Advertisment

୨୩୦ରୁ ଅଧିକ ଆସନ ଜିତିବ ନାହିଁ ବିଜେପି: କେଜ୍ରିୱାଲ

ଇଣ୍ଡି ମେଣ୍ଟ ନିର୍ବାଚନ ଜିତିବ ଏବଂ କେନ୍ଦ୍ରର ସରକାରର ଅଂଶ ବିଶେଷ ହେବ ଆପ୍‌।

author-image
Jitendra Garnayak
ଅଦ୍ୟତନ ହୋଇଛି
Aravinda Kejriwal

Aravinda Kejriwal

ଚଳିତ ଲୋକସଭା ନିର୍ବାଚନରେ ବିଜେପି ୨୩୦ରୁ ଅଧିକ ଆସନ ପାଇବ ନାହିଁ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଛନ୍ତି ଏହି ଦାବି। ପ୍ରତ୍ୟାହୃତ ହୋଇସାରିଥିବା ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହେବାର ୫୦ ଦିନ ପରେ ମୁକୁଳିଥିବା କେଜ୍ରିୱାଲ ଶନିବାର ଦିଲ୍ଲୀରେ ଆପ୍‌ର ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କରିଥିଲେ ଏହି ଦାବି।

Advertisment

କେଜ୍ରିୱାଲ କହିଥିଲେ, ଜେଲ୍‌ରୁ ବାହାରିବା ପରେ ଗତ ୨୦ ଘଣ୍ଟା ଧରି ମୁଁ ନିର୍ବାଚନ ଉପରେ ନଜର ରଖିଥିବା ବିଶେଷଜ୍ଞ ଓ ଲୋକଙ୍କ ସହିତ ଆଲୋଚନା କରିଥିଲି। ଆଉ ଜାଣିବାକୁ ପାଇଥିଲି ଯେ ବିଜେପି ସରକାର ଗଢ଼ିପାରିବ ନାହିଁ। ହରିୟାଣା, ରାଜସ୍ଥାନ, କର୍ଣ୍ଣାଟକା, ଦିଲ୍ଲୀ, ବିହାର, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଉତ୍ତର ପ୍ରଦେଶରେ ବିଜେପିର ଲୋକସଭା ଆସନ ସଂଖ୍ୟା ଖସିବ। କୌଣସି ରାଜ୍ୟରେ ସେମାନଙ୍କ ଆସନ ସଂଖ୍ୟା ବଢ଼ିବ ନାହିଁ। ମୋର ଆକଳନ କହୁଛି ତଥା ରାଜନୀତିକ ବିଶେଷଜ୍ଞମାନେ କହୁଛନ୍ତି ଯେ ବିଜେପି ୨୨୦-୨୩୦ରୁ ଅଧିକ ଆସନ ପାଇବ ନାହିଁ। ଜୁନ୍ ୪ରେ ମୋଦି ସରକାର ଗଠନ ହେବ ନାହିଁ।

ସେ ଆହୁରି କହିଥିଲ, ଇଣ୍ଡି ମେଣ୍ଟ ନିର୍ବାଚନ ଜିତିବ ଏବଂ କେନ୍ଦ୍ରର ସରକାରର ଅଂଶ ବିଶେଷ ହେବ ଆପ୍‌। କେନ୍ଦ୍ରରେ ଇଣ୍ଡି ମେଣ୍ଟ ସରକାର କଲେ ଦିଲ୍ଲୀକୁ ରାଜ୍ୟ ମାନ୍ୟତା ମିଳିବ।

Advertisment

କେଜ୍ରିୱାଲଙ୍କ ଏହି ମନ୍ତବ୍ୟ ପରେ ବିଜେପି ମୁଖ୍ୟପାତ୍ର ସୁଧାଂଶୁ ତ୍ରିବେଦୀ କହିଛନ୍ତି, ଆପ୍ ନେତା ଆମ ଦଳକୁ ଘୃଣା କରୁଥିବା ସତ୍ତ୍ୱେ ଏତେ ଆସନ ଦେଇଛନ୍ତି। ଏହାର ଅର୍ଥ କ୍ଷମତାସୀନ ମେଣ୍ଟ ତା’ର ଦୁଇ ଗୁଣା ଆସନରେ ବିଜୟୀ ହେବ।

Bjp Arvind Kejriwal AAP 2024 General Election Loka Sabha Election 2024