Advertisment

ଅଧାରୁ ଭାରତ ଯୋଡ଼ୋ ଯାତ୍ରା ଛାଡ଼ିବାକୁ ଚାହୁଁଥିଲେ ରାହୁଲ

ଭାରତୀୟ କଂଗ୍ରେସ କମିଟିର ମହାସଚିବ କେସି ବେଣୁଗୋପାଲ ରାହୁଲ ଗାନ୍ଧିଙ୍କୁ ନେଇ ଏଭଳି କିଛି ଖୁଲାସା କରିଛନ୍ତି।

author-image
Madhupriya Mistry
undefined

Rahul Gandhi

ଯେଉଁ ଭାତର ଯୋଡୋ ଯାତ୍ରା ପାଇଁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆଜି ଚର୍ଚ୍ଚାକୁ ଆସିଛନ୍ତି, ସେହି ଯାତ୍ରାକୁ ସେ ଅଧାରୁ ଛାଡ଼ିବାକୁ ଛାହୁଁଥିଲେ। ଅଖିଳ ଭାରତୀୟ କଂଗ୍ରେସ କମିଟିର ମହାସଚିବ କେସି ବେଣୁଗୋପାଲ ରାହୁଲ ଗାନ୍ଧିଙ୍କୁ ନେଇ ଏଭଳି କିଛି ଖୁଲାସା କରିଛନ୍ତି।

Advertisment

ସେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଯାତ୍ରା ସମ୍ପୂର୍ଣ୍ଣ କରିବାକୁ ଦେଇଥିବା ପ୍ରତିବଦ୍ଧତାକୁ ପ୍ରଶଂସା କରି କହିଛନ୍ତି, ଯାତ୍ରାର ଏକ ସମୟରେ ଏପରି ପରିସ୍ଥିତି ଆସିଥିଲା ଯେ ଆଣ୍ଠୁରେ ଗୁରୁତର ସମସ୍ୟା ଯୋଗୁ ରାହୁଲ ଏହି ଯାତ୍ରାର ନେତୃତ୍ୱକୁ ଅନ୍ୟ କାହାକୁ ଦେବା ପାଇଁ ଚିନ୍ତା କରିବା ଆରମ୍ଭ କରିଥିଲେ। ସେ ନିଜେ ଏହି ଯାତ୍ରା ଛାଡିବାକୁ ଚାହୁଁଥିଲେ। ତାଙ୍କ ଆଣ୍ଠୁରେ ଅସହନୀୟ ଯନ୍ତ୍ରଣା ହୋଇଥିଲା। ପ୍ରିୟଙ୍କା ଗାନ୍ଧି ମଧ୍ୟ ଭାଇ ରାହୁଲ ଗାନ୍ଧିଙ୍କ ଯନ୍ତ୍ରଣା ଦେଖି ଅନ୍ୟ ବରିଷ୍ଠ ନେତାଙ୍କୁ ଯାତ୍ରାର ଦାୟିତ୍ୱ ଦେବା ପାଇଁ କହିଥିଲେ।

କେରଳ ପ୍ରଦେଶ କଂଗ୍ରେସ କମିଟି ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭେନୁଗୋପାଲ କହିଛନ୍ତି ଯେ, କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଭାରତ ଯୋଡ ଯାତ୍ରା ତୃତୀୟ ଦିନରେ କେରଳରେ ପହଞ୍ଚିଥିଲା। ସେଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ସେହି କାର୍ଯ୍ୟକ୍ରମରେ କର୍ମୀମାନଙ୍କୁ ଅନ୍ୟଙ୍କ ନେତୃତ୍ୱରେ ଆଗକୁ ବଢିବା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ପର ମୁହୂର୍ତ୍ତରେ ରାହୁଲଙ୍କୁ ଜଣେ ଫିଜିଓଥେରାପିଷ୍ଟ ଭେଟିଥିଲେ। ଯାତ୍ରାରେ ସେ ରାହୁଲଙ୍କ ସହ ରହିଲେ ଏବଂ ଫିଜିଓଥେରାପି ମାଧ୍ୟମରେ ରାହୁଲ ଧୀରେ ଧୀରେ ସୁସ୍ଥ ହୋଇଥିଲେ। ଆଉ କଶ୍ମୀର ପହଞ୍ଚି ଯାତ୍ରାକୁ ସମ୍ପୁର୍ଣ୍ଣ କରିଥିଲେ।

Advertisment

୨୦୨୨ ଡିସେମ୍ବର ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଭାରତ ଯୋଡୋ ଯାତ୍ରାରେ ରାହୁଲ ଗାନ୍ଧି ସାମିଲ ହୋଇ ଦେଶର ଅନେକ ଅଞ୍ଚଳକୁ ଯାଇଛନ୍ତି। ଏହି ଯାତ୍ରା ସମୟରେ ସେ ପ୍ରାୟ ୩୫୦୦ କିଲୋମିଟର ପଦଯାତ୍ରା କରିଛନ୍ତି।  

Congress Rahul Gandhi Bharat Jodo Yatra