କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ କାରକେଡ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣା ସମୟର ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ ଭାଇରାଲ ହେଉଛି, ଯେଉଁଥିରେ ପଛକୁ ପଛ ଆସି ପାଞ୍ଚରୁ ଅଧିକା ଗାଡି ଧକ୍କା ହେଉଥିବା ଦେଖିବାକୁ ମିଳୁଛି। ତେବେ ଏଥିରେ ମୁଖ୍ୟମନ୍ତ୍ରୀଙ୍କର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି।
Kerala CM @pinarayivijayan ‘s official car and convoy met with an accident at Vamanapuram. No one was injured pic.twitter.com/b5e6OaW0Bf
— Jisha Surya (@jishasurya) October 28, 2024
ଖବର ମୁତାବକ, ମୁଖ୍ୟମନ୍ତ୍ରୀ ଥିରୁଅନନ୍ତପୁରମ ଆଡ଼କୁ ଯାଉଥିବାବେଳେ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। କାରକେଡ୍ ଆଗରେ ଗୋଟିଏ ସ୍କୁଟିରେ ଯାଉଥିବା ଜଣେ ମହିଳାଙ୍କୁ ବଞ୍ଚାଇବାକୁ ଯାଇ ପାଇଲଟ୍ ହଠାତ୍ ଗାଡିରେ ବ୍ରେକ୍ ଲଗାଇଥିଲେ। ଏହି ସମୟରେ କାରକେଡର ଅନ୍ୟ ଗାଡ଼ିଗୁଡ଼ିକ ଦ୍ରୁତ ଗତିରେ ଆସୁଥିବାରୁ ହଠାତ ଅଟକିପାରିନଥିଲା। ଫଳରେ ପଛକୁ ପଛ ଆସି ଗୋଟିଏ ପରେ ଗୋଟିଏ ୫ରୁ ଅଧିକା ଗାଡ଼ି ଧକ୍କା ହୋଇଥିଲା।
ଏହି ସମୟରେ ପୋଲିସ ଏସକର୍ଟ ମୁଖ୍ୟମନ୍ତ୍ରୀ ବିଜୟନଙ୍କ ଗାଡିର ପଛପଟରୁ ଧକ୍କା ଦେଇଥିଲା। ଏହା ପଛକୁ ପଛ ଗୋଟିଏ କମାଣ୍ଡୋ ଗାଡି ଓ ଗୋଟିଏ ଆମ୍ବୁଲାନ୍ସ ମଧ୍ୟ ଧକ୍କା ହୋଇଥିଲା। ମୁଖ୍ୟମନ୍ତ୍ରୀ ଯେଉଁ ଗାଡିରେ ଯାଉଥିଲେ, ସେଥିରେ କୌଣସି ବଡ଼ କ୍ଷତି ହୋଇନଥିଲା ଏବଂ ସେ ସେହି ଗାଡିରେ ହିଁ ତାଙ୍କର ଯାତ୍ରା ଜାରି ରଖିଥିଲେ। ଅନ୍ୟ ଏସକର୍ଟ ଗାଡ଼ିଗୁଡ଼ିକ ବାମନାପୁରମରେ ଘଟଣାସ୍ଥଳରେ ଅଟକି ରହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।