Advertisment

ଦିଲ୍ଲୀ ଅଧ୍ୟାଦେଶକୁ ନେଇ ଚେନ୍ନାଇରୁ କଂଗ୍ରେସ ନୂଆ ବାର୍ତ୍ତା ଦେଲେ କେଜ୍ରିୱାଲ

କଂଗ୍ରେସର ମହାରାଷ୍ଟ୍ର ସହଯୋଗୀ ଉଦ୍ଧବ ଠାକରେ ଓ ଭେଟରାନ ରାଜନେତା ଶରଦ ପାୱାରଙ୍କୁ ଭେଟି କେଜ୍ରିୱାଲ ସମର୍ଥନ ହାସଲ କରି ସାରିଛନ୍ତି।

AAP

AAP

Advertisment

ଦିଲ୍ଲୀ ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ପ୍ରସଙ୍ଗରେ କଂଗ୍ରେସକୁ ନୂଆ ବାର୍ତ୍ତା ଦେଇଛନ୍ତି ଆପ୍‌ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀର ପୋଷ୍ଟିଂ ଓ ବଦଳି ଉପରେ ଉପ ରାଜ୍ୟପାଳଙ୍କ ଅଧିକାର ରହିଛି ବୋଲି କେନ୍ଦ୍ର ସରକାର ଅଧ୍ୟାଦେଶ ଜାରି କରିଥିବା ବେଳେ ଏହାକୁ ସଂସଦରେ ମାତ ଦେବାକୁ କେଜ୍ରିୱାଲ ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ଆଜି ସେ ପୁଣି କଂଗ୍ରେସର ସମର୍ଥନ ଚେନ୍ନାଇରୁ ମାଗିଛନ୍ତି।

Advertisment

କଂଗ୍ରେସ ଏହି ପ୍ରସଙ୍ଗରେ ଆପ୍‌କୁ ସମର୍ଥନ କରିବ କି ନାହିଁ, ତା’ର ନିଷ୍ପତ୍ତି ଏଯାଏ ନେଇ ନାହିଁ। ହେଲେ କେଜ୍ରିୱାଲ କଂଗ୍ରେସର ସହଯୋଗୀ ଦଳମାନଙ୍କୁ ଅଧ୍ୟାଦେଶ ବିରୋଧୀରେ ଏକାଠି କରିବାରେ ଲାଗିଛନ୍ତି।

କଂଗ୍ରେସର ମହାରାଷ୍ଟ୍ର ସହଯୋଗୀ ଉଦ୍ଧବ ଠାକରେ ଓ ଭେଟରାନ ରାଜନେତା ଶରଦ ପାୱାରଙ୍କୁ ଭେଟି କେଜ୍ରିୱାଲ ସମର୍ଥନ ହାସଲ କରି ସାରିଛନ୍ତି। ଆଜି ସେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ସହଯୋଗୀ ଏମକେ ଷ୍ଟାଲିନଙ୍କୁ ଭେଟିଛନ୍ତି। ଷ୍ଟାଲିନ ମଧ୍ୟ କେଜ୍ରିୱାଲଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି।

Advertisment

ଷ୍ଟାଲିନଙ୍କୁ ଭେଟିବା ପରେ କେଜ୍ରିୱାଲ ସ୍ପଷ୍ଟ ଭାବେ କହିଛନ୍ତି ଯେ “କଂଗ୍ରେସ ଏହାକୁ ଯେମିତି ହେଲେ ସମର୍ଥନ କରିବା ଦରକାର। ୨୦୨୪ ପାଇଁ ମିଳିତ ବିରୋଧୀ ମେଣ୍ଟର ନୀତିଗତି ସମ୍ପର୍କରେ ଧାର୍ଯ୍ୟ ମିଟିଂରେ ଆଲୋଚନା କରାଯିବ।”

କେଜ୍ରିୱାଲ ଅଧ୍ୟାଦେଶ ପ୍ରସଙ୍ଗରେ କଥା ହେବାକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧିଙ୍କୁ ଭେଟିବାକୁ ସମୟ ମାଗିଛନ୍ତି। ହେଲେ ଏଯାଏ କଂଗ୍ରେସ ପକ୍ଷରୁ କେଜ୍ରିୱାଲଙ୍କୁ ସମୟ ଦିଆଯାଇନି।

ଏସବୁ ଭିତରେ କେଜ୍ରିୱାଲ ୨୦୨୪ ବିରୋଧୀ ମେଣ୍ଟ ସମ୍ପର୍କରେ ମତ ରଖିବାକୁ ସହ ଗୋଟିଏ ପରେ ଗୋଟିଏ କଂଗ୍ରେସର ସହଯୋଗୀ ଦଳଙ୍କ ସମର୍ଥନ ହାସଲ କରିଛନ୍ତି। ତେଣୁ କଂଗ୍ରେସ ମଧ୍ୟ ଏବେ ଆପ୍‌କୁ ସମର୍ଥନ କରିବ କି ନାହିଁ, ସେହି ଦ୍ୱନ୍ଦ୍ୱରେ ରହିଛି।

ଆଜି କେଜ୍ରିୱାଲ ଚେନ୍ନାଇରେ ଷ୍ଟାଲିନଙ୍କୁ ଭେଟିଥିବା ବେଳେ କଂଗ୍ରେସର ଅନ୍ୟତମ ସହଯୋଗୀ ତଥା ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଶୁକ୍ରବାର ଭେଟିବେ। କେଜ୍ରିୱାଲଙ୍କୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଆରଜେଡି ନେତା ତେଜସ୍ୱୀ ଯାଦବ ଓ ବାମଦଳ ମଧ୍ୟ ସମର୍ଥନ ଘୋଷଣା କରିଛନ୍ତି।

ଏହି ସବୁ ବିରୋଧୀଙ୍କୁ ଧରି ଏବେ କେଜ୍ରିୱାଲ କଂଗ୍ରେସ ଉପରେ ଚାପ ପ୍ରୟୋଗ କରିବା ଆରମ୍ଭ କରିଛନ୍ତି। ରାଜ୍ୟସଭାରେ କେନ୍ଦ୍ରର ବିଲକୁ ମାତ ଦେବା ପାଇଁ ଆପ୍‌କୁ କଂଗ୍ରେସର ସମର୍ଥନ ଯେମିତି ହେଲେ ଦରକାର। କାରଣ କଂଗ୍ରେସ ପାଖରେ ୩୧ ଜଣ ସାଂସଦ ରହିଛନ୍ତି।

ବିଜେପିର ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ୧୧୦। କଂଗ୍ରେସ ଓ ସବୁ ବିରୋଧୀ ମିଶିଲେ ସେମାନଙ୍କ ସଂଖ୍ୟା ମଧ୍ୟ ୧୧୦ରେ ପହଞ୍ଚିବ। ଏପରି ସ୍ଥିତିରେ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ଓ ନବୀନ ପଟ୍ଟନାୟକଙ୍କ ବିଜେଡି ଉପରେ ସବୁ କିଛି ନିର୍ଭର କରିବ। ଉଭୟ ଦଳ ପାଖରେ ୯ ଜଣ ଲେଖାଏ ସାଂସଦ ରହିଛନ୍ତି।

Arvind Kejriwal M K Stalin Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe