Advertisment

କେନ୍ଦ୍ରର ବଡ଼ ଦାବି: ଭୂସ୍ଖଳନ ସମ୍ପର୍କରେ କେରଳକୁ ଆଗୁଆ କରାଯାଇଥିଲା ସତର୍କ

ଏନଡିଆରଏଫ ଟିମ ପହଞ୍ଚିବା ପରେ ଯଦି କେରଳ ସରକାର ସତର୍କତା ଅବଲମ୍ବନ କରିଥାନ୍ତେ, ତା’ହେଲେ ମୃତାହତ ଆହୁରି କମ ହୋଇପାରି ଥାଆନ୍ତା ବୋଲି ଅମିତ ଶାହ ରାଜ୍ୟସଭାରେ ତଥ୍ୟ ରଖିଛନ୍ତି।

Kerala

Kerala

Advertisment

କେରଳର ୱାୟନାଡର ମୃତ୍ୟୁର ତାଣ୍ଡବ ଦେଖିବାକୁ ମିଳିଛି। ଭୂସ୍ଖଳନ ପରେ ସୃଷ୍ଟି ହୋଇଥିବା ଜଳ ପ୍ରଳୟ ୧୫୦ରୁ ଅଧିକ ଜୀବନ ନେଇ ସାରିଥିବା ବେଳେ ଏବେ ବି ୧୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ସେହିପରି ୨୦୦ରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

Advertisment

ଏକାଧିକ ଗାଁ ଅଚାନକ ବନ୍ୟା ପାଣି ଯିବାରୁ କ୍ଷତିଗ୍ରସ୍ତ ହୋଇଛି। କିଛି ଅଞ୍ଚଳ ମଧ୍ୟ ପାଣିର ପ୍ରଖର ସ୍ରୋତରେ ପୂରା ନିଚ୍ଛିନ୍ନ ହୋଇଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ମାଟି ତଳୁ ଜୀବନର ସନ୍ଧାନ ଚାଲିଥିବା ବେଳେ ଭୂସ୍ଖଳନକୁ ନେଇ ବଡ଼ ତଥ୍ୟ ଦେଇଛନ୍ତି କେନ୍ଦ୍ର ସରକାର।

କେରଳକୁ ଭୟଙ୍କର ଭୂସ୍ଖଳନ ନେଇ ପୂର୍ବରୁ ସତର୍କ କରାଯାଇଥିଲା ବୋଲି ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦାବି କରିଛନ୍ତି। ତାଙ୍କ କହିବା କଥା ଯେ ପିନରାୟି ବିଜୟନଙ୍କ ନେତୃତ୍ୱାଧୀନ କେରଳ ସରକାରଙ୍କୁ କେନ୍ଦ୍ର ପକ୍ଷରୁ ଜୁଲାଇ ୨୩ରେ ସମ୍ଭାବ୍ୟ ଭୂସ୍ଖଳନ ନେଇ ସତର୍କ କରାଯାଇଥିଲା। କେରଳ ପାଇଁ ପାଣିପାଗ ବିଭାଗ ପ୍ରବଳ ବର୍ଷାର ଆକଳନ କରିବାରୁ କେନ୍ଦ୍ର ପକ୍ଷରୁ ୯ଟି ଏନଡିଆରଏଫ ଟିମ ମଧ୍ୟ ପଠାଯାଇଥିଲା।

Advertisment

ୱାୟନାଡ ଭୂସ୍ଖଳନ ପୂର୍ବରୁ ସେମାନେ କେରଳ ଯାଇଥିଲେ। କିନ୍ତୁ କେରଳ ସରକାର ସମୟ ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟର ୭ ଦିନ ପୂର୍ବରୁ ସତର୍କ ସୂଚନା ଜାରି କରିପାରୁଥିବା ବିଶ୍ୱର ୪ ଦେଶ ମଧ୍ୟରେ ଭାରତ ରହିଛି।

ଏନଡିଆରଏଫ ଟିମ ପହଞ୍ଚିବା ପରେ ଯଦି କେରଳ ସରକାର ସତର୍କତା ଅବଲମ୍ବନ କରିଥାନ୍ତେ, ତା’ହେଲେ ମୃତାହତ ଆହୁରି କମ ହୋଇପାରି ଥାଆନ୍ତା ବୋଲି ଅମିତ ଶାହ ରାଜ୍ୟସଭାରେ ତଥ୍ୟ ରଖିଛନ୍ତି।

ଶାହ ଆହୁରି କହିଛନ୍ତି ଯେ “ନରେନ୍ଦ୍ର ମୋଦି ସରକାର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ କେରଳ ସରକାର ଓ ୱାୟନାଡ ଟ୍ରାଜେଡୀ ସହ ଲଢ଼େଇ କରୁଥିବା ଲୋକଙ୍କ ସହ ପଥର ଭଲି ଛିଡ଼ା ହୋଇଛନ୍ତି।”

ମଙ୍ଗଳବାର ରାତିରେ କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଅନ ୱାୟନାଡ ଗସ୍ତ କରିଥିଲେ। ସେ କହିଛନ୍ତି ଯେ “କେନ୍ଦ୍ର ସରକାରଙ୍କ ପକ୍ଷରୁ ଘଟଣାକୁ ଅତ୍ୟନ୍ତ ଉଚ୍ଚସ୍ତରରେ ମନିଟର କରାଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ସ୍ଥିତି ଉପରେ ନଜର ରଖିଛନ୍ତି ଓ ସେ ମୋତେ ପ୍ରଭାବିତ ଅଞ୍ଚଳକୁ ପଠାଇଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଉଭୟ କଣ୍ଟ୍ରୋଲ ରୁମ ୨୪ ଘଣ୍ଟା କାମ କରୁଛି। ରାଜ୍ୟକୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯାଉଛି।”

ଉଦ୍ଧାର କାର୍ଯ୍ୟରେ ସ୍ଥଳ ସେନା ଓ ବାୟୁ ସେନା ନିୟୋଜନ କରିଛନ୍ତି। ୨ କଲମ ଆର୍ମି ଯବାନ ଓ ବାୟୁ ସେନାର ଦୁଇଟି ହେଲିକପ୍ଟର କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ପ୍ରଦାନ କରୁଛନ୍ତି। ଅତିରିକ୍ତ ଭାବେ ଏନଡିଆରଏଫ, ଏସଡିଆରଏଫ ଓ ସନ୍ଧାନୀ କୁକୁରଙ୍କ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ କରାଯାଇଛି।

Kerala Amit Shah Kerala Landslide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe