/odisha-reporter/media/post_attachments/uploadimage/library/16_9/16_9_0/IMAGE_1678435623.jpg)
KCR's Daughter
ଭାରତ ରାଷ୍ଟ୍ର ସମିତି ବା ବିଆରଏସ୍ର ବରିଷ୍ଠ ନେତା ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କବିତା ଆଜି ମହିଳା ସଂରକ୍ଷଣ ବିଲ୍ ଦାବିରେ ଅନଶନ ଆରମ୍ଭ କରିଛନ୍ତି। ଦିଲ୍ଲୀରେ ସେ ଅନଶନ ଆରମ୍ଭ କରିଥିବା ବେଳେ କବିତାଙ୍କ ଏହି ଦିନିକିଆ ଧାରଣାକୁ ୧୨ଟି ବିରୋଧୀ ଦଳ ସମର୍ଥନ କରିଛନ୍ତି।
ଦିଲ୍ଲୀର ଯନ୍ତରମନ୍ତରରେ କିବତା କରୁଥିବା ବିକ୍ଷୋଭରେ ୧୨ ବିରୋଧୀ ଦଳର ସଦସ୍ୟମାନେ ସାମିଲ ହୋଇଛନ୍ତି। ସମସ୍ତେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କ ଉପରେ ଚାପ ପକାଇ ସଂସଦରେ ମହିଳା ସଂରକ୍ଷଣ ବିଲ୍ ଆଣିବାକୁ ଦାବି କରିଛନ୍ତି।
ଭେଟରାନ ସିପିଆଇ-ଏମ ନେତା ସୀତାରାମ ୟେଚୁରୀ କହିଛନ୍ତି, “ରାଜନୀତିରେ ମହିଳାଙ୍କୁ ସମାନ ସୁଯୋଗ ଦେବା ପାଇଁ ଏପରି ବିଲ୍ ଆସିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।” ଏହି ଧାରଣାର ନେତୃତ୍ୱ ନେଉଥିବା କବିତାଙ୍କ କହିବା କଥା ଯେ ବିଜେପି ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ ବେଳେ ମହିଳା ସଂରକ୍ଷଣ ବିଲ୍ ସପକ୍ଷରେ ମତ ରଖିଥିଲା।
ହେଲେ ଦଳ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ କ୍ଷମତାକୁ ଆସିଥିଲେ ମଧ୍ୟ ନିଜର ପ୍ରତିଶ୍ରୁତି ପାଳନ କରି ନାହିଁ। ମହିଳା ସଂରକ୍ଷଣ ବିଲ୍ ଗୁରୁତ୍ୱପୂର୍ଣ୍ଣ ଓ ଆମେ ଏହା ଶୀଘ୍ର ଆସୁ ବୋଲି ଚାହୁଁଛୁ। ବିଲ୍ ନ ଆସିବା ଯାଏ ଏଠାରେ ଉପସ୍ଥିତ ଥିବା ମହିଳାଙ୍କ ଆନ୍ଦୋଳନ ବନ୍ଦ ହେବନି ବୋଲି ସେ କହିଛନ୍ତି। ଲୋକସଭା ଓ ବିଧାନସଭାରେ ଏକ ତୃତୀୟାଂଶ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ କରି ରଖିବା ସକାଶେ ପ୍ରସ୍ତାବିତ ବିଲ ଜରିଆରେ ଦାବି କରାଯାଇଛି।
ଅନ୍ୟପକ୍ଷରଆ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି କବିତାଙ୍କୁ ଆସନ୍ତାକାଲି ହାଜର ହେବାକୁ ସମନ କରିଛି। ଏହାପୂର୍ବରୁ ସେ ଆଜି ମହିଳା ସଂରକ୍ଷଣ ବିଲ୍ ପାଇଁ ଅନଶନରେ ବସିଛନ୍ତି।
ଗୁରୁବାର ସେ କହିଥିଲେ, “ମହିଳା ସଂରକ୍ଷଣ ବିଲ୍ ପାଇଁ ଆମେ ଅନଶନ କରିବୁ ବୋଲି ମାର୍ଚ୍ଚ ୨ରେ ଗୋଟିଏ ପୋଷ୍ଟର ରିଲିଜ କରିଥିଲୁ। ଇଡି ମାର୍ଚ୍ଚ ୯ରେ ସମନ କରିଥିଲା। ମୁଁ ସେମାନଙ୍କୁ ମାର୍ଚ୍ଚ ୧୬ ଯାଏ ସମୟ ମାଗିଥିଲି। ହେଲେ ସେମାନେ ରାଜି ହୋଇ ନଥିଲେ।
ତେଣୁ ମାର୍ଚ୍ଚ ୧୧ରେ ହାଜର ହୋଇ ପକ୍ଷ ରଖିଛି। ଇଡି ମୋତେ ପ୍ରଶ୍ନ କରିବାକୁ ଏତେ ବ୍ୟସ୍ତ କାହିଁକି? ମୋର ଆନ୍ଦୋଳନର ଦିନକ ପୂର୍ବରୁ ସେମାନେ କାହିଁକି ସମନ କଲେ? ଆଉ କେଉଁ ଦିନ ସମନ କରିଥିଲେ ଅସୁବିଧା କ’ଣ ହୋଇଥାଆନ୍ତା?”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
