Advertisment

କେରଳ ବିସ୍ଫୋରଣ: ଟିଫିନ୍‌ରେ ଥିଲା ବୋମା, ମୁମ୍ବାଇ-ଦିଲ୍ଲୀରେ ହାଇ ଆଲର୍ଟ

ବିସ୍ଫୋରଣ ପାଇଁ ଆଇଇଡି ଓ ଇନ୍‌ସେଣ୍ଡିୟରୀ ଡିଭାଇସ୍‌ର ବ୍ୟବହାର କରାଯାଇଥିଲା।

ଅଦ୍ୟତନ ହୋଇଛି
blast in kerala

blast in kerala

Advertisment

କେରଳ ଏର୍ଣ୍ଣାକୁଲମା କନ୍‌ଭେନ୍‌ସନ୍‌ ହଲ୍‌ରେ ପ୍ରାର୍ଥନା ବେଳେ ହୋଇଥିବା ବିସ୍ଫୋରଣ ମାମଲାର ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ବିସ୍ଫୋରଣ ପାଇଁ ଆଇଇଡି ଓ ଇନ୍‌ସେଣ୍ଡିୟରୀ ଡିଭାଇସ୍‌ର ବ୍ୟବହାର କରାଯାଇଥିଲା। ଏହି ବିସ୍ଫୋରକ ସାମଗ୍ରୀକୁ ଟିଫିନ ଭିତରେ ଲୁଚାଇ ରଖାଯାଇଥିଲା ବୋଲି ପ୍ରାଥମିକ ଯାଞ୍ଚରୁ ଜଣାପଡିଛି।

Advertisment

ଆଜି ସକାଳୁ ଏର୍ଣ୍ଣାକୁଲମ ସ୍ଥିତ କନ୍‌ଭେନସନ୍‌ ହଲରେ ଖ୍ରୀଷ୍ଟ ଧର୍ମାବଳମ୍ବିଙ୍କ ପ୍ରାର୍ଥନା ଚାଲିଥିଲା। ଏତିକିବେଳେ ଭୟଙ୍କର ବିସ୍ଫୋରଣରେ ଦୋହଲି ଉଠିଥିଲା ପୂରା କନ୍‌ଭେନ୍‌ସନ ହଲ୍‌। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଆହତଙ୍କ ମଧ୍ୟରେ ଛୋଟ ଛୁଆ ମଧ୍ୟ ଅଛନ୍ତି।

ପୁଲିସ ସୂଚନା ମୁତାବକ, ଏଠାରେ ଲଗାତର ତିନି ଥର ବିସ୍ଫୋରଣ ହୋଇଛି। ୯.୩୦ରେ ପ୍ରଥମ ବିସ୍ଫୋରଣ ହୋଇଥିଲା। ଏହାପରେ ଆଉ ଦୁଇଟି ବିସ୍ଫୋରଣ ହୋଇଥିଲା। ଫଲରେ ଲୋକେ ଭୟଭୀତ ହୋଇପଡିଥିଲେ, ଏଣେ ତେଣେ ଦୌଡିବାକୁ ଲାଗିଥିଲେ। ବିସ୍ଫୋରଣ ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏନଆଇଏ, ଓ କେରଳ ପୁଲିସ। କେହି ଯେପରି ଜାଣିନପାରିବେ ଏଥିପାଇଁ ବୋମାଗୁଡିକୁ ଟିଫିନ୍ ଭିତରେ ରଖାଯାଇଥିଲା। ଏହି ସିରିଜ ବିସ୍ଫୋରଣର ତଦନ୍ତ ଏନ୍‌ଆଇ ଓ ଏନ୍‌ଏସ୍‌ଜି କରୁଛନ୍ତି।

Advertisment

ଏହି କନ୍‌ଭେସନ୍‌ ସେଣ୍ଟରରେ ଆୟୋଜିତ ତିନି ଦିନିଆ କାର୍ଯ୍ୟକ୍ରମର ଆଜି ଶେଷ ଦିନ ଥିଲା। ଏଥିପାଇଁ ପାଖାପାଖି ୨ ହଜାରରୁ ଅଧିକ ଲୋକେ ଏକାଠି ହୋଇଥିଲେ। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଲୋକେ ଏକାଠି ହୋଇ ପ୍ରାର୍ଥନା କରିଥିଲେ। ଏତିକି ବେଳେ ବିସ୍ଫୋରଣ ହୋଇଥିଲା।

ବିସ୍ଫୋରଣ ପରେ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଗର୍ଗ ବିସ୍ଫୋରଣରେ ଆହାତ ହୋଇଥିବା ଲୋକଙ୍କୁ ସବୁ ପ୍ରକାର ସ୍ୱାସ୍ଥ୍ୟ ସହାୟତା ଯୋଗାଇ ଦେବାକୁ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଡାକ୍ତରମାନଙ୍କୁ ଡ୍ୟୁଟିରେ ଆସିବାକୁ କହିଛନ୍ତି।

ଅନ୍ୟପଟେ ଏହି ବିସ୍ଫୋରଣ ଖବର ପାଇବା ପରେ ଗୃହମନ୍ତ୍ରୀ ଅମିତ ଶାହ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସହ କଥା ହୋଇଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ।

କେରଳରେ ବିସ୍ଫୋରଣ ପରେ ଦେଶର ରାଜଧାନୀ ଦିଲ୍ଲୀ ଓ ମୁମ୍ବାଇ, ମହାରାଷ୍ଟ୍ର ଓ ତାମିଲନାଡୁରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି। ପୁଲିସ ପକ୍ଷରୁ ଚାରିଆଡେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି। ପ୍ରତିଟି ଜିନିଷର ତନ ତନ କରି ଯାଞ୍ଚ ଚାଲିଛି। 

Kerala NIA Investigation Kerala Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe