Advertisment

ଅନ୍ୟ ରାଜ୍ୟକୁ ସତର୍କ କଲେ କେଜ୍ରିୱାଲ; କହିଲେ- ଆଜି ଦିଲ୍ଲୀରେ ଯାହା ହେଲା, କାଲି ଅନ୍ୟ ରାଜ୍ୟରେ ହୋଇପାରେ

ସେ କହିଛନ୍ତି, ଅପନେତା ମନିଷ ସିସୋଦିଆ ଓ ସତ୍ୟନ୍ଦ୍ର ଜେନ୍‌ଙ୍କୁ ଗିରଫ କରି ଆପ୍‌ର କାମକୁ ବିଜେପି ବନ୍ଦ କରିବାକୁ ଚେଷ୍ଟା କରୁଛି। ମାତ୍ର ଆମ ପାଖରେ ୧୦୦ ସିସୋଦିଆ ଓ ୧୦୦ ଜେନ୍‌ ଅଛନ୍ତି।

Arvind Kejriwal

Arvind Kejriwal

Advertisment

ନୂଆଦିଲ୍ଲୀ: ଆଜି ଦିଲ୍ଲୀର ଲୋକଙ୍କ ସହ ଯାହା ହେଲା, ତାହା ଆଗକୁ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣି ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ରର ଲୋକଙ୍କ ସହ କରିପାରନ୍ତି। ତେଣୁ ସମସ୍ତେ ଏକାଠି ହୋଇ ଏହାର ବିରୋଧ କରନ୍ତୁ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି ଥରେ ଦିଲ୍ଲୀର ରାମଲିଲା ମଇଦାନରେ ନିଜ ସମର୍ଥକଙ୍କ ଗହଣରେ ଠିଆ ହୋଇ ଏହା କହିଛନ୍ତି। ଜାତୀୟ ରାଜଧାନୀରେ ପ୍ରଶାସନିକ ସେବା ଉପରେ ନିୟନ୍ତ୍ରଣ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଆଜି ଦିଲ୍ଲୀର ରାମଲୀଳା ମୈଦାନରେ ଆମ ଆଦମୀ ପାର୍ଟି ମହାରାଲି ଆୟୋଜନ କରିଥିଲା। ଏଠାରେ କେଜ୍ରିୱାଲ କହିଛନ୍ତି ଯେ, ୧୨ ବର୍ଷ ପୂର୍ବେ ଆମେ ଦୁର୍ନୀତି ବିରୋଧରେ ଏହି ମଇଦାନରେ ଏକାଠି ହୋଇଥିଲୁ। ଆଜି ୧୨ ବର୍ଷ ପରେ ପୁଣି ଥରେ ଏହି ମଇଦାନରେ ଏକ ଏକଛତ୍ରବାଦୀ ଶାସକଙ୍କୁ ହଟାଇବା ପାଇଁ ଏକାଠି ହୋଇଛୁ। ଏବେ ସମାବେଶରେ ଲକ୍ଷେ ଲୋକ ଯୋଗଦେଇଛନ୍ତି। ଆହୁରି ୨୫ ହଜାର ଲୋକ ସମାବେଶ ସ୍ଥଳକୁ ଆସୁଛନ୍ତି। ସମସ୍ତେ ଫୋନ୍‌ରେ ଲାଇଭ୍‌ କରି ସେମାନଙ୍କ ମତ ଜଣାନ୍ତୁ। ଲୋକ ଦେଶର ସୁପ୍ରିମ୍‌ ବୋଲି ସୁପ୍ରିମ୍‌ କୋର୍ଟ କହିଲେ। ଦିଲ୍ଲୀ ଲୋକଙ୍କ ସପକ୍ଷରେ ରାୟ ଦେଇଥିଲେ। ହେଲେ ଏହାକୁ କେନ୍ଦ୍ର ବିଜେପି ସରକାର ଅଧ୍ୟଦେଶ ଆଣି ଅକାମୀ କରି ଦେଇଛି। ଲୋକଙ୍କ ବିରୋଧରେ ଏପରି କାର୍ଯ୍ୟ ଅସହନୀୟ।

Advertisment

ବିଜେପି ନେତାମାନେ ମୋତେ ପ୍ରତିଦିନ ଅପମାନିତ କରୁଛନ୍ତି। ମୁଁ ଦିଲ୍ଲୀର ଲୋକଙ୍କ ପାଇଁ ଲଢ଼ୁଛି । ଏହି ନିୟମକୁ ୧୪୦ କୋଟି ଲୋକ ବିରୋଧ କରିବେ। ଅପନେତା ମନିଷ ସିସୋଦିଆ ଓ ସତ୍ୟନ୍ଦ୍ର ଜେନ୍‌ଙ୍କୁ ଗିରଫ କରି ଆପ୍‌ର କାମକୁ ବିଜେପି ବନ୍ଦ କରିବାକୁ ଚେଷ୍ଟା କରୁଛି। ମାତ୍ର ଆମ ପାଖରେ ୧୦୦ ସିସୋଦିଆ ଓ ୧୦୦ ଜେନ୍‌ ଅଛନ୍ତି।

ଦିଲ୍ଲୀ ପଛରେ ମୋଦୀ ଜୀ କାହିଁକି ପଡିଛନ୍ତି ମୁଁ ଜାଣେ ନାହିଁ। ୨୦୧୪ରେ ଦିଲ୍ଲୀର ଲୋକମାନେ ବିଜେପିକୁ ୭ଟି ଲୋକସଭା ଆସନ ଦେଇଥିଲେ। ଦିଲ୍ଲୀର ଲୋକମାନେ ବିଧାନସଭାରେ ବିଜେପିକୁ ମାତ୍ର ୩ଟି ଆସନରେ ବିଜୟୀ କରାଇଥିଲେ। ଏହାର ଅର୍ଥ ସ୍ପଷ୍ଟ, ଦିଲ୍ଲୀର ଲୋକମାନେ କହିଛନ୍ତି ଯେ ମୋଦୀ ଜୀ, ଦିଲ୍ଲୀ ଆଡକୁ ଚାହନ୍ତୁ ନାହିଁ। ଗୁଜରାଟର ମୁଖ୍ୟମନ୍ତ୍ରୀ ତଥା ଦେଶର ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଜୀ ୨୧ ବର୍ଷ ଶାସନ କରୁଛନ୍ତି ଏବଂ ମୁଁ ୮ ବର୍ଷ ହେଲା ଶାସନ କରୁଛି। ତେଣୁ ଚ୍ୟାଲେଞ୍ଜ କରୁଛି ଯେ, ମୋଦୀ ଜୀଙ୍କର ୨୧ ବର୍ଷ ଏବଂ ମୋର ୮ ବର୍ଷକୁ ତୁଳନା କରାଯାଉ, କିଏ ଅଧିକ କାମ କରିଛି ଦେଖାଯାଉ।

Advertisment

ଏହି ରାଲିରେ ଅରବିନ୍ଦ କେଜ୍ରିୱାଲଙ୍କ ସହ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ କପିଲ ସିବଲ ମଧ୍ୟ ଯୋଗ ଦେଇଥିଲେ। ଏହି ରାଲିରେ ଯୋଗ ଦେଇଥିବାରୁ କେଜ୍ରିୱାଲ କପିଲ ସିବଲଙ୍କୁ ଧନ୍ୟବାଦ ଜଣାଇଥିଲେ।

ସେହିପରି ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏଠାରେ କହିଥିଲେ, ୨୦୨୪ରେ ଯଦି ବିଜେପି ପୁଣି ଦେଶରେ ଜିତେ ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଁ ବଦଳାଇ ନରେନ୍ଦ୍ର ପୁଟିନ୍ କରିଦେବେ। ସେହିପରି ବିଜେପି ନେତାମାନେ ମୋଦିଙ୍କୁ ମାଲିକ ବୋଲି ଭାବୁଥିବା ମଧ୍ୟ ସଭାରେ ସେ ସମାଲୋଚନା କରି କହିଥିଲେ।

Political News AAP Arabinda Kejriwal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe