Advertisment

ଦିଲ୍ଲୀ ଅବକାରୀ ନୀତି: ୯ ଘଣ୍ଟାର ଜେରା ପରେ ବାହାରିଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

ତାଙ୍କୁ ସ୍ୱତନ୍ତ୍ର ସିବିଆଇ ଟିମ ଜେରା କରିଥିଲା। ରାତି ପ୍ରାୟ ୮ଟା ୩୦ରେ ସେ ସିବିଆଇ ମୁଖ୍ୟାଳୟରୁ ବାହାରିଛନ୍ତି।

Arvind Kejeiwal

Arvind Kejeiwal

Advertisment

ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆଜି ସିବିଆଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦୀର୍ଘ ୯ ଘଣ୍ଟା ଧରି ଜେରା କରିଛି। ଆଜି ସକାଳ ପ୍ରାୟ ୧୧ଟା ବେଳେ କେଜ୍ରିୱାଲ ନିଜ ସମର୍ଥକଙ୍କ ସହ ସିବିଆଇ ମୁଖ୍ୟାଳୟରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ ସ୍ୱତନ୍ତ୍ର ସିବିଆଇ ଟିମ ଜେରା କରିଥିଲା। ରାତି ପ୍ରାୟ ୮ଟା ୩୦ରେ ସେ ସିବିଆଇ ମୁଖ୍ୟାଳୟରୁ ବାହାରିଛନ୍ତି। ସିବିଆଇ ତାଙ୍କୁ ପୂରା ମାମଲାର ଜଣେ ସାକ୍ଷୀ ଭାବେ ପଚରାଉଚରା କରିଥିବା ଜଣାପଡ଼ିଛି। 

Advertisment

କେଜ୍ରିୱାଲଙ୍କୁ ଆଜି ସିବିଆଇ ଦିନ ତମାମ ଜେରା କରିଥିବା ବେଳେ ଆପ୍‌ର ସାଂସଦ, ବିଧାୟକ ଓ ବରିଷ୍ଠ ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସିବିଆଇ କେଜ୍ରିୱାଲଙ୍କୁ ଜେରା କରିବା ପଛରେ କେନ୍ଦ୍ରରେ କ୍ଷମତାସୀନ ବିଜେପିର ହାତ ଥିବା ଆପ୍‌ ପକ୍ଷରୁ ଅଭିଯୋଗ କରାଯାଇଛି।

ଆଜି ଆପ ପକ୍ଷରୁ ସିବିଆଇ ମୁଖ୍ୟାଳୟ ନିକଟରେ ବିକ୍ଷୋଭ କରାଯାଇଥିଲା। ଏହି ସମୟରେ ପୁଲିସ୍‌ ବରିଷ୍ଠ ନେତା ସଞ୍ଜୟ ସିଂହ ଓ ରାଘବ ଚଡ୍ଡାଙ୍କୁ ଅଟକ ରଖିଥିଲା। ପୂର୍ବରୁ ସିବିଆଇ ଏହି ମାମଲାରେ କେଜ୍ରିୱାଲଙ୍କ ଡେପୁଟି ମନୀଷ ସିସୋଦିଆଙ୍କୁ ଗିରଫ କରିସାରିଛି। 

Advertisment

ଏହାପରେ ସିବିଆଇ ପକ୍ଷରୁ କେଜ୍ରିୱାଲଙ୍କୁ ସମନ କରାଯାଇଥିଲା। ସିବିଆଇ ସମନକୁ ଦେଖି କେଜ୍ରିୱାଲ ସରକାର ସୋମବାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ସେହିପରି ଆଜି ସନ୍ଧ୍ୟାରେ ଆପ୍‌ର ବରିଷ୍ଠ ନେତାମାନେ ଜରୁରୀ ବୈଠକ ମଧ୍ୟ ଡାକିଥିଲେ। ଏହି ବୈଠକରେ ଦଳର ଆଭିମୁଖ୍ୟ ଆଗାମୀ ଦିନରେ କ’ଣ ରହିବ, ସେ ବିଷୟରେ ଆଲୋଚନା କରାଯାଇଛି।

ସିବିଆଇରେ ହାଜର ହେବା ପୂର୍ବରୁ କେଜ୍ରିୱାଲ ଅଭିଯୋଗ କରିଥିଲେ ଯେ ଇଡି ଦାଖଲ କରିଥିବା ଚାର୍ଜଶିଟରେ କହିଛି ସିସୋଦିଆ ୧୪ଟି ଫୋନ ଓ ଆଇଏମଇଆଇ ନମ୍ବରକୁ ନଷ୍ଟ କରି ଦେଇଛନ୍ତି। ସିଜ ହେଇଥିବା ମେମୋରେ ଦର୍ଶାଯାଇଛି ଯେ ୧୪ଟି ଫୋନରୁ ୪ଟି ଇଡି ପାଖରେ ଓ ଗୋଟିଏ ସିବିଆଇ ପାଖରେ ରହିଛି।

ଅଧିକାଂଶ ଫୋନ ଆକ୍ଟିଭ ଓ ଆପ୍‌ ସ୍ୱେଚ୍ଛାସେବୀମାନେ ଏହାକୁ ବ୍ୟବହାର କରୁଛନ୍ତି। ଇଡି ଓ ସିବିଆଇ ଭଲ ଭାବେ ଫୋନଗୁଡ଼ିକ ବିଷୟରେ ଜାଣିଛନ୍ତି। କିନ୍ତୁ ସେମାନେ ମିଥ୍ୟା ସତ୍ୟପାଠ ଦେଇ କୋର୍ଟଙ୍କୁ ଭ୍ରମିତ କରୁଥିବା ସେ କହିଥିଲେ।

CBI Arvind Kejriwal AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe