/odisha-reporter/media/post_attachments/uploadimage/library/16_9/16_9_0/K_Kavitha_1678553897.jpg)
K Kavitha
ଦିଲ୍ଲୀ ଅବକାରୀ ଦୁର୍ନୀତିରେ ମାମଲାରେ ଫସିଥିବା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ବିଆରଏସ ନେତ୍ରୀ କେ.କବିତା ଆଜି ଇଡି ଜେରାର ସମ୍ମୁଖୀନ ହୋଇଛନ୍ତି। ପ୍ରାୟ ୯ ଘଣ୍ଟାର ଜେରା ପରେ ସେ ଇଡି ଅଫିସରୁ ବାହାରିଛନ୍ତି। ମାର୍ଚ୍ଚ ୧୬ରେ ତାଙ୍କୁ ସମନ ହୋଇଥିଲା। ଆଜି କବିତା ଦିଲ୍ଲୀର ଇଡି ଅଫିସକୁ ଯିବା ପୂର୍ବରୁ ତାଙ୍କ ଦଳୀୟ କର୍ମୀ ଏବଂ ସମର୍ଥକମାନେ ଦିଲ୍ଲୀରେ ଥିବା କେସିଆର୍ଙ୍କ ବାସଭବନ ବାହାରେ ସମବେତ ହୋଇଥିଲେ।
ଆଜି ପୂର୍ବାହ୍ନରେ ଜାତୀୟ ରାଜଧାନୀର ତୁଗ୍ଲକ୍ ରୋଡ୍ରେ ଥିବା ବାପାଙ୍କ ସରକାରୀ ବାସଭବନରୁ ବାହାରି କଲୱାକୁନ୍ତଳା କବିତା ଏପିଜେ ଅବ୍ଦୁଲ୍ କଲାମ୍ ରୋଡ୍ସ୍ଥିତ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ର ମୁଖ୍ୟାଳୟରେ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ପହଞ୍ଚିଥିଲେ। ତାଙ୍କର ସମର୍ଥକମାନେ ପ୍ରତିବାଦ ପ୍ରଦର୍ଶନ କରୁଥିବାରୁ ଦିଲ୍ଲୀ ପୁଲିସ ଓ କେନ୍ଦ୍ରୀୟ ପାରାମିଲିଟାରି ଫୋର୍ସ ପ୍ରବର୍ତ୍ତନ ନିର୍ଦେଶାଳୟ ନିକଟରେ ବାରିକେଡ୍ ବସାଇଥିଲେ। କବିତାଙ୍କ ବିରୋଧରେ ଇଡି ୧୦ଟି ପ୍ରମାଣ ପାଇଥିବା କଥା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ଶନିବାରରେ ଦିଲ୍ଲୀର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ତାଙ୍କୁ ପଚରାଉଚରା କରାଯାଇଛି ।
କବିତାଙ୍କର ପାଖ ଲୋକ ଅରୁଣ ପିଲାଇ ଏହି ଦୁର୍ନୀତିରେ ସାମିଲ ଥିବା କଥା କୁହାଯାଉଛି । ପ୍ରଥମ ପ୍ରମାଣରେ ବୁଚି ବାବୁ ନାମକ ବ୍ୟକ୍ତିଙ୍କ ସହ ଦୁର୍ନୀତି ଅଭିଯୋଗରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଗିରଫ ହୋଇଥିବା ଆପ୍ ନେତା ମନୀଷ ସିସୋଦିଆ ଏବଂ କବିତାଙ୍କ ମଧ୍ୟରେ ରାଜନୈତିକ ସହଯୋଗ ଥିଲା । କେ କବିତାଙ୍କ ପାଇଁ ଦିଲ୍ଲୀ ଅବକାରୀ ନୀତି ତାଙ୍କୁ ସୁହାଇବା ପରି କରାଯିବ ବୋଲି ଗୌରୀ ଆପାର୍ଟମେଣ୍ଟରେ ଏ ନେଇ ଏମାନଙ୍କ ମଧ୍ୟରେ ଆଲୋଚନ ହୋଇଥିବାର ପ୍ରମଣ ଇଡିକୁ ମିଳିଥିବା କଥା କୁହାଯାଉଛି । ଏଥିପାଇଁ ଆପ୍କୁ ଫଣ୍ଡ ଦିଆଯିବ ବୋଲି ସହମତି ହୋଇଥିବା କଥା କୁହାଯାଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
