Advertisment

ଇଡିରେ ହାଜର ହେଲେନି, ବିଆରଏସ ସାଧାରଣ ସମ୍ପାଦକଙ୍କୁ ପଠାଇଲେ କେ କବିତା

ଭାରତ ରାଷ୍ଟ୍ରୀୟ ସମିତି (ବିଆରଏସ) ନେତ୍ରୀ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ଆଜି ନୋଟିସ ସତ୍ତ୍ୱେ ଇଡିରେ ହାଜର ହୋଇ ନାହାନ୍ତି।

k kavitha

k kavitha

Advertisment

ଭାରତ ରାଷ୍ଟ୍ରୀୟ ସମିତି (ବିଆରଏସ) ନେତ୍ରୀ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ଆଜି ନୋଟିସ ସତ୍ତ୍ୱେ ଇଡିରେ ହାଜର ହୋଇ ନାହାନ୍ତି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି ତାଙ୍କୁ ୧୧ ତାରିଖରେ ଜେରା କରିଥିଲା। ଆଜି ପୁଣି ଜେରା କରିବାକୁ ତାଙ୍କୁ ନୋଟିସ ହୋଇଥିଲେ ହେଁ ସେ ନିର୍ଦ୍ଦେଶକୁ ପାଳନ କରିନାହାନ୍ତି।

Advertisment

ସେ ନିଜେ ଇଡି ଅଫିସକୁ ନ ଯାଇ ବିଆରଏସ୍‌ର ସାଧାରଣ ସମ୍ପାଦକ ସୋମା ଭାରତ କୁମାରଙ୍କୁ ପଠାଇଥିଲେ। ସୋମା ଇଡି କାର୍ଯ୍ୟାଳୟରେ ପହଞ୍ଚି କବିତାଙ୍କ ନିଷ୍ପତ୍ତି ଶୁଣାଇଥିଲେ। କିନ୍ତୁ ଇଡି ଏହାକୁ ଗ୍ରହଣ ନ କରି କବିତାଙ୍କୁ ମାର୍ଚ୍ଚ ୨୦ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପୁଣି ସମନ କରିଛି।

ଇଡିକୁ ଲେଖିଥିବା ଚିଠିରେ କବିତା କହିଛନ୍ତି, ସମନରେ ଥିବା ବିଷୟବସ୍ତୁ ଅନୁଯାୟୀ ବ୍ୟକ୍ତିଗତ ଭାବେ ହାଜର ହେବାର କୌଣସି ଆବଶ୍ୟକ ନାହିଁ। ତେଣୁ ସେ ନିଜର ପ୍ରତିନିଧିଙ୍କୁ ଇଡି ଅଫିସକୁ ପଠାଉଛନ୍ତି। ବର୍ତ୍ତମାନ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ସୁପ୍ରିମକୋର୍ଟ ନିଷ୍ପତ୍ତିକୁ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବାକୁ ଅପେକ୍ଷା କରନ୍ତୁ।

Advertisment

ଜଣେ ମହିଳା ଭାବେ ଆଇନ ଅନୁସାରେ ମୋତେ କିଛି ସୁରକ୍ଷା ମିଳିଛି। ମୋତେ ଇଡି ଅଫିସକୁ ବାରମ୍ବାର ଡାକିବା ପରିବର୍ତ୍ତେ ମୁଁ ଅଡିଓ/ଭିଡିଓ କନଫରେନ୍ସଂରେ ହାଜର ହେବାକୁ ପ୍ରସ୍ତୁତ ରହିଛି। ସେହିପରି ଆଇନ ଅନୁସାରେ ଅଧିକାରୀମାନଙ୍କୁ ମୋ ଘରକୁ ମଧ୍ୟ ଆମନ୍ତ୍ରଣ କରୁଛି। କିନ୍ତୁ ମୋ ଅନୁରୋଧକୁ ଅଗ୍ରାହ୍ୟ କରାଯାଇଥିବା କବିତା ଚିଠିରେ ଉଲ୍ଲେଖ କରିଛନ୍ତି।

କବିତାଙ୍କୁ ଇଡି ହାଜର ପାଇଁ ସମନ କରିଥିବା ବେଳେ ସେ ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ସେ ଜଣେ ମହିଳା ହୋଇଥିବାରୁ ଇଡି ତାଙ୍କୁ ବ୍ୟକ୍ତିତଗ ଭାବେ ହାଜର ହେବାକୁ ସମନ କରିବା ପରିବର୍ତ୍ତେ ଘରକୁ ଆସି ପଚରାଉଚରା କରିବା ଦରକାର ବୋଲି ସେ ଆବେଦନରେ ଉଲ୍ଲେଖ କରିଛନ୍ତି। ଏହି ଆବେଦନ ସମ୍ପର୍କରେ ସେ ଇଡିକୁ ମଧ୍ୟ ଅବଗତ କରାଇଥିଲେ। ତଥାପି ଇଡି ତାଙ୍କୁ ସମନ କରିଛି।

ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ମାର୍ଚ୍ଚ ୨୪ରେ କବିତାଙ୍କ ଆବେଦନର ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି। ହେଲେ ଇଡି ତାଙ୍କୁ ୨୦ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ କହିଛି।

ED Raid Supreme Court Brs KCR K.Kavita
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe