Advertisment

ନାବାଳିକା ପୀଡ଼ିତାକୁ ବିବାହ କରିଥିବା ଦୁଷ୍କର୍ମ ଅଭିଯୁକ୍ତ ଗିରଫ

ପକସୋ ଅଧିନିୟମ ଏବଂ ଶିଶୁ ବିବାହ ନିଷେଧ ଅଧିନିୟମ ଅନୁଯାୟୀ ସେମାନଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି।

undefined

Rape victim

Advertisment

ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କ ସହ ନାବାଳିକା ପୀଡ଼ିତାଙ୍କୁ ବିବାହ କରିବା ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଏହି ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ନିଜେ ଦୁଷ୍କର୍ମ ଅଭିଯୁକ୍ତ ଅଛନ୍ତି। ସେ ହେଉଛନ୍ତି ୨୩ ବର୍ଷୀୟ ଅମିର। ଘଟଣାଟି କେରଳର ଥିରୁଅନନ୍ତପୁରମରେ ଘଟିଛି। ୨୦୨୧ ଜାନୁଆରୀ ୧୮ରେ ଏକ ଘରୋଇ ଉତ୍ସବ ଅବସରରେ ଅମିର ସମ୍ପୃକ୍ତ ବାଳିକାକୁ ବାରମ୍ବାର ଦୁଷ୍କର୍ମ କରିଥିଲେ। ପୀଡ଼ିତା ନାବାଳିକାଙ୍କ ବୟସ ୧୬ ହେବ। ଅନ୍ୟ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବିବାହ ଉତ୍ସବ ଆୟୋଜନ କରିଥିବା ଉସ୍ତାଦ୍ ଅନୱାର ସାଦଥ ଏବଂ ପୀଡ଼ିତାଙ୍କ ବାପା ଅଛନ୍ତି। ସୂଚନା ଅନୁଯାୟୀ ପିଡ଼ିତା ନାବଳିକା ଜଣକ ଦୀର୍ଘ ଦିନ ଧରି ସ୍କୁଲରେ ଅନୁପସ୍ଥିତ ଥିଲେ। ଏହାକୁ ନେଇ ସ୍କୁଲ ଶିକ୍ଷକ ତନାଘନା ଆରମ୍ଭ କରିଥିଲେ। ପୀଡ଼ିତା ଜଣକ କାହିଁକି ସ୍କୂଲ ଆସୁ ନାହିଁ ବୋଲି ଯାଞ୍ଚ ଆରମ୍ଭ କରିଥିଲେ। ଅନୁସନ୍ଧାନରୁ ଜଣାପଡ଼ିଥିଲା ଯେ, ପୀଡ଼ିତାଙ୍କର ବାହାଘର ସରିଛି। ପୀଡ଼ିତା ଜଣକ ନାବାଳିକା ଥିବାରୁ ସ୍କୁଲ ପକ୍ଷରୁ ଥାନାରେ ଅବଗତ କରାଯାଇଥିଲା। ପୁଲିସ ତଦନ୍ତ କରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

Advertisment

ପକସୋ ଅଧିନିୟମ ଏବଂ ଶିଶୁ ବିବାହ ନିଷେଧ ଅଧିନିୟମ ଅନୁଯାୟୀ ସେମାନଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ଅଭିଯୁକ୍ତଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ପୁଲିସର ସୂଚନାନୁସାରେ, ଆମୀର ୨୦୨୧ରେ ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରି ଚାରିମାସ ଜେଲରେ ରଖିଥିଲେ। ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ଜେଲରୁ ବାହାରିବା ପରେ ମଧ୍ୟ ଆମୀର ପୁଣି ଥରେ ସେ ଝିଅକୁ ଦେଖା କରିବାକୁ ଯାଇ ଦୁଷ୍କର୍ମ କରିଥିବା ପୁଲିସ କହିଛି।

ପରେ ଝିଅର ପିତାମାତା ତାଙ୍କୁ ମିରଙ୍କ ସହ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ସେହିପରି ଅଭିଯୁକ୍ତ ‌ଅମରିଙ୍କ ନାମରେ ଏକାଧିକ ଅପରାଧିକ ମାମଲା ରହିଛି। ସେ ସ୍ଥାନୀୟ ମାଫିଆଙ୍କ ସହ ଜଡିତ ଥିବା ପୁଲିସ କହିଛି।

Advertisment
Minor Raped
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe