Advertisment

ଆଙ୍ଗୁଠି ବଦଳରେ ଜିଭରେ ସର୍ଜରୀ କରିଦେଲେ ଡାକ୍ତର, ସସ୍‌ପେଣ୍ଡ ହେଲେ

ଝିଅଟି ହାତରେ ୬ଟି ଆଙ୍ଗୁଠି ଥିବାରୁ ସର୍ଜରୀ ପାଇଁ ତାକୁ ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ମାତ୍ର ପିଲାଟି ଅପରେସନ ଥିଏଟରରୁ ବାହାରିବା ପରେ ପରିବାର ଲୋକେ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ପିଲାଟିର ହାତ ବଦଳରେ ଜିଭରେ ହୋଇଥିଲା ସର୍ଜରୀ।

ଅଦ୍ୟତନ ହୋଇଛି
Surgery

Surgery

Advertisment

ଝିଅଟି ହାତରେ ୬ଟି ଆଙ୍ଗୁଠି ଥିବାରୁ ସର୍ଜରୀ ପାଇଁ ତାକୁ ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ମାତ୍ର ପିଲାଟି ଅପରେସନ ଥିଏଟରରୁ ବାହାରିବା ପରେ ପରିବାର ଲୋକେ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ପିଲାଟିର ହାତ ବଦଳରେ ଜିଭରେ ହୋଇଥିଲା ସର୍ଜରୀ। ଏପରି ଏକ ଅସ୍ୱାଭାବିକ ଘଟଣା କେରଳର କୋଜିକୋଡ଼ ମେଡିକାଲ କଲେଜରେ ଘଟିଛି। ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଦେବାରୁ କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ତୁରନ୍ତ ଏପରି ଦାୟିତ୍ୱହୀନ ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି।

Advertisment

ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ଝିଅ ହାତରେ ୬ଟି ଆଙ୍ଗୁଠି ଥିବାରୁ ଗୋଟିଏକୁ ବାହାର କରିବାକୁ ସେମାନେ ହସ୍ପିଟାଲରେ ଆଡମିଟ କରିଥିଲେ। ମାତ୍ର ଝିଅ ଓଟିରୁ ବାହାରିବା ବେଳକୁ ତା’ ଜିଭ ବ୍ୟାଣ୍ଡେଜ ହୋଇଥିବା ସେମାନେ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ଡାକ୍ତରଙ୍କୁ ପଚାରିବାରୁ ନିଜ ଦୋଷ ସ୍ୱୀକାର କରିବା ପରିବର୍ତ୍ତେ ଡାକ୍ତର ଯୁକ୍ତିତର୍କ କରିବାକୁ ପଛାଇ ନ ଥିଲେ।

ଏପରିକି ଝିଅଟିର ଜିଭରେ ସଂକ୍ରମଣ ହୋଇଥିବାରୁ ସେ ତାହାର ଅପରେସନ କରିଛନ୍ତି ବୋଲି କହିଥିଲେ। ମାତ୍ର ପରିବାର ଲୋକେ ଏହା ମାନିବାକୁ ପ୍ରସ୍ତୁତ ନ ଥିଲେ। ଝିଅର ଜିଭରେ କୌଣସି ସମସ୍ୟା ନ ଥିବା ସେମାନେ କହିଥିଲେ।

Advertisment

ଏହାକୁ ନେଇ ପ୍ରବଳ ଉତ୍ତେଜନା ଦେଖାଦେବାରୁ ଉକ୍ତ ସମୟରେ ଓଟିରେ ଦୁଇଟି ଅପରେସନ ହୋଇଥିବା ଜଣାପଡ଼ିଥିଲା। ତେଣୁ ଅନ୍ୟ ରୋଗୀଙ୍କ ଜିଭରେ ସମସ୍ୟା ଥିବା ବେଳେ ସମ୍ପୃକ୍ତ ଝିଅଟିର ଜିଭରେ ଏହି ସର୍ଜରୀ କରାଯାଇଥିବା ଜଣାପଡ଼ିଥିଲା।

ଏନେଇ ଅଭିଯୋଗ ହେବା ପରେ ଘଟଣାର ତଦନ୍ତ କରାଯାଇ କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀର ସମ୍ପୃକ୍ତ ଡାକ୍ତରଙ୍କୁ ତୁରନ୍ତ ବହିଷ୍କାର କରିଛନ୍ତି। ଭବିଷ୍ୟତରେ ଯେପରି ଏପରି କୌଣସି ସାଂଘାତିକ ତ୍ରୁଟି ନ ହୁଏ ସେଥିପ୍ରତି ସଜାଗ ରହିବାକରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିରୋଧୀ ଏହି ମାମଲାରେ ସରକାରଙ୍କୁ ଟାର୍ଗେଟ କରି ରାଜ୍ୟର ସ୍ୱାସ୍ଥ୍ୟ ସେବାର ମାନ ହ୍ରାସ ପାଇଥିବା ଅଭିଯୋଗ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe