Advertisment

ବଦଳିବ କେରଳର ନାଁ

'କେରଳ' ବଦଳରେ ରଖାଯିବ 'କେରଳମ'। ବିଧାନସଭାରେ ସର୍ବସମ୍ମତିରେ ପାରିତ ହୋଇଛି ପ୍ରସ୍ତାବ।

ଅଦ୍ୟତନ ହୋଇଛି
Kerala

Kerala

Advertisment

ବଦଳିବ କେରଳର ନାଁ। ଏନେଇ କେରଳ ବିଧାନସଭାରେ ସର୍ବସମ୍ମତିରେ ଏକ ପ୍ରସ୍ତାବ ପାରିତ ହୋଇଛି। ରାଜ୍ୟର ନାଁକୁ 'କେରଳ' ବଦଳରେ ରଖାଯିବ 'କେରଳମ'। ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଗତକାଲି ବିଧାନସଭାରେ ପ୍ରସ୍ତାବକୁ ଉପସ୍ଥାପନ କରିଥିଲେ। ସେ କେନ୍ଦ୍ର ନିକଟରେ ଦେଶର ସାମ୍ବିଧାନର ଅଷ୍ଠମ ଅନୁସୂଚୀରେ ସାମିଲ ସମସ୍ତ ଭାଷାରେ ଦକ୍ଷିଣ ରାଜ୍ୟର ନାମ କେରଳରୁ କେରଳମ କରିବା ପାଇଁ ଦାବି କରିଛନ୍ତି।

Advertisment

ପ୍ରସ୍ତାବ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମଲୟାଲମରେ ରାଜ୍ୟକୁ କେରଳମ କୁହାଯାଏ। ସମ୍ବିଧାନର ପ୍ରଥମ ଅନୁସୂଚୀରେ ଆମ ରାଜ୍ୟର ନାମ କେରଳ ଲେଖାଯାଇଛି। ତେଣୁ ସମ୍ବିଧାନର ଅନୁଛେଦ-୩ ଅନୁସାରେ ପ୍ରଥମ କାର୍ଯ୍ୟସୂଚୀରେ ଏହାର ନାଁ ପରିବର୍ତ୍ତନ କରି କେରଳମ କରାଯାଉ ବୋଲ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଅନୁରୋଧ କରିଛନ୍ତି।

ଦ୍ୱିତୀୟ ଥର ପାଇଁ ବିଧାନସଭାରେ ରାଜ୍ୟର ନାଁ ପରିବର୍ତ୍ତନ ପାଇଁ ପ୍ରସ୍ତାବ ପାରିତ ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରଥମ ପ୍ରସ୍ତାବର ସମୀକ୍ଷା କରିଥିଲା ଏବଂ କିଛି ବୈଷୟିକ ପରିବର୍ତନ ପାଇଁ ପରାମର୍ଶ ଦେଇଥିଲା।

Advertisment

ସୂଚନା ମୁତାବକ, ଗତବର୍ଷ ଅଗଷ୍ଟରେ ମଧ୍ୟ ଗୃହରେ ସର୍ବସମ୍ମତିକ୍ରମେ ଏହିପରି ଏକ ପ୍ରସ୍ତାବ ପାରିତ କରି କେନ୍ଦ୍ରକୁ ପଠାଯାଇଥିଲା। କିନ୍ତୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏଥିରେ କିଛି ବୈଷୟିତ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇ ଏହାକୁ ଫେରାଇ ଦେଇଥିଲେ।

Kerala Pinarayi Vijayan Kerala Assembly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe