Advertisment

ପଦ୍ମା ଲକ୍ଷ୍ମୀଙ୍କ ରୂପରେ କେରଳକୁ ମିଳିଲା ପ୍ରଥମ ତୃତୀୟ ଲିଙ୍ଗ ଆଇନଜୀବୀ

୧୫ ଶହରୁ ଅଧିକ ଆଇନ ପାଠ୍ୟକ୍ରମରେ ଗ୍ରାଜ୍ୟୁଏଟ ଡିଗ୍ରୀ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ବାର କାଉନସିଲରେ ପଞ୍ଜୀକରଣ କରିବା ପରେ ପ୍ରମାଣପତ୍ର ଦିଆଯାଇଛି।

Padma Lakshmi

Padma Lakshmi

Advertisment

କେରଳକୁ ମିଳିଛି ପ୍ରଥମ ଟ୍ରାନ୍ସଜେଣ୍ଡର ବା ତୃତୀୟ ଲିଙ୍ଗ ଆଇନଜୀବୀ। ପଦ୍ମା ଲକ୍ଷ୍ମୀ ଆଇନଜୀବୀ ଭାବେ ମାନ୍ୟ ପାଇବା ସହ ରାଜ୍ୟ ବାର୍‌ କାଉନସିଲରେ ପଞ୍ଜୀକରଣ କରିଛନ୍ତି। କେରଳର ଶିଳ୍ପ ମନ୍ତ୍ରୀ ପି ରାଜୀବ ଇନଷ୍ଟାଗ୍ରାମରେ ପଦ୍ମାଙ୍କ ଗୋଟିଏ ଫଟୋ ପୋଷ୍ଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Advertisment

ମନ୍ତ୍ରୀ ରାଜୀବଙ୍କ ସୂଚନା ଅନୁଯାୟୀ, ୧୫ ଶହରୁ ଅଧିକ ଆଇନ ପାଠ୍ୟକ୍ରମରେ ଗ୍ରାଜ୍ୟୁଏଟ ଡିଗ୍ରୀ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ବାର କାଉନସିଲରେ ପଞ୍ଜୀକରଣ କରିବା ପରେ ପ୍ରମାଣପତ୍ର ଦିଆଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ପଦ୍ମା ଲକ୍ଷ୍ମୀ।

ପଞ୍ଜୀକରଣ ପ୍ରମାଣପତ୍ର ବା ଆଇନଜୀବୀ ଭାବେ ମାନ୍ୟତା ଦେବାକୁ ବାର କାଉନସିଲ ପକ୍ଷରୁ ରବିବାର ଗୋଟିଏ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପଦ୍ମା ଓ ଅନ୍ୟମାନଙ୍କୁ ପ୍ରମାଣପତ୍ର ହସ୍ତାନ୍ତର କରାଯାଇଛି। ପଦ୍ମା ଏର୍ଣ୍ଣାକୁଲମ ସରକାରୀ ଆଇନ କଲେଜନରୁ ଡିଗ୍ରୀ ହାସଲ କରିଛନ୍ତି।

Advertisment

ରାଜୀବ ଲେଖିଛନ୍ତି,“ଜୀବନର ସବୁ ଘାତପ୍ରତିଘାତକୁ ଅତିକ୍ରମ କରି ପଦ୍ମ ଲକ୍ଷ୍ମୀ କେରଳର ପ୍ରଥମ ତୃତୀୟ ଲିଙ୍ଗ ଆଇନଜୀବୀ ଭାବେ ନିଜକୁ ପଞ୍ଜୀକରଣ କରାଇଛନ୍ତି। ଏଥିପାଇଁ ତାଙ୍କୁ ଶୁଭେଚ୍ଛା। ସବୁ କ୍ଷେତ୍ରରେ ପ୍ରଥମ ହେବା ବହୁତ କଷ୍ଟର ବିଷୟ। ଏହାକୁ ଇତିହାସ ସବୁବେଳେ ମନେ ରଖେ। 

ଲକ୍ଷ୍ୟ ଠିକ ଥିଲେ କୌଣସି ପ୍ରକାରର ସମସ୍ୟା ବାଟ ଓଗାଳି ପାରିବ ନାହିଁ। ଅନେକ ଲୋକ ଅଛନ୍ତି, ଯେଉଁମାନେ ଚୁପ ରହିବାକୁ କୁହନ୍ତି ଓ ହତୋତ୍ସାହିତ କରନ୍ତି। ହେଲେ ସବୁ କିଛିକୁ ମାତ ଦେଇ ପଦ୍ମା ଲକ୍ଷ୍ମୀ ନିଜ ନାଁକୁ ଇତିହାସରେ ଲିପିବଦ୍ଧ କରିଛନ୍ତି। ପଦ୍ମାଙ୍କ ସଫଳତା ଅନେକ ଟ୍ରାନ୍ସଜେଣ୍ଡରଙ୍କୁ ଆଇନଜୀବୀ କ୍ଷେତ୍ରରେ ପ୍ରବେଶ ପାଇଁ ପ୍ରେରଣା ଯୋଗାଇବ।”

ପଦ୍ମାଙ୍କ ଏହପରି ସଫଳତା ପାଇଁ ତାଙ୍କ ପାଖକୁ ସୋଶାଲ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟିଛି। ଅନେକ ଲୋକ ତାଙ୍କ ସଂଘର୍ଷର କାହାଣୀକୁ ପ୍ରଶଂସା କରୁଛନ୍ତି। ପଦ୍ମାଙ୍କ ପୂର୍ବରୁ ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର ଭାରବେ ଜ୍ୟୋତି ମଣ୍ଡଳ ବିଚାରପତି ହୋଇଥିଲେ।

୨୦୧୭ରେ ପଶ୍ଚିମବଙ୍ଗର ଇସଲାମପୁର ଲୋକ ଅଦାଲତରେ ତାଙ୍କୁ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। ୨୦୧୮ରେ ବିଦ୍ୟା କାମ୍ବଲେ ନାଗପୁର ଲୋକ ଅଦାଲତର ସଦସ୍ୟ ଜଜ୍‌ ଭାବେ ନିଯୁକ୍ତି ପାଇଥିଲେ।

Kerala Transgenders
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe