Advertisment

ମଦ, ପେଟ୍ରୋଲ ଓ ଡିଜେଲ ଉପରେ ସେସ୍‌ ଲଗାଇଲେ ସରକାର

କେରଳ ସରକାର ପେଟ୍ରୋଲ, ଡିଜେଲ ଓ ମଦ ଉପରେ ସେସ୍‌ ଲାଗିବ ବୋଲି ଘୋଷଣା କରିଛନ୍ତି।

Kerala

Kerala

Advertisment

ମହଙ୍ଗା ମାଡ଼ରେ ଆଉଟ ପାଉଟ ହେଉଥିବା ଲୋକଙ୍କୁ ଲାଗିଛି ଝଟକା। କେରଳ ସରକାର ପେଟ୍ରୋଲ, ଡିଜେଲ ଓ ମଦ ଉପରେ ସେସ୍‌ ଲାଗିବ ବୋଲି ଘୋଷଣା କରିଛନ୍ତି। କେରଳର ଅର୍ଥମନ୍ତ୍ରୀ କେଏନ ବାଲାଗୋପାଲ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିବା ବେଳେ ଏଥିରେ ଲୋକଙ୍କ ଠାରୁ ସେସ୍‌ ଆଦାୟ ହେବ ବୋଲି କହିଛନ୍ତି।

Advertisment

କ୍ଷମତାସୀନ ଏଲଡିଏଫ ସରକାର ଲୋକଙ୍କ ଠାରୁ ସାମାଜିକ ସୁରକ୍ଷା ନାଁରେ ସେସ୍‌ ଆଦାୟ କରିବେ। ପେଟ୍ରୋଲ ଓ ଡିଜେଲ ପାଇଁ ଲିଟର ପିଛା ୨ ଟଙ୍କା ସେସ୍‌ ଦେବାକୁ ପଡ଼ିବ। ଏହାଦ୍ୱାରା ରାଜ୍ୟ ସରକାର ୭୫୦ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ତୈଳ ବ୍ୟତୀତ ବିଦେଶୀ ମଦ ଉପରେ ମଧ୍ୟ ସରକାର ସେସ୍‌ ଲଗାଇବେ। ଭାରତରେ ନିର୍ମିତ ବିଦେଶୀ ମଦ ଉପରେ ବୋତଲ ପିଛା ସେସ ଆକାରରେ ୨୦ ଟଙ୍କା ଆଦାୟ ହେବ। ୫୦୦ରୁ ୯୯୯ ଟଙ୍କା ଯାଏ ଥିବା ମଦ ବୋତଲ ପିଛା ୨୦ ଟଙ୍କା ଓ ୧ ହଜାର ଟଙ୍କାରୁ ଅଧିକ ଦାମର ଉପରେ ୪୦ ଟଙ୍କା ସେସ୍‌ ଲାଗିବ। ମଦ ଉପରେ ଲାଗୁ ହୋଇଥିବା ସାମାଜିକ ସୁରକ୍ଷା ସେସ୍‌ରୁ ରାଜ୍ୟ ସରକାର ୪ଶହ କୋଟି ଟଙ୍କା ପାଇବେ।

Advertisment

କେରଳ ସରକାର ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଏଥିପାଇଁ ତୈଳ ଓ ମଦ ଉପରେ ସେସ୍‌ ଲଗାଇଥିବା ଜଣାପଡ଼ିଛି। ସେହିପରି କେନ୍ଦ୍ର ସରକାର ଆବଶ୍ୟକ ଅର୍ଥ କେରଳକୁ ଦେଉ ନଥିବାରୁ ଏଲଡିଏଫ ସରକାର ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି। 

Petrol Price Liquor Factory
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe