Advertisment

ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ବିବାଦ: କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ଝଟକା

ସୁପ୍ରିମକୋର୍ଟ କହିଥିଲେ ଯେ ଏହା ଉପରେ ହାଇକୋର୍ଟ ଅଗଷ୍ଟ ୨୯ରେ ଶୁଣାଣି କରିବେ। ଆମର ବିଶ୍ୱାସ ଓ ଆଶା ଯେ ଏହା ଉପରେ ହାଇକୋର୍ଟ ଉକ୍ତ ତାରିଖରେ ନିଷ୍ପତ୍ତି ନେବେ।

author-image
Hemant Lenka
SC

SC

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ବିବାଦ ସହ ଜଡ଼ିତ ଗୋଟିଏ ଅପରାଧିକ ମାନହାନୀ କେସ୍‌ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଶକ୍ତ ଝଟକା ଲାଗିଛି। ମୋଦିଙ୍କ ଡିଗ୍ରୀ ଉପରେ ପ୍ରଶ୍ନ ଉଠାଇବା ବେଳେ ଗୁଜରାଟ ବିଶ୍ୱବିଦ୍ୟାଳୟ ସମ୍ପର୍କରେ କେଜ୍ରିୱାଲ ‘ଆପତ୍ତିଜନକ’ ଶବ୍ଦ ପ୍ରୟୋଗ କରିଥିଲେ।

Advertisment

ଏଥିପାଇଁ ତାଙ୍କ ନାଁରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅପରାଧିକ ମାନହାନୀ କେସ୍‌ କରାଯାଇଛି। ଏହାର ଶୁଶାଣି ଉପରେ ରୋକ ଲଗାଇବା ପାଇଁ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ରୋକ ଲଗାଇବାକୁ ମନା କରି ଦେଇଛନ୍ତି।

ବର୍ତ୍ତମାନ ଏହି ମାମଲା ଗୁଜରାଟ ହାଇକୋର୍ଟରେ ରହିଛି। ତେଣୁ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି ଯେ ଏହି ପ୍ରସଙ୍ଗରେ ନୋଟିସ କରିବାକୁ କୋର୍ଟ ଚାହୁଁନାହାନ୍ତି। ଅରବିନ୍ଦ କେଜ୍ରିୱାଲ ଓ ଗୁଜରାଟ ବିଶ୍ୱବିଦ୍ୟାଳୟ ସେମାନଙ୍କ ଅଭିଯୋଗ ହାଇକୋର୍ଟଙ୍କ ଆଗରେ ଉପସ୍ଥାପନ କରିପାରିବେ ବୋଲି ସର୍ବୋଚ୍ଚ ଅଦାଲତ ମତ ରଖିଛନ୍ତି। 

Advertisment

ଅରବିନ୍ଦ କେଜ୍ରିୱାଲଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭୀ କହିଥିଲେ ଯେ ହାଇକୋର୍ଟ ତ୍ରୁଟିପୂର୍ଣ୍ଣ ଭାବେ କେଜ୍ରିୱାଲଙ୍କ ବିରୋଧରେ ଚାଲିବାକୁ ଥିବା ଅପରାଧିକ ମାନହାନୀ କେସ୍‌ ଉପରେ ରୋକ ଲଗାଇବାକୁ ମନା କରିଥିଲେ।

ଏହା ଶୁଣି ସୁପ୍ରିମକୋର୍ଟ କହିଥିଲେ ଯେ ଏହା ଉପରେ ହାଇକୋର୍ଟ ଅଗଷ୍ଟ ୨୯ରେ ଶୁଣାଣି କରିବେ। ଆମର ବିଶ୍ୱାସ ଓ ଆଶା ଯେ ଏହା ଉପରେ ହାଇକୋର୍ଟ ଉକ୍ତ ତାରିଖରେ ନିଷ୍ପତ୍ତି ନେବେ।

ଗୁଜରାଟ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ପୀୟୂଷ ପଟେଲ କରିଥିବା ଅଭିଯୋଗରେ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲ ବିଶ୍ୱବିଦ୍ୟାଳୟ ବିରୋଧରେ ଅପମାନ ଓ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀ ପ୍ରମାଣପତ୍ର ସାର୍ବଜନୀନ କରା ନଯିବା ପ୍ରସଙ୍ଗରେ ସେ ବୟାନ ଦେବା ବେଳେ ଅପଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି। 

ଅଗଷ୍ଟ ୧୧ରେ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ କେଜ୍ରିୱାଲ ସୁପ୍ରିମକୋର୍ଟ ଯାଇଥିଲେ। ହାଇକୋର୍ଟ ଅପରାଧିକ ମାନହାନୀ କେସ୍‌ର ଶୁଣାଣି ଉପରେ ରୋକ ଲଗାଇବାକୁ କେଜ୍ରିୱାଲ କରିଥିବା ଆବେଦନକୁ ଖାରଜ କରିଥିଲେ।

ଏହା ପୂର୍ବରୁ ଗୁଜରାଟର ଗୋଟିଏ ମେଟ୍ରୋପଲିଟାଣ୍ଟ କୋର୍ଟ ଆପ ମୁଖ୍ୟ କେଜ୍ରିୱାଲ ଓ ଦଳର ନେତା ସଞ୍ଜୟ ସିଂହଙ୍କୁ ଏହି ମାମଲାରେ ସମନ କରିଥିଲେ। କେଜ୍ରିୱାଲ ଓ ସିଂହ ସେସନ୍ସ କୋର୍ଟରେ ଗୋଟିଏ ରିଭିଜନ ଆବେଦନ ଦାଖଲ କରିଥିଲେ।

ଏହା ସେଠାରେ ଅଗ୍ରାହ୍ୟ ହୋଇଥିଲା। ଏହାପରେ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଓ ଏହାର ଶୁଣାଣି ଅଗଷ୍ଟ ୨୯ରେ ହେବାର ଅଛି।

PM Modi Arvind Kejriwal Supreme Court