Advertisment

ଦ୍ୱିତୀୟ ରାଉଣ୍ଡ ଜେରା, ଇଡିରେ ହାଜର ହେଲେ କେସିଆର୍‌ଙ୍କ ଝିଅ କବିତା

ଇଡିର କାର୍ଯ୍ୟାନୁଷ୍ଠାନକୁ ଚାଲେଞ୍ଜ କରି କବିତା କୋର୍ଟର ଦ୍ୱାରସ୍ଥ ହୋଇଥିଲେ।

KKvitha

KKvitha

Advertisment

ଦିଲ୍ଲୀ ମଦ ଦୁର୍ନୀତି ମାମଲରେ ଜଡିତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କୁ ଆଜି ପୁଣି ଜେରା କରିଛୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଦ୍ୱିତୀୟ ପର୍ଯ୍ୟାୟ ଜେରା ପାଇଁ ଆଜି ବିଆର୍‌ଏସ୍ ନେତ୍ରୀ କେ.କବିତା ଇଡିରେ ହାଜର ହୋଇଛନ୍ତି। 

Advertisment

କେ.କବିତାଙ୍କୁ ଏହି ମାମଲାରେ ପ୍ରଥମେ ମାର୍ଚ୍ଚ ୧୧ ତାରିଖ ଦିନ ଜେରା କରାଯାଇଥିଲା। ଏହାପରେ ପୁଣି ମାର୍ଚ୍ଚ ୧୬ ତାରିଖରେ ପ୍ରବର୍ତ୍ତନ ନିର୍ଦେଶାଳୟ କାର‌୍ୟ୍ୟାଳୟରେ ହାଜର ହେବାକୁ ସମନ୍ ଜାରି କରାଯାଇଥିଲା। କିନ୍ତୁ, ଏହି ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନକୁ ଚାଲେଞ୍ଜ କରି ସେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏଥିସହ ଏହି ଆବେଦନ ଅଦାଲତାରେ ବିଚାରଧିନ ଥିବା ଦର୍ଶାଇ କବିତା ଇଡିରେ ହାଜର ହୋଇନଥିଲେ। 

ଏହାପରେ ଇଡି କବିତାଙ୍କ ଆବେଦନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲା। ବିନା ଶୁଣାଣିରେ କୌଣସି ରାୟ ନ ଦେବାକୁ ଇଡି ସର୍ବୋଚ୍ଚ ଅଦାଲତଙ୍କୁ ନିବେଦନ କରିଥିଲା। ଏଥିସହ କେ.କବିତାଙ୍କୁ ମାର୍ଚ୍ଚ ୨୦ରେ ଆସି ହାଜର ହେବାକୁ କହିଥିଲା ଇଡି। 

Advertisment

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତିର ମନିଲଣ୍ଡରିଂ ମାମଲା ସହ ଜଡିତ ଥିବା ଅଭିଯୋଗରେ କେ.କବିତାଙ୍କୁ ମାର୍ଚ୍ଚ ୧୧ ତାରିଖ ଦିନ ଇଡି ୯ ଘଣ୍ଟା ଜେରା କରାଯାଇଥିଲା। ତାଙ୍କୁ ହାଇଦ୍ରାବାଦର ବ୍ୟବସାୟୀ ଅରୁଣ ରାମଚନ୍ଦ୍ରନ୍ ପିଲ୍ଲାଇ ଦେଇଥିବା ବୟାନର ସମ୍ମୁଖୀନ କରାଯାଇଥିଲା। ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ପିଲ୍ଲାଇଙ୍କର ଅନ୍ୟମାନଙ୍କ ଅପେକ୍ଷା କେ. କବିତାଙ୍କ ସହିତ ଅଧିକ ଘନିଷ୍ଠତା ଥିଲା।

K.Kavita Delhi Liquor Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe