K Kavitha
ଦିଲ୍ଲୀର ତଥାକଥିତ ଅବକାର ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ବିଆରଏସ୍ ମୁଖ୍ୟ କେସିଆରଙ୍କ ଝିଅ କେ କବିତାଙ୍କୁ କୌଣସି ଆଶ୍ୱସ୍ତି ମିଳିନାହିଁ। ତାଙ୍କୁ ଦିଲ୍ଲୀର ଗୋଟିଏ କୋର୍ଟ ଆସନ୍ତା ୨୩ ତାରିଖ ଯାଏ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହେପାଜତକୁ ପଠାଇ ଦେଇଛନ୍ତି।
ପ୍ରତ୍ୟାହୃତ ହୋଇ ସାରିଥିବା ଦିଲ୍ଲୀ ଅବକାରୀ ନୀତିରୁ ଫାଇଦା ହାସଲ କରିବା ପାଇଁ ସେ କ୍ଷମତାସୀନ ଆପର ବରିଷ୍ଠ ନେତାମାନଙ୍କ ସହ ମିଶି ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଛି। ଏହି କାରଣରୁ ଶୁକ୍ରବାର ଇଡି ଓ ଆୟକର ବିଭାଗ କେ କବିତାଙ୍କ ହାଇଦ୍ରାବାଦସ୍ଥିତ ବାସଭବନରେ ରେଡ କରିଥିଲେ। ଏହାପରେ ତାଙ୍କୁ ସନ୍ଧ୍ୟାରେ ଇଡି ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ଦିଲ୍ଲୀ ଅଣାଯାଇଛି।
ଆଜି ରାଉଜ ଆଭିନ୍ୟୁ କୋର୍ଟରେ କବିତାଙ୍କୁ ଇଡି ହାଜର କରିଥିଲା। କୋର୍ଟରୁ ଆଶ୍ୱସ୍ତି ପାଇବା ପାଇଁ କବିତାଙ୍କ ଓକିଲ କହିଥିଲେ ଯେ ଏହା ଦୁର୍ବ୍ୟବହାରର ପ୍ରକୃତ ଉଦାହରଣ। ଅଯଥାରେ କବିତାଙ୍କୁ ଇଡି ଗିରଫ କରିଛି। କୌଣସି ପ୍ରମାଣ କିମ୍ବା ତଥ୍ୟ ନଥାଇ ତାଙ୍କୁ ଜାଣିଶୁଣି କ୍ଷମତାର ଅପବ୍ୟବହାର କରି ଗିରଫ କରାଯାଇଛି ବୋଲି କବିତାଙ୍କ ଓକିଲ କହିଥିଲେ।
ହେଲେ କୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରି ନଥିଲେ। ଶେଷରେ କୋର୍ଟ ୨୩ ତାରିଖ ଯାଏ କବିତାଙ୍କୁ ଇଡି ରିମାଣ୍ଡରେ ପଠାଇ ଦେଇଛନ୍ତ। ଇଡି ତାଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା।
ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାର ଅନ୍ୟତମ ଅଭିଯୁକ୍ତ ହେଉଛନ୍ତି କେ କିବତା। ଘଟଣାରେ ଆୟକର ବିଭାଗ ଓ ଇଡି କବିତାଙ୍କ ବୟାନ ରେକର୍ଡ କରିବାକୁ ଚାହୁଁଥିବାରୁ ତାଙ୍କୁ ବାରମ୍ବାର ସମନ କରିଥିଲେ।
କିନ୍ତୁ ସେ ତଦନ୍ତକାରୀ ସଂସ୍ଥା ସାମ୍ନାରେ ହାଜର ହେଉ ନଥିଲେ। ଏଥିପାଇଁ ଶୁକ୍ରବାର ଇଡି ଓ ଆୟକର ବିଭାଗରର ୧୦ ଜଣ ଅଧିକାରୀ ହାଇଦ୍ରାବାଦରେ ପହଞ୍ଚି କବିତାଙ୍କ ଘରେ ଛାନଭିନ କରିଥିଲେ। ଏହାପରେ ଇଡି ତାଙ୍କୁ ଗିରଫ କରିଥିଲା। ମଧ୍ୟରାତ୍ରରେ ତାଙ୍କୁ ଇଡି ଟିମ ସାଥୀରେ ଧରି ଦିଲ୍ଲୀରେ ପହଞ୍ଚିଥିଲା। ଏହାପରେ ମେଡିକାଲ ଟେଷ୍ଟ କରାଯାଇଥିଲା।
ଦିଲ୍ଲୀର ଅବକାରୀ ନୀତିରୁ ଫାଇଦା ହାସଲ କରିବା ପାଇଁ କ୍ଷମତାସୀନ ଆପ୍କୁ ସାଉଥ ଗ୍ରୁପ ୧୦୦ କୋଟି ଟଙ୍କା ଦେଇଥିଲା। ଏହି ଗ୍ରୁପର ସଦସ୍ୟ ହେଉଛନ୍ତି କବିତା ବୋଲି ଇଡି ଚାର୍ଜଶିଟରେ ଅଭିଯୋଗ କରିଛି।
ଏହି ତଥାକଥିତ ଦୁର୍ନୀତି ଘଟଣାରେ ସିବିଆଇର ଗୋଟିଏ ଟିମ କବିତାଙ୍କ ବୟାନ ୨୦୨୨ ମସିହା ଡିସେମ୍ବର ୧ରେ ରେକର୍ଡ କରିଥିଲା। ଦୀର୍ଘ ୭ ଘଣ୍ଟା କାଳ ତାଙ୍କୁ ଜେରା କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/K_Kavitha_1710595948.jpg)