Advertisment

ସୋରେନ୍‌ କହିଲେ- କେଜ୍ରିଓ୍ୱାଲଙ୍କ ଭଳି ମୋତେ ବି ଜାମିନ ମିଳୁ, ମନା କରିଦେଲେ କୋର୍ଟ

ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରି ନିର୍ବାଚନ ପାଇଁ ହେମନ୍ତ ସୋରେନଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେବାକୁ ବର୍ତ୍ତମାନ ମନା କରି ଦେଇଛନ୍ତି।

Hemant Soren

Hemant Soren

Advertisment

ସୁପ୍ରିମକୋର୍ଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଉଦାହରଣ ଦେଲେ। କହିଲେ କେଜ୍ରିଓ୍ୱାଲଙ୍କ ଭଳି ମୋତେ ବି ଜାମିନ ମିଳୁ। କିନ୍ତୁ ଶୁଣିଲେନି ସୁପ୍ରିମ କୋର୍ଟ। ଜାମିନ ଦେବାକ ସିଧା ସିଧା ମନା କରିଦେଲେ। ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

Advertisment

ହେମନ୍ତ ସୋରେନଙ୍କ ଜାମିନ ଆବେଦନର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ହେମନ୍ତ ସୋରେନଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ କପିଲ ସିବଲ ଅନେକ ଯୁକ୍ତି ଦର୍ଶାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଦିଆଯାଇଥିବା ଜାମିନର ଉଦାହରଣ ଦେଇଥିଲେ। ହେମନ୍ତ ସୋରେନ୍‌ଙ୍କୁ ମଧ୍ୟ କେଜ୍ରିଓ୍ୱାଲଙ୍କ ଭଳି ଅନ୍ତରୀଣ ଜାମିନ ଦିଆଯାଉ ବୋଲି ଦାବି କରିଥିଲେ। ତେବେ କୋର୍ଟ ଏହାକୁ ପ୍ରତ୍ୟାଖାନ କରିଦେଇଛନ୍ତି।

ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରି ନିର୍ବାଚନ ପାଇଁ ହେମନ୍ତ ସୋରେନଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେବାକୁ ବର୍ତ୍ତମାନ ମନା କରି ଦେଇଛନ୍ତି। ଟଙ୍କା ହେରଫେର ମାମଲାରେ ଗିରଫଦାରୀକୁ ବିରୋଧ କରି ସୋରେନଙ୍କ ତରଫୁର କରାଯାଇଥିବା ଆବେଦନ ଉପରେ କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନୋଟିସ ଜାରି କରିଛନ୍ତି। ମେ' ୧୭ ଭିତରେ ଇଡିକୁ ଏହାର ଜବାବ ଦେବାକୁ କହିଛନ୍ତି। ଆସନ୍ତା ୧୭ରେ ସୁପ୍ରିମକୋର୍ଟ ଏହି ମାମଲାର ପରବର୍ତ୍ତୀ ମାମଲାର ଶୁଣାଣି କରିବେ।

Advertisment

କେଜ୍‌ରିୱାଲଙ୍କୁ ଜାମିନ ପ୍ରଦାନ ଆଧାରରେ ସୋରେନ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଛନ୍ତି। ହେମନ୍ତଙ୍କ ପକ୍ଷରୁ ହାଜର ହୋଇଥିବା କପିଲ ସିବଲ କହିଛନ୍ତି, ଏହି ଆବେଦନ ଶୀଘ୍ର ଶୁଣାଣି ହେବା ଉଚିତ, ନଚେତ୍‌ ସେତେବେଳକୁ ନିର୍ବାଚନ ସମାପ୍ତ ହୋଇଯାଇଥିବ ବୋଲି ସେ କହିଛନ୍ତି।

କହିରଖୁ ଯେ, ରାଞ୍ଚିର ବଡଗାଇ ଅଞ୍ଚଳରେ ୮.୬୬ ଏକର ଜମି ବେଆଇନ ଦଖଲ ଏବଂ ଟଙ୍କା ହେରଫେର ମାମଲାରେ ଗତ ଜାନୁଆରୀ ୩୧ ତାରିଖରେ ହେମନ୍ତ ସୋରେନ୍‌ଙ୍କୁ ଇଡି ଗିରଫ କରି ତାଙ୍କୁ ଜେଲ୍‌ ପଠାଇଥିଲା।

Supreme Court Hemant Soren
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe