/odisha-reporter/media/media_files/2025/11/01/kerala-2025-11-01-13-40-45.jpg)
representational image
ଆଉ ଗୋଟିଏ ମାଇଲଖୁଣ୍ଟ ହାସଲ କରିଛି କେରଳ। ଭାରତର ପ୍ରଥମ ରାଜ୍ୟ ଭାବେ କେରଳ(Kerala) ବେଶ ସଫଳତା ପୂର୍ବରୁ ଅତ୍ୟନ୍ତ ଗରିବୀକୁ ଲୋପ କରିବାରେ ସଫଳ ହୋଇଛି। ଅର୍ଥାତ ଏବେ କେରଳରେ କୌଣସି ଲୋକ ଅତ୍ୟନ୍ତ ଗରିବୀ ରେଖା ତଳେ ନାହାନ୍ତି। ଶନିବାର ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ନିଜେ ଏକଥା କେରଳ ବିଧାନସଭାରେ ଘୋଷଣା କରିଛନ୍ତି।
କେରଳ ପିରାଭୀ ବା କେରଳ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆଜି ମୁଖ୍ୟମନ୍ତ୍ରୀ ବିଜୟନ ବିଧାନସଭାର ସ୍ୱତନ୍ତ୍ର ଅଧିବେଶ ଡାକିଥିଲେ। ଏହି ଅଧିବେଶନରେ କେରଳ ଦେଶର ପ୍ରଥମ ରାଜ୍ୟ ଭାବେ ଅତ୍ୟନ୍ତ ଗରିବୀକୁ ସଂପୂର୍ଣ୍ଣ ଭାବେ ଲୋପ କରିପାରିଛି ବୋଲି ସେ କହିଛନ୍ତି।
ବିଧାନସଭାରେ ମୁଖ୍ୟମନ୍ତ୍ରୀ ବିଜୟନ କହିଛନ୍ତି, “ଆଜି ହେଉଛି କେରଳର ପିରାଭୀ ବା ପ୍ରତିଷ୍ଠା ଦିବସ। ଏହି ପ୍ରତିଷ୍ଠା ଦିବସ ଇତିହାସ ପୃଷ୍ଠାରେ ସ୍ଥାନ ପାଇଛି। କାରଣ ଭାରତର ପ୍ରଥମ ରାଜ୍ୟ ଭାବେ କେରଳକୁ ଆମେ ବେଶ ସଫଳତାର ସହ ଅତ୍ୟନ୍ତ ଗରିବୀରୁ ମୁକୁଳାଇ ପାରିଛୁ।
ଏହି ବିଧାନସଭା ଅନେକ ଐତିହାସିକ ଆଇନ ଓ ନୀତିର ମୁକସାଖୀ ବନିଥିଲେ। ଏବେ ବିଧାନସଭାର ବୈଠକ ଏମିତି ଏକ ସମୟରେ ବସିଛି ଯାହା ନୂଆ କେରଳ ବା ନବ କେରଳ ନିର୍ମାଣ ଦିଗରେ ଗୋଟିଏ ମାଇଲଖୁଣ୍ଟ ହାସଲ କରିଛି।”
ମୁଖ୍ୟମନ୍ତ୍ରୀ ବିଜୟନଙ୍କ କହିବା କଥା ଯେ ଅତ୍ୟନ୍ତ ଗରିବୀକୁ ଲୋପ କରିବା ପାଇଁ ୨୦୨୧ରେ ଗଠନ ହୋଇଥିବା ନୂଆ କ୍ୟାବିନେଟର ପ୍ରଥମ ଦିନରେ ପ୍ରମୁଖ ନିଷ୍ପତ୍ତି ସବୁ ନିଆଯାଇଥିଲା। ବିଧାନସଭା ନିର୍ବାଚନ ବେଳେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ଦିଗରରେ ଏହା ଗୋଟିଏ ଆରମ୍ଭ ମଧ୍ୟ ରହିଥିଲା ବୋଲି ସେ କହିଛନ୍ତି।
ତେବେ ବିରୋଧୀ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ପକ୍ଷରୁ ବିଜୟନ ବିବୃତିକୁ ସଂପୂର୍ଣ୍ଣ ମିଛ ବୋଲି କହିଛି। ଏଥିସହ ବିରୋଧୀ ଦଳର ନେତାମାନେ କେରଳର କ୍ଷମତାସୀନ ବାମପନ୍ଥୀ(ଏଲଡିଏଫ) ସରକାର ଡାକିଥିବା ଆଜିର ସ୍ୱତନ୍ତ୍ର ବୈଠକକୁ ବୟକଟ ମଧ୍ୟ କରିଥିଲେ।
କେମିତି ଅତ୍ୟନ୍ତ ଗରିବୀର ମୁକାବିଲା କରିଥିଲା କେରଳ?
କେରଳ ହେଉଛି ଭାରତୀ ପ୍ରଥମ ରାଜ୍ୟ, ଯେଉଁଠାରେ ସ୍ୱାକ୍ଷର ହାର ୧୦୦% ରହିଛି। କେରଳ ଦେଶର ପ୍ରଥମ ଡିଜିଟାଲ ସ୍ୱାକ୍ଷର ହାସଲ କରିଥିବା ରାଜ୍ୟ ଓ ପୂର୍ଣ୍ଣ ବିଦ୍ୟୁତିକରରଣ ରାଜ୍ୟ। ରାଜ୍ୟର ଲୋକଙ୍କୁ ଅତ୍ୟନ୍ତ ଗରିବୀ ରେଖା ତଳକୁ ବାହାର କରିବା ପାଇଁ କେରଳ ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିଲେ।
ରାଜ୍ୟର ଏଲଡିଏଫ ସରକାର ୧୦୦୦ କୋଟି ଟଙ୍କା ନିବେଶ କରି ଦୈନିକ ୨୦,୬୪୮ ପରିବାରକୁ ଖାଦ୍ୟ, ୨୨୧୦ ପରିବାରକୁ ଗରମ ଖାଦ୍ୟ, ୮୫,୭୨୧ ଜଣ ଲୋକଙ୍କୁ ଆବଶ୍ୟକ ଚିକିତ୍ସା ଓ ମେଡିସିନ ଏବଂ ହଜାର ହଜାର ଲୋକଙ୍କୁ ମାଗଣାରେ ଘର ଯୋଗାଇ ଦେଇଛନ୍ତି।
ସରକାରଙ୍କ କହିବା କଥା ଯେ ଅତ୍ୟନ୍ତ ଗରିବ ଲୋକଙ୍କ ପାଇଁ ୫,୪୦୦ ନୂଆ ଘର ତିଆରି କରାଯାଇଛି କିମ୍ବା ଅଧା ଥିବା ଘରକୁ ପୂରା କରାଯାଇଛି। ଏହାବାଦ ୫୫୨୨ ଘରର ମରାମତି ଓ ଭୂମିହୀନ ୨୭୧୩ ଜଣଙ୍କୁ ଘର ତିଆରି ପାଇଁ ଜାଗା ଯୋଗାଇ ଦିଆଯାଇଛି।
ରାଜ୍ୟର ୨୧,୨୬୩ ଜଣ ଲୋକଙ୍କୁ ରାସନ କାର୍ଡ, ଆଧାର ଓ ପେନସନ କାର୍ଡ ପ୍ରଥମଥର ଦିଆଯାଇଛି। ୪୩୯୪ ଜଣ ପରିବାରକୁ ଜୀବନ ଧାରଣ ପାଇଁ ବିଭିନ୍ନ ଯୋଜନାରେ ସହାୟତା କରାଯାଇଛି।
ସରକାର ପ୍ରଥମେ ୬୪,୦୦୬ ବଞ୍ଚିତ ପରିବାରକୁ ଚିହ୍ନଟ କରିବା ସହ ସେମାନଙ୍କୁ ବିଭିନ୍ନ ଛୋଟ ଛୋଟ ଯୋଜନା ବଳରେ ସହଯୋଗ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ବିଜୟନ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
