Advertisment

ଡଙ୍ଗା ଓଲଟି ୨୨ ଜଣଙ୍କ ମୃତ୍ୟୁ ଘଟଣା; ବନ୍ଧା ହେଲେ ଡଙ୍ଗା ମାଲିକ

ଘଟଣା ପରେ ଫେରାର ହୋଇଯାଇଥିବା ଡଙ୍ଗା ମାଲିକଙ୍କୁ ଆଜି ବାନ୍ଧିଛି ପୁଲିସ୍‌।

ଅଦ୍ୟତନ ହୋଇଛି
Boat

Boat

Advertisment

କେରଳର ମଲପୁରମ ଜିଲ୍ଲାର ତନୁରରେ ଗତ ରବିବାର ଡଙ୍ଗା ଓଲଟି ୨୨ ଜଣଙ୍କ ମୃତ୍ୟୁ ଘଟିବା ଘଟଣାରେ ମଙ୍ଗଳବାର ଡଙ୍ଗା ମାଲିକଙ୍କୁ ଗିରଫ କରାଯାଇଛି। କ୍ଷମତା ଠାରୁ ଅଧିକ ଲୋକଙ୍କୁ ନେଇ ଯାଉଥିବାରୁ ଡଙ୍ଗାଟି ବୁଡ଼ି ଯାଇଥିଲା। ତେବେ ଡଙ୍ଗାଟିର ଲାଇସେନ୍ସ ମଧ୍ୟ ନଥିଲା ବୋଲି ଜଣାପଡ଼ିଛି। 

Advertisment

ରବିବାର ସନ୍ଧ୍ୟାରେ ପ୍ରାୟ ୩୭ ଜଣ ଯାତ୍ରୀଙ୍କୁ ଧରି ଡଙ୍ଗାଟି ନୌକାବିହାର ନିମନ୍ତେ ବାହାରିଥିଲେ। ନୌକାରେ ବହୁ ସଂଖ୍ୟାରେ ସ୍କୁଲ ପିଲା ଥିଲେ। ମାତ୍ର କିଛି ବାଟ ଯିବା ପରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଏହି ଘଟଣା ପରେ ଡଙ୍ଗା ମାଲିକ ଫେରାର ହୋଇ ଯାଇଥିଲେ। ତାଙ୍କୁ ଗିରଫ କରିବା ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠିତ ହୋଇଥିଲା। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଆଜି ତାଙ୍କୁ କାଲିକଟ ବିଚ୍‌ରୁ ଗିରଫ କରାଯାଇଛି।

Advertisment

ଏହି ଘଟଣାର ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ କେରଳ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Boat Accident Kerala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe