ଆସନ୍ତା ବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପଡ଼ିବ ଭୋଟ୍। ଦିନ ଯେତେ ପାଖେଇ ଆସୁଛି ରାଜନୈତିକ ମହଲରେ ସେତିକି ଚର୍ଚ୍ଚା ବଢ଼ୁଛି। ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମେଣ୍ଟା ହେବା ନେଇ ଚର୍ଚ୍ଚା ଲାଗି ରହିଛି। ତେବେ ଏହି ଚର୍ଚ୍ଚାକୁ ଏବେ ଖଣ୍ଡନ କରିଛନ୍ତି ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ।
Aam aadmi party will be fighting this election on its own strength in Delhi. There is no possibility of any alliance with congress. https://t.co/NgDUgQ8RDo
— Arvind Kejriwal (@ArvindKejriwal) December 11, 2024
ଦିଲ୍ଲୀରେ ଆପ୍ କାହା ସହ ମେଣ୍ଟ କରିବ ନାହିଁ। କଂଗ୍ରେସ ସହ କୌଣସି ମେଣ୍ଟ ହେବାର ସମ୍ଭାବନା ନାହିଁ। ଆପ୍ ନିଜ ଶକ୍ତି ଓ ଦମ୍ରେ ଏକା ଲଢ଼ିବ। ଏନେଇ ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରି କେଜ୍ରିଓ୍ୱାଲ ଘୋଷଣା କରିଛନ୍ତି।
ଏହାପୂର୍ବରୁ ସୂତ୍ରରୁ ସୂଚନା ମିଳିଥିଲା ଯେ, ଦିଲ୍ଲୀ ବିଧାନସଭା ନିର୍ବାଚନରେ ମେଣ୍ଟ ପାଇଁ କଂଗ୍ରେସ ଓ ଆପ୍ ମଧ୍ୟରେ ସହମତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୧୫ ଟି ଆସନରେ କଂଗ୍ରେସ ଏବଂ ୧-୨ ଟି ସିଟ୍ ଅନ୍ୟ INDIA ବ୍ଲକକୁ ଯାଉଛି। ଅବଶିଷ୍ଟ ଆସନଗୁଡିକରେ ଆପ୍ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଚର୍ଚ୍ଚା ହେଉଥିଲା।
ଏହା ପୂର୍ବରୁ ମଧ୍ୟ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ସହ ମେଣ୍ଟ କରିବାକୁ ମନା କରିଦେଇଥିଲେ। କିନ୍ତୁ ପୁଣିଥରେ ଦୁଇ ଦଳ ମଧ୍ୟରେ ମେଣ୍ଟ ହେବା ନେଇ ଖବର ଚର୍ଚ୍ଚାକୁ ଆସିଥିଲା। ବର୍ତ୍ତମାନ ଅରବିନ୍ଦ କେଜ୍ରିୱାଲ କଂଗ୍ରେସ ସହ ମେଣ୍ଟ ହେବା ସମ୍ଭାବନାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
କହିରଖୁ ଯେ, ଆସନ୍ତା ବର୍ଷ ଫେବ୍ରୁଆରୀ ଆଡକୁ ଦିଲ୍ଲୀ ବିଧନସଭା ନିର୍ବାଚନ ହେବ। ୮ ଫେବୃଆରୀ ୨୦୨୦ରେ ଅନୁଷ୍ଠିତ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ୭୦ଟି ସିଟ୍ ମଧ୍ୟରୁ ୬୨ଟିରେ ଜିତି ବଡ଼ ବିଜୟ ହାସଲ କରିଥିଲା। କଂଗ୍ରେସର ଖାତା ଖୋଲିନଥିବା ବେଳେ ବିଜେପି ୮ଟି ଆସନ ଜିତିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।