Advertisment

ପ୍ରତିଦିନ ଡାକ୍ତରଙ୍କ ସହ କଥା ହେବାକୁ ଚାହୁଁଥିଲେ କେଜ୍ରିୱାଲ, ଅନୁମତି ଦେଲେନି କୋର୍ଟ

କେଜ୍ରିୱାଲଙ୍କ ଆବେଦନ ଖାରଜ ହୋଇଥିଲେ ହେଁ କୋର୍ଟ ଏମ୍ସକୁ ଗୋଟିଏ ମେଡିକା ବୋର୍ଡ ଗଠନ କରିବାକୁ କହିଛନ୍ତି।

AAP

AAP

Advertisment

ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଝଟକା ଲାଗିଛି। ସେ ମଧୁମେହ ରୋଗୀ ହୋଇଥିବାରୁ ଦୈନିକ ଭିଡିଓ କନଫରେନ୍ସିଂ ଜରିଆରେ ତାଙ୍କ ପାରିବାରିକ ଡାକ୍ତରଙ୍କ ସହ ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋଚନା କରିବାକୁ ଚାହୁଁଥିଲେ।

Advertisment

ହେଲେ ଏଥିପାଇଁ କେଜ୍ରିୱାଲଙ୍କୁ ଅନୁମତି ଦେଇ ନାହାନ୍ତି ଦିଲ୍ଲୀର ଗୋଟିଏ କୋର୍ଟ। କେଜ୍ରିୱାଲଙ୍କ ଆବେଦନ ଖାରଜ ହୋଇଥିଲେ ହେଁ କୋର୍ଟ ଏମ୍ସକୁ ଗୋଟିଏ ମେଡିକା ବୋର୍ଡ ଗଠନ କରିବାକୁ କହିଛନ୍ତି। ଏହି ବୋର୍ଡ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ଇନସୁଲିନ ଦରକାର କି ନାହିଁ, ତା’ର ନିଷ୍ପତ୍ତି ନେବ। ସେହିପରି ତାଙ୍କର ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟାର ମଧ୍ୟ ଏହି ବୋର୍ଡ ଯାଞ୍ଚ କରିବ।

ସ୍ୱତନ୍ତ୍ର ସିବିଆଇ ଓ ଇଡି ମାମଲାର ଜଜ କାବେରୀ ବାୱେଜା ଆଜି କେଜ୍ରିୱାଲଙ୍କ ଆବେଦନକୁ ଖାରଜ କରିଛନ୍ତି। ତଥାପି କୋର୍ଟ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ଆବଶ୍ୟକତା ଅନୁଯାୟୀ ମେଡିକାଲ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଏମ୍ସ ଗଠନ କରିବାକୁ ଟିମରେ ଟିମରେ ବରିଷ୍ଠ ଏଣ୍ଡୋକ୍ରିନୋଲୋଜିଷ୍ଟ ଓ ଡାଇବେଲୋଜିଷ୍ଟ ରହିବେ।

Advertisment

ତିହାର ଜେଲ୍‌ରେ କେଜ୍ରିୱାଲଙ୍କୁ ଉପଯୁକ୍ତ ମେଡିକାଲ ସୁବିଧା ଯୋଗାଇ ଦିଆଯାଉ ନଥିବା ଆପ୍‌ ଅଭିଯୋଗ କରିଥିଲା। ଏହାପରେ କେଜ୍ରିୱାଲ ଦୈନିକ ତାଙ୍କ ଡାକ୍ତରଙ୍କ ସହ ଭିଡିଓରେ କଥା ହେବାକୁ ଅନୁମତି ପାଇଁ ଆବେଦନ କରିଥିଲେ।

କେଜ୍ରିୱାଲ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ। ତଥାପି ସେ ଜେଲରେ ପ୍ରଚୁର ଆମ୍ବ, ଆଳୁ ପୁରୀ ଓ ମିଠା ଖାଉଛନ୍ତି। ପ୍ରତିଦିନ ସେ ମିଠା ଓ ଆମ୍ବ ଖାଇ ନିଜର ରକ୍ତ ସର୍କରାକୁ ବୃଦ୍ଧି କରିବାରେ ଲାଗିଛନ୍ତି। ରକ୍ତ ସର୍କରା ବା ବ୍ଲଡ ସୁଗାର ବଢ଼ିବା ପରେ ସେ ମେଡିକାଲ ଗ୍ରାଉଣ୍ଡରେ ଜାମିନ ପାଇଯିବେ ବୋଲି ଲକ୍ଷ୍ୟ ରଖିଥିବା କୋର୍ଟରେ କହିଥିଲା।

ମାର୍ଚ୍ଚ ୨୧ରେ ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୨ରେ ଦିଲ୍ଲୀର ଟ୍ରାଏଲ କୋର୍ଟ ୬ ଦିନ ପାଇଁ ରିମାଣ୍ଡରେ ପଠାଇଥିଲେ। ଏହାପରେ ଏହାକୁ ଆଉ ୪ ଦିନ ବୃଦ୍ଧି କରାଯାଇଥିଲା। ଏପ୍ରିଲ ୧ରୁ ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି।

ଏପ୍ରିଲ ୯ରେ ହାଇକୋର୍ଟ କେଜ୍ରିୱାଲଙ୍କ ଆବେଦନର ଶୁଣାଣି କରିଥିଲେ ମଧ୍ୟ କୌଣସି ପ୍ରକାରର ଆଶ୍ୱସ୍ତି ଦେଇ ନଥିଲେ।ତାଙ୍କ ଗିରଫଦାରୀକୁ କୋର୍ଟ ବୈଧ ଦର୍ଶାଇଥିଲେ।

Delhi Arvind Kejriwal AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe