Advertisment

ଭୂସ୍ଖଳନ ସ୍ଥଳରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାରେ ଆହତ ହେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୂସ୍ଖଳନ ପ୍ରଭାବିତ ଜିଲ୍ଲାକୁ ଗସ୍ତ କରିବା ବେଳେ ଏକ ସ୍କୁଟି ସହ ସ୍ୱାସ୍ଥ ମନ୍ତ୍ରୀଙ୍କ କାର୍‌ ଧକ୍କା ହୋଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
veena-george-accident

veena-george-accident

କେରଳର ଓ୍ୱାୟନାଡରେ ପ୍ରକୃତି ତାଣ୍ଡବ ରଚିଛି। ଏଠାରେ ହୋଇଥିବା ଭୟଙ୍କର ଭୂସ୍ଖଳନରେ ବର୍ତ୍ତମାନ ସୁଦ୍ଧା ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ଆଜି ଏହି ଭୂସ୍ଖଳନ ପ୍ରଭାବିତ ସ୍ଥଳକୁ ଯିବା ପାଇଁ ବାହାରିଥିଲେ। ତେବେ ଏଠାରେ ପହଞ୍ଚିବା ପୂର୍ବରୁ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ବୁଧବାର ମଲପ୍ପୁରମ୍‌ ଜିଲ୍ଲାରେ ଦୁର୍ଘଟଣା ସମ୍ମୁଖୀନ ହୋଇଛନ୍ତି। ବୀଣା ଜର୍ଜଙ୍କ କାର ମଲପ୍ପୁରମ୍‌ର ମଞ୍ଚେରୀରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣାରେ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କ ବାମ ହାତରେ ଆଘାତ ଲାଗିଥିବାରୁ ତାଙ୍କୁ ଚିକିତ୍ସା ପାଇଁ ମଞ୍ଚେରି ମେଡିକାଲ କଲେଜକୁ ଅଣାଯାଇଛି।

ଭୂସ୍ଖଳନ ପ୍ରଭାବିତ ଜିଲ୍ଲା ଓ୍ୱାୟନାଡ ଗସ୍ତରେ ଯାଉଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ। ସେ ୱାୟନାଡ ଭୂସ୍ଖଳନରେ ମୃତ ଓ ଆହତଙ୍କ ପରିବାରକୁ ଭେଟିବାକୁ ଯାଉଥିଲେ। ଏହି ସମୟରେ ତାଙ୍କ କାର୍‌ ସ୍କୁଟି ସହ ପିଟି ହୋଇଥିଲେ। ଏଥିରେ ଉଭୟ ସ୍କୁଟି ଚାଳକ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଆହତ ହୋଇଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଜର୍ଜ ସାମାନ୍ୟ ଆହତ ହୋଇଛନ୍ତି ଏବଂ ତାଙ୍କ ଚିକିତ୍ସା ଚାଲିଛି।

Advertisment

କହିରଖୁ ଯେ, ୱାୟନାଡରେ ଭୂସ୍ଖଳନ ହେତୁ ଏପର୍ଯ୍ୟନ୍ତ ୧୫୬ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସ୍ୱାସ୍ଥ୍ୟମନ୍ତ୍ରୀ ୱାୟନାଡରେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଏନଡିଆରଏଫ କହିଛି ଯେ ୱାୟନାଡରେ ପ୍ରବଳ ବର୍ଷା ହେତୁ ପୁଣି ଭୂସ୍ଖଳନ ହେବାର ଆଶଙ୍କା ରହିଛି। ଏହି କାରଣରୁ ସ୍ୱାସ୍ଥ୍ୟମନ୍ତ୍ରୀ ୱାୟନାଡ ଗସ୍ତରେ ଯାଉଥିଲେ, ଯାହାଫଳରେ ସେ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିପାରିବେ।

Accident Kerala Wayanad Landslide Health Minister Veena George