Advertisment

କଶ୍ମୀର ଛାତ୍ରଙ୍କୁ କଲେଜ ପ୍ରଶାସନର ଧମକ, ଦାଢ଼ି କାଟ ନଚେତ…

ତେବେ ଏଭଳି ଅଭିଯୋଗକୁ କଲେଜ ପ୍ରଶାସନ ଖଣ୍ଡନ କରିଛି। ଏହି ନିୟମ କେବଳ କଶ୍ମୀର ଛାତ୍ରଙ୍କ ପାଇଁ ନୁହେଁ କଲେଜର ସମସ୍ତ ଛାତ୍ରଙ୍କ ପାଇଁ ଥିବା କଲେଜ ପ୍ରଶାସନ କହିଛି।

author-image
Madhupriya Mistry
Beards

Beards

ଦାଢ଼ି କାଟ ନଚେତ ଆସିପାରିବନି କଲେଜ। କ୍ଲାସରେ ଯୋଗ ଦେବାକୁ ହେଲେ କାଟିବାକୁ ପଡିବ ଦାଢ଼ି। କ୍ଲିନ୍‌ ସେଭ୍‌ ହେଲେ ଯାଇ ଆସିପାରିବ କଲେଜ। କର୍ଣ୍ଣାଟକର ଏକ ନର୍ସିଂ କଲେଜରେ ପଢ଼ୁଥିବା ଜଣେ କଶ୍ମୀର ଛାତ୍ରଙ୍କୁ ମିଳିଛି ଏଭଳି କିଛି ଧମକ। କଲେଜ ପ୍ରଶାସନ କଲେଜରେ ସାମିଲ ହେବା ପାଇଁ ଦାଢ଼ି ଟ୍ରିମ ବା କ୍ଲିନ୍‌ ସେଭ କରି ଆସିବାକୁ ତାଙ୍କୁ କହିଥିବା ଛାତ୍ର ଜଣକ ଅଭିଯୋଗ ଆଣିଛନ୍ତି।

Advertisment

କର୍ଣ୍ଣାଟକ ହସନ ଜିଲ୍ଲାର ସରକାରୀ ନର୍ସିଂ କଲେଜର ଘଟଣା। ଏଠାକାର କିଛି ଛାତ୍ରାଛାତ୍ରୀ ଦାବି କରିଛନ୍ତି ଯେ ଯଦି ସେମାନେ କଲେଜ ପ୍ରଶାସନଙ୍କ ନିର୍ଦ୍ଦେଶ ପାଳନ ନକରନ୍ତି ତେବେ ସେମାନଙ୍କୁ କ୍ଲିନିକାଲ ଡ୍ୟୁଟିରେ ଅନୁପସ୍ଥିତ ରହିବାକୁ ଧମକ ଦିଆଯାଇଛି।

ଅଭିଯେଗ ମୁତାବକ, ପ୍ରାୟ ୨୪ କଶ୍ମୀରୀ ଛାତ୍ରଙ୍କୁ କୁହାଯାଇଛି ଯେ କଲେଜ କାର୍ଯ୍ୟକଳାପ ଏବଂ କ୍ଲିନିକାଲ ଡ୍ୟୁଟିରେ ଭାଗ ନେବାକୁ ହେଲେ ସେମାନଙ୍କୁ ଦାଢ଼ା କାଟିବାକୁ ପଡିବ କିମ୍ବା ଟ୍ରିମ୍‌ କରିବାକୁ ହେବ। ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ ଯେଉଁମାନଙ୍କ ଲମ୍ବା ଦାଢ଼ି ରହିଛି ସେମାନଙ୍କୁ କ୍ଲିନିକାଲ୍ ଆକ୍ଟିଭିଟିଜ୍‌ ଅନୁପସ୍ଥିତ ଥିବା ଦର୍ଶାଯାଇଛି। ଏହା ସେମାନଙ୍କର ଉପସ୍ଥାନ ଏବଂ ଏକାଡେମିକ୍ ରେକର୍ଡ ଉପରେ ନକାରାତ୍ମକ ପ୍ରଭାବ ପକାଉଛି।

Advertisment

ତେବେ ଏଭଳି ଅଭିଯୋଗକୁ କଲେଜ ପ୍ରଶାସନ ଖଣ୍ଡନ କରିଛି। ଏହି ନିୟମ କେବଳ କଶ୍ମୀର ଛାତ୍ରଙ୍କ ପାଇଁ ନୁହେଁ କଲେଜର ସମସ୍ତ ଛାତ୍ରଙ୍କ ପାଇଁ ଥିବା କଲେଜ ପ୍ରଶାସନ କହିଛି। 

ତେବେ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ଏକ ଚିଠି ଲେଖି ଜମ୍ମୁ କଶ୍ମୀର ଛାତ୍ର ସଂଘ ଏଥିରେ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଥିଲା। ଏହା ପରେ ଏହି ସମସ୍ୟାର ସମାଧାନ ହୋଇଛି। ଛାତ୍ର ସଂଗଠନ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିବା ପରେ କଲେଜ ପ୍ରଶାସନ କଶ୍ମୀର ଛାତ୍ରଛାତ୍ରୀଙ୍କ ସହ ଏକ ବୈଠକ କରିଛନ୍ତି। ବିନା କୌଣସି ଅସୁବିଧାରେ ସେମାନଙ୍କ ଧାର୍ମିକ ରୀତିନୀତି କରିବାକୁ ଅନୁମତି ଦେବାକୁ ରାଜି ହୋଇଛନ୍ତି।

Karnataka Bengaluru Nursing Student Kashmir Student