Advertisment

ହୋଟେଲରୁ ମିଳିଲା ଦମ୍ପତିଙ୍କ ସମେତ ୩ ଜଣଙ୍କ ମୃତଦେହ, ଗୁଣି ଗାରେଡି ସନ୍ଦେହ

ମୃତ ଦମ୍ପତି ହେଉଛନ୍ତି କେରଳ ଥିରୁବନ୍ତପୁରମର ନବୀନ ଓ ତାଙ୍କ ପତ୍ନୀ ଦେବୀ। ସେହିପରି ଆଉ ଜଣେ ମୃତକ କେଟ୍ଟାୟମର ତାଙ୍କ ବନ୍ଧୁ ଆର୍ଯ୍ୟ ବୋଲି ଜଣାପଡିଛି।

author-image
Madhupriya Mistry
Couple Death

Couple Death

ହୋଟେଲ ଭିତରୁ ସନ୍ଦିଗ୍ଧ ଅବସ୍ଥାରେ ମିଳିଲା ଦମ୍ପତିଙ୍କ ମୃତଦେହ। ଏଥିସହ ତାଙ୍କର ଜଣେ ବନ୍ଧୁଙ୍କ ମଧ୍ୟ ମୃତଦେହ ଉଦ୍ଧାର ହୋଇଛି। ଅରୁଣାଚଳ ପ୍ରଦେଶର ଏକ ହୋଟେଲ ଭିତରୁ ଏହି ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏମାନଙ୍କ ମୃତ୍ୟୁ ପଛରେ ଗୁଣି ଗରେଡି ସନ୍ଦେହ କରାଯାଇଛି।

Advertisment

ପୁଲିସ ସୂଚନା ମୁତାବକ, ମୃତ ଦମ୍ପତି ହେଉଛନ୍ତି କେରଳ ଥିରୁବନ୍ତପୁରମର ନବୀନ ଓ ତାଙ୍କ ପତ୍ନୀ ଦେବୀ। ସେହିପରି ଆଉ ଜଣେ ମୃତକ କେଟ୍ଟାୟମର ତାଙ୍କ ବନ୍ଧୁ ଆର୍ଯ୍ୟ ବୋଲି ଜଣାପଡିଛି। ୧୩ ବର୍ଷ ପୂର୍ବେ ନବୀନ ଓ ଦେବୀଙ୍କ ବିବାହ ହୋଇଥିଲା। ଏହି ଦମ୍ପତି ଆର୍ୟୁବେଦ ଡାକ୍ତର ଥିଲେ। କେବଳ ସେତିକି ନୁହେଁ ନବୀନ ଅନ୍‌ଲାଇନ୍‌ ଟ୍ରେଡିଂ କାମ ମଧ୍ୟ କରୁଥିଲେ। ତାଙ୍କ ପତ୍ନୀ ଦେବୀ ଏକ ଘରୋଇ ସ୍କୁଲରେ ଜର୍ମନ ପଢ଼ାଉଥିଲେ। ସେହି ସ୍କୁଲର ହିଁ ତାଙ୍କ ସାଙ୍ଗ ଆର୍ଯ୍ୟ ମଧ୍ୟ କାମ କରୁଥିଲେ। ସେ ଫ୍ରେଞ୍ଚ ଭାଷା ପଢ଼ାଉଥିଲେ।

ମାର୍ଚ୍ଚ ୨୮ ତାରିଖରେ ନବୀନ ନିଜ ପତ୍ନୀ ଓ ସାଙ୍ଗ ଆର୍ଯ୍ୟ ସହ ଅରୁଣାଚଳ ପ୍ରଦେଶର ହୋଟେଲ ବ୍ଲୁ-ପାଇନ୍‌ ଯାଇଥିଲେ। ତେବେ ମଙ୍ଗଳବାର ଦିନ ରହସ୍ୟମୟ ସ୍ଥିତିରେ ତିନି ଜଣଙ୍କ ମୃତଦେହ ହୋଟେଲ ଭିତରୁ ଉଦ୍ଧାର ହୋଇଛି। ପ୍ରଥମିକ ତଦନ୍ତରୁ ଉଭୟ ତିନି ଜଣ ଯାକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଇଛି। ସେହିପରି ତାଙ୍କ ଘର ଲୋକେ ଗୁଣି ଗାରେଡି ସନ୍ଦେହ କରୁଛନ୍ତି। ତେବେ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ଜଣାପଡି ନାହିଁ।

Advertisment

ଏହି ତିନି ଜଣ ଏହି ହୋଟେଲକୁ କାହିଁକି ଆସିଥିଲେ। ସେମାନଙ୍କ ଉଦ୍ଦେଶ୍ୟ କ'ଣ ଥିଲା। ଏମାନଙ୍କୁ ହତ୍ୟା କରାଯାଇଛି ନା ଆତ୍ମହତ୍ୟା କରିଛନ୍ତି ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି। ଥିରୁବନ୍ତପୁରମ୍‌ ପୁଲିସ କମିଶନର ନାଗରାଜୁଙ୍କ କହିବା ମୁତାବକ, ତିନି ଜଣଙ୍କ ମୋବାଇଲ୍‌ ଓ ଅନ୍ୟ ଇଲେକ୍‌ଟ୍ରୋନିକ ଉପକରଣଗୁଡିକ ଯାଞ୍ଚ କରାଯିବ। ଆଜି ରାତିରେ ଏକ ଟିମ୍‌ ସେଠାକୁ ଯିବ। ଯାଞ୍ଚ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି।

Kerala Arunachal Pradesh Couple Death