Advertisment

ବନେଟ ଉପରେ ଛୁଆକୁ ବସାଇ ଯୁବକ ଚଲାଉଥିଲେ ଖୋଲା ଜିପ୍‌, ବନ୍ଧା ହେଲେ

ଏକ ଖୋଲ ଜିପ୍‌ରେ କିଛି ଯୁବକ ବସି ଦ୍ରୁତ ଗତିରେ ଗାଡ଼ି ଗଡ଼ାଉଥିବା ବେଳେ ତାହାର ବନେଟ ଉପରେ ଏକ ଛୋଟ ଶିଶୁକୁ ବସାଇ ଦେଇଥିଲେ। ଗାଡ଼ିର ଗର୍ଜନରେ ପିଲାଟି ଥରହର ହୋଇ ରକ୍ଷା କରିବାକୁ ଗୁହାରି କରୁଥିଲେ ବି ଉକ୍ତ ଯୁବକମାନଙ୍କ ହୃଦୟ ତରଳୁ ନ ଥିଲା।

author-image
Niharika Rout
car

car

ବ୍ୟସ୍ତବହୁଳ ରାସ୍ତାରେ ଦ୍ରୁତ ଗତିରେ ମାଡ଼ି ଚାଲିଥିଲା ଏକ ଖୋଲା ଜିପ୍‌। ଉକ୍ତ ଜିପ୍‌ ମଧ୍ୟରେ କିଛି ଯୁବକ ସେଲିବ୍ରେଶନ ମୁଡରେ ଥିଲେ। ଏହି ସମୟରେ ସେମାନେ ଜିପ୍‌ର ବନେଟ ଉପରେ ଏକ ୬ ବର୍ଷର ନାବାଳକଙ୍କୁ ବସାଇ ଦେଇଥିଲେ। ପିଲାଟିକୁ ସେଠାରୁ ଉଦ୍ଧାର କରିବାକୁ ଗୁହାରୀ କରୁଥିବା ବେଳେ ଯୁବକମାନେ କିନ୍ତୁ ଏହାର ମଜା ନେଉଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା, ଉକ୍ତ ପିଲାଟିର ବାପା ବି ଉକ୍ତ ଜିପ୍‌ରେ ବସିଥିଲେ। ଏପରି ଏକ ଲୋମଟାଙ୍କୁରା ଘଟଣା କେରଳର ମିନାମକୁଲମରେ ଦେଖିବାକୁ ମିଳିଥିଲ। ଏହାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ତୁରନ୍ତ ଉକ୍ତ ଗାଡ଼ିର ମାଲିକଙ୍କୁ ଗିରଫ କରିଛି।

Advertisment

କେରଳରେ ଏବେ ଓନାମ ପର୍ବ ପାଳନ ହେଉଥିବା ବେଳେ ବଜାରଘାଟରେ ପ୍ରବଳ ଭିଡ଼ ହେଉଛି। ଏପରି ସମୟରେ ମିନାମକୁଲମରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ। ଏକ ଖୋଲ ଜିପ୍‌ରେ କିଛି ଯୁବକ ବସି ଦ୍ରୁତ ଗତିରେ ଗାଡ଼ି ଗଡ଼ାଉଥିବା ବେଳେ ତାହାର ବନେଟ ଉପରେ ଏକ ଛୋଟ ଶିଶୁକୁ ବସାଇ ଦେଇଥିଲେ। ଗାଡ଼ିର ଗର୍ଜନରେ ପିଲାଟି ଥରହର ହୋଇ ରକ୍ଷା କରିବାକୁ ଗୁହାରି କରୁଥିଲେ ବି ଉକ୍ତ ଯୁବକମାନଙ୍କ ହୃଦୟ ତରଳୁ ନ ଥିଲା।

ଏହାଦେଖି ରାସ୍ତାରେ ଯାଉଥିବା ଲୋକେ ଏହାର ଭିଡିଓ କରି ସ୍ଥାନୀୟ ପୁଲିସ୍‌କୁ ସୂଚନା ଦେଇଥିଲେ। ଏଥିସହ ଭିଡିଓଟି ତୁରନ୍ତ ଭାଇରାଲ ହେବାରେ ଲାଗିଲା।

Advertisment

ଏହାପରେ ପୁଲିସ୍‌ ସଙ୍ଗେସଙ୍ଗେ ଘଟଣାର ଖୋଳତାଡ଼ ଆରମ୍ଭ କରି ଉକ୍ତ ଗାଡ଼ିର ନମ୍ବର ବାହାର କରିଥିଲା। ଏହାପରେ ପୁଲିସ୍‌ ଗାଡ଼ି ମାଲିକଙ୍କୁ ଉଠାଇ ଆଣି ପଚରାଉଚରା କରିବା ସହ ତାଙ୍କୁ ଗିରଫ କରିଛି।

ପିଲାଟିର ବାପା କିପରି ଆଖି ଆଗରେ ନିଜ ଛୁଆଟିକୁ ବିପଦ ମୁହଁକୁ ଠେଲି ଦେଇ ପାରିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଏବେ ପିଲାଟିର ଅବସ୍ଥା କିପରି ଅଛି ସେ ନେଇ କିଛି ସୂଚନା ମିଳି ପାରିନି।

Kerala