Advertisment

IAS ଅଧିକାରୀଙ୍କ ଧାର୍ମିକ ହ୍ୱାଟସ୍‌ଆପ୍ ଗ୍ରୁପକୁ ନେଇ ବିବାଦ, ତଦନ୍ତ ଆରମ୍ଭ

ଜଣେ ଆଇଏଏସ୍‌ ଅଧିକାରୀଙ୍କ ମୋବାଇଲ୍‌ ନମ୍ବରରୁ ଧାର୍ମିକ ଆଧାରରରେ ଦୁଇଟି ଗ୍ରୁପ୍‌ ତିଆରି କରାଯାଇଥିଲା। ବିବାଦ ପରେ ଏହାକୁ ଡିଲିଟ୍‌ କରି ଦିଆଯାଇଛି।

Whatsapp Group

Whatsapp Group

Advertisment

ଆଇଏଏସ୍‌ ଅଧିକାରୀଙ୍କ ଧାର୍ମିକ ହ୍ୱାଟସ୍‌ଆପ୍‌ ଗ୍ରୁପ୍‌କୁ ନେଇ ତେଜିଲା ବିବାଦ। ହିନ୍ଦୁ ଓ ମୁସ୍‌ଲିମ୍‌ ଅଫିସରଙ୍କୁ ନେଇ ଦୁଇଟି ଗ୍ରୁପ୍‌ ତିଆରି କରାଯାଇଥିଲା। ଏହାକୁ ନେଇ ବିବାଦ ଉଗ୍ର ରୂପ ନେବା ପରେ ତଦନ୍ତ ଆରମ୍ଭ ହୋଇଛି। କେରଳରୁ ସାମ୍ନାକୁ ଆସିଛି ଏଭଳି କିଛି ଚକିତ କଲା ଭଳି ମାମଲା।

Advertisment

ଏଠାରେ ଜଣେ ଆଇଏଏସ୍‌ ଅଧିକାରୀଙ୍କ ମୋବାଇଲ୍‌ ନମ୍ବରରୁ ଧାର୍ମିକ ଆଧାରରରେ ଦୁଇଟି ଗ୍ରୁପ୍‌ ତିଆରି କରାଯାଇଥିଲା। ଗୋଟିଏ ଗ୍ରୁପ୍‌ର ନାଁ ଥିଲା ମଲ୍ଲୁ ହିନ୍ଦୁ। ଏଥିରେ କେବଳ ହିନ୍ଦୁ ଆଇଏଏସ୍‌ ଅଧିକାରୀମାନେ ସାମିଲ ଥିଲେ। ଅନ୍ୟଟିର ନାଁ ଥିଲା ମଲ୍ଲୁ ମୁସଲମାନ। ତେବେ ବିବାଦ ପରେ ଉଭୟ ହ୍ୱାଟସ୍‌ଆପ୍ ଗ୍ରୁପ୍‌କୁ ଡିଲିଟ କରାଯାଇଛି। ମୋବାଇଲ୍ ହ୍ୟାକ୍ ହୋଇଥିବା ନେଇ ଜଣେ ଆଇଏଏସ୍ ଅଧିକାରୀ ପୁଲିସ ନିକଟରେ ଅଭିଯୋଗ ଆଣିବା ପରେ ଏହି ଘଟଣା ସାମ୍ନାକୁ ଆସିଛି।

ସୂଚନା ମୁତାବକ, ଦୀପାବଳି ଦିନ ତଥା ୩୧ ଅକ୍ଟୋବରରେ ଏହି ହ୍ୱାଟସ୍ଆପ୍‌ ଗ୍ରୁପ୍‌କୁ ତିଆରି ହୋଇଥିଲା। ଏହି ଗ୍ରୁପ୍‌ରେ କେରଳ କ୍ୟାଡର୍‌ର ଅନେକ ଆଇଏଏସ୍‌ ଅଧିକାରୀଙ୍କୁ 'ମଲ୍ଲୁ ହିନ୍ଦୁ ଅଧିକାରୀ' ନାମକ ଏକ ନୂତନ ହ୍ୱାଟସ୍ ଆପ୍ ଗ୍ରୁପ୍‌ରେ ଆଡ୍‌ କରାଯାଇଥିଲା। କେବଳ କ୍ୟାଡରର ହିନ୍ଦୁ ଅଧିକାରୀଙ୍କୁ ନେଇ ଗଠିତ ଏହି ହ୍ୱାଟସ୍ ଆପ୍ ଗ୍ରୁପ୍‌ ଆଇଏଏସ୍ ଅଧିକାରୀ କେ.ଗୋପାଳକୃଷ୍ଣନ୍ ବ୍ୟବହାର କରୁଥିବା ଫୋନ୍ ନମ୍ବରରୁ ସୃଷ୍ଟି ହୋଇଥିଲା। ତେବେ ଅନେକ ଅଧିକାରୀ ଏହାକୁ ନିନ୍ଦା କରିବା ସହ ଅନୁପଯୁକ୍ତ ଏବଂ ଧର୍ମନିରପେକ୍ଷ ନୀତି ବିରୁଦ୍ଧ ବୋଲି ବର୍ଣ୍ଣନା କରିଥିଲେ।

Advertisment

ଆଇଏଏସ୍ ଅଧିକାରୀ ଗୋପାଳକୃଷ୍ଣନ୍‌ଙ୍କ ଅଭିଯୋଗ ପରେ ଏହି ମାମଲରେ ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ ତଦନ୍ତ ଚାଲିଥିଲେ ସୁଦ୍ଧା  ଆଇଏଏସ୍‌ ଅଧିକାରୀଙ୍କ ଏହି ହ୍ୱାଟସ୍‌ଆପ୍‌ ଗ୍ରୁପକୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ। ତାଙ୍କ ଫୋନ୍ ହ୍ୟାକ୍ ହୋଇଥିବା ଗୋପାଳକୃଷ୍ଣନ୍‌ ଦାବି କରିଛନ୍ତି। ତାଙ୍କ ସମ୍ମତି ବିନା ତାଙ୍କ ଫୋନ୍‌ର କଣ୍ଟାକ୍ଟ ଲିଷ୍ଟକୁ କେହି ଜଣେ ଦୁର୍ବୃତ୍ତ ବ୍ୟବହାର କରି ଏଭଳି ଗ୍ରୁପ୍‌ ସୃଷ୍ଟି ହୋଇଥିବା ସେ କହିଛନ୍ତି।

WhatsApp Group Ias Officer Kerala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe