Advertisment

ମହିଳାଙ୍କୁ ଦେଖି ପଳାଉଛି ବସ୍‌, ଭିଡିଓ ଜାରି କରି କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ

ବାରମ୍ବାର ଏପରି ଅଭିଯୋଗ ଆସୁଥିବା ବେଳେ ଆଜି ନିଜେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୋଟିଏ ଭିଡିଓ ଜାରି କରି ଡିଟିସିର ବସ୍‌ର ସମସ୍ତ ଡ୍ରାଇଭରମାନଙ୍କୁ ଚେତାବନୀ ଦେଇଛନ୍ତି।

author-image
Hemant Lenka
AAP

AAP

ଦେଶର ରାଜଧାନୀ ଦିଲ୍ଲୀରେ ଏବେ ଗୋଟିଏ ଅଜବ ଘଟଣା ବାରମ୍ବାର ଘଟିବାରେ ଲାଗିଛି। ମହିଳାଙ୍କ ବସ୍‌ ଯାତ୍ରା ମାଗଣା ହୋଇଥିବାରୁ ସେମାନଙ୍କୁ ଦେଖିବା କ୍ଷଣି ଦିଲ୍ଲୀ ଟ୍ରାନ୍ସପୋର୍ଟ କର୍ପୋରେସନ(ଡିଟିସି) ଗାଡ଼ିଗୁଡ଼ିକ ନ ଅଟକି ଚାଲି ଯାଉଛନ୍ତି।

Advertisment

ବାରମ୍ବାର ଏପରି ଅଭିଯୋଗ ଆସୁଥିବା ବେଳେ ଆଜି ନିଜେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୋଟିଏ ଭିଡିଓ ଜାରି କରି ଡିଟିସିର ବସ୍‌ର ସମସ୍ତ ଡ୍ରାଇଭରମାନଙ୍କୁ ଚେତାବନୀ ଦେଇଛନ୍ତି। ଯଦି ଆଗକୁ ମହିଳାଙ୍କୁ ଦେଖି ବସ୍‌ ଡ୍ରାଇଭର ଗାଡ଼ି ନ ଅଟକାଇବେ, ତା’ହେଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଡିଟିସିର ଗୋଟିଏ ବସ୍‌ କେମିତି ୩ ଜଣ ମହିଳାଙ୍କୁ ଦେଖି ନ ଅଟକି ଚାଲି ଯାଉଛି, ତା’ର ଭିଡିଓ ପୋଷ୍ଟ କରି କେଜ୍ରିୱାଲ ଲେଖିଛନ୍ତି, ଉକ୍ତ ଡ୍ରାଇଭର ଦଣ୍ଡିତ ହୋଇଛନ୍ତି। ଆପ୍‌ ସରକାର ଦେଶର ରାଜଧାନୀ ଦିଲ୍ଲୀରେ ୨୦୧୯ରୁ ମହିଳାଙ୍କ ବସ୍‌ ଯାତ୍ରାକୁ ମାଗଣା କରିଛନ୍ତି।

Advertisment

ସେବେଠାରୁ ସରକାର ପ୍ରତିବର୍ଷ କେତେ ମହିଳା ଏହି ଯୋଜନାରୁ ଫାଇଦା ଉଠାଉଛନ୍ତି, ତା’ର ତଥ୍ୟ ବଜେଟ ଉପସ୍ଥାପନ ବେଳେ ଦେଉଛନ୍ତି। ତଥାପି ଅନେକ ସ୍ଥାନରେ ଏବେ ଡିଟିସି ବସ୍‌ ମହିଳାଙ୍କୁ ଦେଖି ଚାଲି ଯାଉଥିବା ଅଭିଯୋଗ ହେଉଛି।

କେଜ୍ରିୱାଲ ଟ୍ୱିଟ କରି କହିଛନ୍ତି, “ଏମିତି ଅଭିଯୋଗ ଆସୁଛି ଯେ କିଛି ଡ୍ରାଇଭର ମହିଳାମାନଙ୍କୁ ଦେଖି ଗାଡ଼ି ଅଟକାଉ ନାହାନ୍ତି। ସେମାନଙ୍କ ଯାତ୍ରା ମାଗଣା ଥିବାରୁ ଡ୍ରାଇଭରମାନେ ଏମିତି କରୁଛନ୍ତି। କିନ୍ତୁ ଏପରି ଆଚରଣକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଏପରି ଡ୍ରାଇଭରମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଛି।”

ଡିଟିସି ନ୍ୟାଶନାଲ କ୍ୟାପିଟାଲ ରିଜନ (ଏନସିଆର)ରେ ସେବା ଯୋଗାଉ ଥିବା ସବୁ ଠାରୁ ବଡ଼ ପରିବହନ ମାଧ୍ୟମ। ଏହା ଅଧୀନରେ ୩୯୨୦ଟି ବସ୍‌ ଚାଲୁଛି। ଏହା ମଧ୍ୟରୁ ୩୬୨୦ଟି ସିଏନଜି ବସ୍‌ ହୋଇଥିବା ବେଳେ ୩୦୦ଟି ହେଉଛି ଇଲେକ୍ଟ୍ରିକ ବସ୍‌।

Arvind Kejriwal AAP