Advertisment

କର୍ଣ୍ଣାଟକାରେ ବି ନିର୍ବାଚନ ଲଢ଼ିବ ଆପ୍, ପ୍ରଥମ ସମାବେଶରେ ମୋଦିଙ୍କୁ ଟାର୍ଗେଟ କଲେ କେଜ୍ରିୱାଲ

କର୍ଣ୍ଣାଟକାରେ ପ୍ରଥମ ସାଧାରଣ ସଭାକୁ ସମ୍ବୋଧନ କରି ଆପ୍‌ ସୁପ୍ରିମୋ କେଜ୍ରିୱାଲ କହିଛନ୍ତି, “କର୍ଣ୍ଣାଟକାରେ ୪୦% କମିସିନ ନେଉଥିବା ସରକାର ଅଛନ୍ତି।”

Arvind Kejriwal

Arvind Kejriwal

Advertisment

ଦିଲ୍ଲୀ ଓ ପଞ୍ଜାବରେ କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍‌) କର୍ଣ୍ଣାଟକାରେ ମଧ୍ୟ ବିଧାନସଭା ନିର୍ବାଚନ ଲଢ଼ିବ। ଚଳିତ ବର୍ଷ ମେ’ ମାସରେ ସମ୍ଭବତଃ କର୍ଣ୍ଣାଟକା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ଆପ୍‌ ପକ୍ଷରୁ ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୋଟିଏ ସାଧାରଣ ସଭା କରିଛନ୍ତି।

Advertisment

ଦଳ ପକ୍ଷରୁ ଆୟୋଜିତ ପ୍ରଥମ ସମାବେଶରେ କେଜ୍ରିୱାଲ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି। ଏହି ପ୍ରସଙ୍ଗରେ କେଜ୍ରିୱାଲ ବର୍ଷିଛନ୍ତି। ଏଥିସହ ଲୋକାୟୁକ୍ତ କର୍ଣ୍ଣାଟକା ବିଜେପି ବିଧାୟକ ମଦାଲ ବିରୁପାକ୍ଷପ୍ପାଙ୍କ ଘରୁ କୋଟି କୋଟି ଟଙ୍କା ଠାବ କରିଥିଲେ ମଧ୍ୟ ତାଙ୍କୁ କାହିଁକି ଗିରଫ କରାଯାଇ ନାହିଁ ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି।

କର୍ଣ୍ଣାଟକାରେ ପ୍ରଥମ ସାଧାରଣ ସଭାକୁ ସମ୍ବୋଧନ କରି ଆପ୍‌ ସୁପ୍ରିମୋ କେଜ୍ରିୱାଲ କହିଛନ୍ତି, “କର୍ଣ୍ଣାଟକାରେ ୪୦% କମିସିନ ନେଉଥିବା ସରକାର ଅଛନ୍ତି।” ଏହି ସମୟରେ ସେ ବିରୁପାକ୍ଷପ୍ପାଙ୍କ ଘରୁ ମିଳିଥିବା ୮.୨୩ କୋଟି ଟଙ୍କା କଥା ଉଠାଇଥିଲେ। ସେ କହିଛନ୍ତି, “ନିକଟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ କର୍ଣ୍ଣାଟକା ଆସିଥିଲେ ଓ ଲୋକଙ୍କୁ ପୂର୍ଣ୍ଣସଂଖ୍ୟା ଗରିଷ୍ଠତା ଦେବାକୁ ଆହ୍ୱାନ ଦେଇଥିଲେ। ଏହାଦ୍ୱାରା ଗୋଟିଏ ସ୍ଥାୟୀ ଦୁର୍ନୀତି ମୁକ୍ତ ସରକାର ଗଠନ ହୋଇପାରିବ ବୋଲି ସେ ଦାବି କରିଥିଲେ। ଏହି ସମୟରେ ତାଙ୍କୁ କେହି ମନେ ପକାଇ ଦେଇଥିଲେ ଯେ ରାଜ୍ୟରେ ଏବେ ବି ବିଜେପି ସରକାର ରହିଛି।

Advertisment

ମୁଁ ତାଙ୍କୁ ପଚାରିବାକୁ ଚାହୁଁଛି ଯେ ୪ ବର୍ଷ ମଧ୍ୟରେ ତାଙ୍କ ସରକାର କାହିଁକି ଦୁର୍ନୀତିକୁ ହଟାଇ ପାରିଲା ନାହିଁ। ଅମିତ ଶାହ ଦିଲ୍ଲୀ ଚାଲି ଯିବାର ଦିନକ ପରେ ବିଜେପି ବିଧାୟକଙ୍କ ପୁଅଙ୍କ ଠାରୁ କୋଟି କୋଟି ଟଙ୍କା ମିଳିଛି। ସେହି ବିଧାୟକ ଓ ତାଙ୍କ ପୁଅଙ୍କୁ ଏଯାଏ ଗିରଫ କରାଯାଇନି। କିନ୍ତୁ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଛି।

ରାଜ୍ୟର କଣ୍ଟ୍ରାକ୍ଟର ଆସୋସିଏନ ସଭାପତି କେମପାନ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିବା ସହ କର୍ଣ୍ଣାଟକାର ମନ୍ତ୍ରୀମାନେ ୪୦% କମିସିନ ମାଗୁଥିବା କହିଥିଲେ। କଣ୍ଟ୍ରାକ୍ଟର, ଘରୋଇ ସ୍କୁଲ ଓ ମଠଗୁଡ଼ିକଠାରୁ ମନ୍ତ୍ରୀମାନେ ୪୦% କମିସିନ ନେଉଛନ୍ତି। ବିଜେପି ଓ ପ୍ରଧାନମନ୍ତ୍ରୀ ଡବଲ ଇଞ୍ଜିନ ସରକାର କଥା କହୁଛନ୍ତି। ହେଲେ ଦୁର୍ନୀତି ଡବଲ ଇଞ୍ଜିନ ସରକାରରେ ଡବଲ ହୋଇଯାଇଛି। କମିସିନ ୨୦%ରୁ ବଢ଼ି ୪୦%ରେ ପହଞ୍ଚିଛି। ଏଥର ନିର୍ବାଚନ ଜିତିଲେ ଏହା ୮୦% ହୋଇଯିବ। ତେଣୁ କର୍ଣ୍ଣାଟକା ଚାହେଁ ଆପ୍‌ର ନୂଆ ଇଞ୍ଜିନ ସରକାର। ”

କର୍ଣ୍ଣଟକାରେ ପରିବର୍ତ୍ତନ ଆଣିବା ପାଇଁ ସେ ରାଜ୍ୟବାସୀଙ୍କୁ ଆପକୁ ଗୋଟିଏ ଥର ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି। କେଜ୍ରିୱାଲ କହିଛନ୍ତି, “ଆମେ ସଂପୂର୍ଣ୍ଣ ସ୍ୱଚ୍ଛ। ଆମେ ଗୋଟିଏ ଦୁର୍ନୀତି ମୁକ୍ତ ସରକାର ଦେବୁ। ଆମେ ମାଗଣା ବିଜୁଳି ଓ ଭଲ ସରକାରୀ ସ୍କୁଲର ବ୍ୟବସ୍ଥା କରିବୁ।”

Bjp Karnataka Arvind Kejriwal AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe