Advertisment

ରାଜନୀତିଠୁ ଭଗବାନଙ୍କୁ ଦୂରେଇ ରଖ; ଲଡୁ ବିବାଦକୁ ନେଇ ଏପରି କହିଲେ ସୁପ୍ରିମକୋର୍ଟ

ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିର ଲଡ଼ୁ ବିବାଦକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ଆଜି ସୁପ୍ରିମକୋର୍ଟରେ ଏ ଉପରେ ଶୁଣାଣି ହୋଇଛି।

author-image
Debibandita Barick
ଅଦ୍ୟତନ ହୋଇଛି
Supreme Court & Tirupati Temple

Supreme Court & Tirupati Temple

ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିର ଲଡ଼ୁ ବିବାଦକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ଆଜି ସୁପ୍ରିମକୋର୍ଟରେ ଏ ଉପରେ ଶୁଣାଣି ହୋଇଛି। ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।

Advertisment

ତଦନ୍ତ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ କାହିଁକି ପ୍ରେସମିଟ୍ କରି ତିରୁପତି ମନ୍ଦିର ଲଡ଼ୁ ସମ୍ପର୍କରେ ଏପରି ବିବୃତ୍ତି ରଖିଲେ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜଷ୍ଟିସ ବିଆର ଗଭାଇ ଏବଂ ଜଷ୍ଟିସ କେଭି ବିଶ୍ୱନାଥନ।

ଶୁଣାଣି ସମୟରେ ଅଦାଲତ କହିଛନ୍ତି, "ଯଦି ଆପଣ (ମୁଖ୍ୟମନ୍ତ୍ରୀ) ଏଥିପାଇଁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ, ତେବେ ସାମ୍ବାଦିକ ସମ୍ମିଳନୀ କରିବାର କି ଆବଶ୍ୟକ ଥିଲା? ଧାର୍ମିକ ଭାବାବେଗକୁ ସମ୍ମାନ ଜଣାଇବାର ଆବଶ୍ୟକ ଥିଲା। ଲ୍ୟାବ ରିପୋର୍ଟ ଜୁଲାଇରେ ଆସିଥିଲା​​... ଆପଣ ସେପ୍ଟେମ୍ବରରେ ବିବୃତ୍ତି ରଖିଲେ। କିନ୍ତୁ ରିପୋର୍ଟରେ କୌଣସି ସ୍ପଷ୍ଟତା ନାହିଁ।"

Advertisment

ମୁଖ୍ୟମନ୍ତ୍ରୀ ଏକ ସାମ୍ବିଧାନିକ ପଦବୀରେ ଥିବାବେଳେ ଆମେ ଆଶା କରିବୁ ଯେ, ଭଗବାନଙ୍କୁ ରାଜନୀତିଠୁ ଦୂରରେ ରଖାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ଅଦାଲତ ଆହୁରି କହିଛନ୍ତି ଯେ, ଅପମିଶ୍ରଣ ହୋଇଥିବା ଘିଅ ଲଡୁ ପ୍ରସ୍ତୁତରେ ବ୍ୟବହାର ହେବାର କିଛି ପ୍ରମାଣ ଅଛି କି?, ଯଦି ପ୍ରମାଣ ନାହିଁ, ତେବେ ତରବରିଆ ଭାବେ ସାମ୍ବାଦିକ ସମ୍ମିଳନୀ କରିବାର ଆବଶ୍ୟକତା କଣ ଥିଲା?" 

ପ୍ରକାଶ ଥାଉକି, ସେପ୍ଟେମ୍ବରରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତିରୁପତି ବାଲାଜୀ ମନ୍ଦିର ଲଡୁ ପଶୁ ଚର୍ବିରେ ପ୍ରସ୍ତୁତ ହେଉଥିବା ଅଭିଯୋଗ ଆଣିଥିଲେ। ପୂର୍ବର ୱାଇଏସଆର ଜଗନ ମୋହନ ରେଡ୍ଡୀଙ୍କ ସରକାର ସମୟରୁ ଏପରି ହୋଇ ଆସୁଛି ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ପରେ ନାନା ବିବାଦ ସୃଷ୍ଟି ହୋଇଥିଲା।

ଗୁଜରାଟର ଏକ ଲ୍ୟାବରେ ଘିଅର ମାନ ପରୀକ୍ଷଣ ହେବା ପରେ ଏଥିରେ ମାଛ ତେଲ, ଘୁଷୁରି ଓ ଗୋ-ଚର୍ବିରେ ଅପମିଶ୍ରିତ ହୋଇଥିବା ନେଇ ପ୍ରାଥମିକ ତଦନ୍ତ ରିପୋର୍ଟରେ ପ୍ରକାଶ ପାଇଥିଲା। କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏସବୁ ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଥିଲେ। ଚନ୍ଦ୍ରବାବୁ ନାଇଡୁ ଜଣେ ଅଭ୍ୟାସଗତ ମିଛୁଆ, ତାଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ରୂପେ ମିଛ, ଏହାର ତଦନ୍ତ କରାଯାଉ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କହିଥିଲେ।

ଏହାକୁ ନେଇ ସୁପ୍ରିମକୋର୍ଟରେ ମଧ୍ୟ ଆବେଦନ ହୋଇଥିଲା। ଆଜି ସର୍ବୋଚ୍ଚ ଅଦାଲତର ଦୁଇ ଜଣିଆ ଖଣ୍ଡପୀଠ ଶୁଣାଣି କରି ଉପୋରସ୍ତ ଟିପ୍ପଣୀ ଦେଇଛନ୍ତି।  

Supreme Court Chandrababu Naidu Tirupati Laddu Row LAddu Row