Advertisment

ପୁଅ କଥା ନମାନି ଫସି ଗଲେ କେସିଆର, କ୍ଷମତାଚ୍ୟୁତ ହେଲା ଦଳ!

୧୧୯ଟି ଆସନ ବିଶିଷ୍ଟ ତେଲଙ୍ଗାନା ବିଧାନସଭାରେ କଂଗ୍ରେସ ୬୪ଟି ଆସନ ଜିତିଥିବା ବେଳେ ବିଆରଏସ୍ ୩୯ଟି ଜିତିଛି।

KTR and KCR

KTR and KCR

Advertisment

ତେଲଙ୍ଗାନା ରାଜ୍ୟ ଗଠନ ହେବା ପରେ ୨୦୧୪ରୁ କ୍ଷମତାରେ ରହିଆସିଥିଲା ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌)। ଦୁଇ ଥର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ଦଳର ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌)। ଏଥର ଜିତି ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଆଶା ରଖିଥିଲେ। କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡ଼ିଲା। କାରଣ କଂଗ୍ରେସ ଜିତିଗଲା। ୧୧୯ଟି ଆସନ ବିଶିଷ୍ଟ ତେଲଙ୍ଗାନା ବିଧାନସଭାରେ କଂଗ୍ରେସ ୬୪ଟି ଆସନ ଜିତିଥିବା ବେଳେ ବିଆରଏସ୍ ୩୯ଟି ଜିତିଛି।

Advertisment

ବିଆରଏସ୍‌ ଲଗାତାର ଦୁଇ ଥର ସରକାରରେ ରହିବା ଯୋଗୁ ଏହା ‘ସରକାର ବିରୋଧୀ ଲହର’ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା। ଦଳ ନିର୍ବାଚନ ପ୍ରଚାର ବେଳେ ଏହାର ସମସ୍ତ ଲୋକାଭିମୁଖୀ ଯୋଜନାଗୁଡ଼ିକୁ ଲୋକଙ୍କ ସାମ୍ନାରେ ରଖିଥିଲା। କିନ୍ତୁ ଏହି ସମସ୍ତ ଯୋଜନାଗୁଡ଼ିକ ଠିକ୍ ଢଙ୍ଗରେ କାର୍ଯ୍ୟକାରୀ ହୋଇନଥିବାରୁ ଦଳ ଲୋକଙ୍କ ବିଶ୍ୱାସଭାଜନ ହୋଇପାରିଲା ନାହିଁ। ଅନେକ ଯୋଜନା କାର୍ଯ୍ୟକାରୀ କରିବାରେ ଦଳୀୟ ବିଧାୟକମାନଙ୍କୁ ଅଧିକ କ୍ଷମତା ଦିଆଯାଇଥିଲା। ପାଣ୍ଠି କେମିତି ବଣ୍ଟନ ହେବ, ତାହା ସେମାନେ ନିଷ୍ପତ୍ତି କରୁଥିଲେ। ଫଳରେ ପକ୍ଷପାତିତା ଓ ଦୁର୍ନୀତି ଅଭିଯୋଗ ଆସିଥିଲା, ଯାହା ଦଳ ପାଇଁ ବୁମେରାଂ ହେଲା।

କେସିଆରଙ୍କ ପୁଅ ତଥା ଆଇଟି ମନ୍ତ୍ରୀ ଥିବା କେଟି ରାମା ରାଓ (କେଟିଆର) ବାରମ୍ବାର କହୁଥିଲେ ଯେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଓ ଜିଡିପି ଅଭିବୃଦ୍ଧିରେ ତେଲଙ୍ଗାନା ଦେଶରେ ସର୍ବୋଚ୍ଚ ସ୍ଥାନରେ ରହିଛି। କିନ୍ତୁ ରାଜ୍ୟରେ ବେକାରୀ ଏକ ବଡ଼ ସମସ୍ୟା ବୋଲି ବିଭିନ୍ନ ବର୍ଗରୁ ଅଭିଯୋଗ ଉଠିଥିଲା ଓ ଏହା ପ୍ରସଙ୍ଗ ହୋଇଥିଲା।

Advertisment

ସ୍ଥିତିକୁ ଦେଖି ନିର୍ବାଚନ ପୂର୍ବରୁ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ତାଙ୍କ ପୁଅ କେଟିଆର ନୂଆ ମୁହଁଙ୍କୁ ଟିକେଟ ଦେବାକୁ ପରାମର୍ଶ ଦେଇଥିଲେ। ପାଖାପାଖି ୩୦ ବିଧାୟକଙ୍କୁ ଟିକେଟ ନଦେବା ପାଇଁ ସେ କହିଥିଲେ। ସେମାନ ଆଉ ଲୋକଙ୍କ ଆସ୍ଥାଭାଜନ ହୋଇନଥିବା ସେ କହିଥିଲେ।

କେସିଆର ସେହି ବିଧାୟକମାନଙ୍କୁ ଚେତାବନୀ ଦେଇଥିଲେ। ଜନପ୍ରତିନିଧି ଭାବେ ନିଜ ନିଜ ପ୍ରଦର୍ଶନରେ ଉନ୍ନତି ଆଣିବାକୁ କହିଥିଲେ। କିନ୍ତୁ ଶେଷରେ ସେମାନଙ୍କୁ ସମସ୍ତଙ୍କୁ ଏଥର ନିର୍ବାଚନରେ ପ୍ରାର୍ଥୀ ହେବାକୁ ଟିକେଟ ଦେଇଥିଲେ। ଆଉ ସେମାନଙ୍କ ମଧ୍ୟରୁ ଅଧିକାଂଶ ନିର୍ବାଚନରେ ପରାସ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ବିଆରଏସ୍ ଯେଉଁ ୧୦ ଜଣ ନୂଆ ମୁହଁଙ୍କୁ ପ୍ରାର୍ଥୀ କରିଥିଲା, ସେମାନଙ୍କ ମଧ୍ୟରୁ ୯ ଜଣ ବିଜୟୀ ହୋଇଛନ୍ତି।

ତେଲଙ୍ଗାନାରେ ପୁଣି କ୍ଷମତାକୁ ଆସିବାକୁ ବିଆରଏସ୍‌କୁ ଏବେ ଆହୁରି ଅଧିକ ପରିଶ୍ରମ କରିବାକୁ ପଡ଼ିବ। ବିଶେଷ କରି ଗ୍ରାମାଞ୍ଚଳ ଭୋଟରଙ୍କ ପାଖକୁ ଦଳକୁ ଯିବାକୁ ପଡ଼ିବ। ଦଳ ଏଥର ୩୯ଟି ଆସନ ଜିତିଥିବା ବେଳେ ସେଥିରୁ ପ୍ରାୟ ଅଧା ଆସନ ଆସିଛି ହାଇଦ୍ରାବାଦ ଅଞ୍ଚଳରୁ ଯେଉଁଠି କେସିଆରଙ୍କ ପୁଅ କେଟିଆର ବିକାଶ ଓ ଆଇଟି ପାର୍କ କଥା କହିଥିଲେ, ଯାହା ହୁଏତ ଭୋଟରଙ୍କୁ ଆକୃଷ୍ଟ କରିଥିଲା।

Brs KCR KTR
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe