟ ସଂସ୍କରଣ ବନ୍ଦ ହୋଇଯାଇଛି, କିନ୍ତୁ ଏହାର ଅନଲାଇନ ସଂସ୍କରଣ ଏବେ ବି ଚାଲୁ ରହିଛି। ଆଜିର ରେଡକୁ ଖବରକାଗଜ ସଂସ୍ଥା ପକ୍ଷରୁ ଜୋରଦାର ବିରୋଧ କରାଯାଇଛି।

ଖବରକାଗଜର ସଂପାଦକ ଅନୁରାଧା ଓ ପ୍ରବୋଧ ମିଳିତ ଭାବେ ଗୋଟିଏ ବିବୃତି ଜାରି କରି ରେଡକୁ ନିନ୍ଦା କରିଛନ୍ତି। ନିରପେକ୍ଷ ସାମ୍ବାଦିକତାର ସ୍ୱରକୁ ଚାପି ଦେବା ପାଇଁ ଏହା ଏକ ଉଦ୍ୟମ ବୋଲି ଉଭୟ କହିଛନ୍ତି। ସେମାନେ କହିଛନ୍ତି, “ସରକାରଙ୍କୁ ସମାଲୋଚନା କରିବା ଅର୍ଥ ନୁହେଁ ଦେଶକୁ ବିରୋଧ କରିବା। ଗୋଟିଏ ସୁସ୍ଥ ଗଣତନ୍ତ୍ର ପାଇଁ ପ୍ରଶ୍ନ ଉଠାଯିବା ଜରୁରୀ। ଆମ ସ୍ୱରକୁ ଚାପି ଦେବା ପାଇଁ ତଥା ଆମକୁ ଭୟଭୀତ କରିବା ପାଇଁ ଏପରି ଅଭିଯୋଗ ଅଣାଯାଇଛି। କିନ୍ତୁ ଆମେ ଆଦୌ ଚୁପ ହେବୁ ନାହିଁ। ଅଧିକାରୀମାନେ ମାମଲା ପ୍ରତ୍ୟାହାର କରି ହଇରାଣ କରିବା ବନ୍ଦ କରୁନ୍ତୁ।” 

Jammu And Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe