Advertisment

ଭଡ଼ା ଘରୁ ମିଳିଲା ଦମ୍ପତି ଓ ୩ ପିଲାଙ୍କ ମୃତଦେହ, ସମସ୍ତେ ସ୍ତବ୍ଧ

ପୁଲିସ୍‌ ଆଶଙ୍କା କରୁଛି ଯେ ଘରର ମରୁବୀ ଜୟସନ ଥୋମାସ ପ୍ରଥମେ ତାଙ୍କ ପତ୍ନୀ ମେରୀନା ଓ ୩ ପିଲାଙ୍କୁ ହତ୍ୟା କରିଛନ୍ତି। ଏହାପରେ ସେ ନିଜ ମଧ୍ୟ ଘର ଭିତରେ ଜୀବନ ହାରି ଦେଇଛନ୍ତି।

Kerala

Kerala

Advertisment

ଭଡ଼ା ଘର ଭିତରୁ ମିଳିଛି ଜଣେ ଦମ୍ପତି ଓ ସେମାନଙ୍କର ୩ ପିଲାଙ୍କ ମୃତଦେହ। ଅତ୍ୟନ୍ତ ରହସ୍ୟଜନକ ଭାବେ ସେମାନଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ଏଯାଏ ଜଣାପଡ଼ିନାହିଁ। ହେଲେ କେରଳର କୋଟାୟମ ଜିଲ୍ଲା ଅନ୍ତର୍ଗତ ପାଲା ନିକଟରେ ଘଟିଥିବା ଏପରି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି।

Advertisment

ପୁଲିସ୍‌ ଆଶଙ୍କା କରୁଛି ଯେ ଘରର ମରୁବୀ ଜୟସନ ଥୋମାସ ପ୍ରଥମେ ତାଙ୍କ ପତ୍ନୀ ମେରୀନା ଓ ୩ ପିଲାଙ୍କୁ ହତ୍ୟା କରିଛନ୍ତି। ଏହାପରେ ସେ ନିଜ ମଧ୍ୟ ଘର ଭିତରେ ଜୀବନ ହାରି ଦେଇଛନ୍ତି।

ଥୋମାସଙ୍କ ମୃତଦେହ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ସେହିପରି ମେରୀନାଙ୍କ ମୃତଦେହ ବେଡ ଉପରେ ରହିଥିଲା। ତାଙ୍କ ଶରୀରରେ ଗଭୀର କ୍ଷତଚିହ୍ନ ମଧ୍ୟ ରହିଛି। ଦମ୍ପତିଙ୍କ ୩ ପିଲା ଜେରାଲ୍ଡ(୪), ଜେରୀନାର(୨) ଓ ୭ ମାସର ଶିଶୁକୁ ସମ୍ଭବତଃ ତଣ୍ଟି ଚିପି ହତ୍ୟା କରାଯାଇଛି।

Advertisment

ଥୋମାସ ପାଲାରେ ଥିବା ଗୋଟିଏ ରବର କାରଖାନାରେ ଡ୍ରାଇଭର ଭାବେ କାମ କରୁଥିଲେ। ଘଟଣା ସମ୍ପର୍କରେ ଖବର ପାଇ ପୁଲିସ୍‌ ତୁରନ୍ତ ଥୋମାସଙ୍କ ଘରେ ପହଞ୍ଚିଥିଲା। କିନ୍ତୁ ସେତେବେଳେକୁ ପରିବାରର ୫ ସଦସ୍ୟଙ୍କ ମୃତ୍ୟୁ ହୋଇ ସାରିଥିଲା। ପୁଲିସ୍‌ ସମସ୍ତ ୫ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, “ଘଟଣାରେ ଗୋଟିଏ ମାମଲା ରୁଜୁ ହୋଇଛି ଓ ତଦନ୍ତ ଚାଲିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଆମେ ମୃତ୍ୟୁର କାରଣ ଜାଣିପାରିବୁ। ଦମ୍ପତିଙ୍କ ପଡ଼ୋଶୀ ଓ ସମ୍ପର୍କୀୟ ମାନଙ୍କୁ ପଚରାଉଚରା କରାଯାଉଛି।”

ପଡ଼ୋଶୀଙ୍କ କହିବା କଥା ଯେ ଥୋମାସ ବେଶ କିଛି ଦିନ ମାନସିକ ଚିନ୍ତାରେ ରହୁଥିଲେ। ତାଙ୍କର ଆର୍ଥିକ ସ୍ଥିତି ଭଲ ନଥିଲା। ପଡ଼ୋଶୀଙ୍କ ସହ ମଧ୍ୟ ଦମ୍ପତି ମିଶନ୍ତି ନାହିଁ। ସେମାନଙ୍କର ପ୍ରେମ ବିବାହ ହୋଇଥିଲା। ବାହାଘର ପରେ ସମ୍ପର୍କୀୟଙ୍କ ସହ ସେମାନଙ୍କର ବେଶୀ ଯୋଗାଯୋଗ ନଥିଲା।

Kerala Lonely Couple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe